Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ବାଲେଶ୍ବର: କର୍ଫ୍ୟୁ କୋହଳ ହେବା ପରେ ବଜାରରେ ଭିଡ଼

ବାଲେଶ୍ବର: ଅଶାନ୍ତ ବାଲେଶ୍ବରରେ ଲାଗିଥିବା କର୍ଫ୍ୟୁ ୪ ଘଣ୍ଟା ପାଇଁ କୋହଳ କରାଯାଇଛି । ସକାଳ ୭ଟାରୁ ଦିନ ୧୧ଟା ପର୍ଯ୍ୟନ୍ତ କର୍ଫ୍ୟୁ କୋହଳ କରାଯାଇଥିଲା । କର୍ଫ୍ୟୁ କୋହଳ ହେବା ପରେ ବଜାରରେ ଭିଡ଼ ଦେଖିବାକୁ ମିଳିଛି । ଲୋକେ ଅତ୍ୟାବଶ୍ୟକ ସାମଗ୍ରୀ କିଣି ଘରକୁ ନେଇଛନ୍ତି ।

ବିଶେଷ କରି କର୍ଫ୍ୟୁ କୋହଲ ହେବା ପରେ ପରିବା ମାର୍କେଟରେ ଲୋକଙ୍କ ଗହଳି ଦେଖିବାକୁ ମିଳିଛି । ୧୧ଟା ପରେ ପୁଣି କର୍ଫ୍ୟୁ ଲାଗୁ ହେବାକୁ ଥିବାରୁ ଓ ଏହା କେତେ ଦିନ ରହିବ ତାହା ସ୍ପଷ୍ଟ ନଥିବାରୁ ଲୋକେ ପରିବା ସହ ଅନ୍ୟ ଆବଶ୍ୟକ ସାମଗ୍ରୀ କିଣି ନେଇଥିଲେ ।

ସେପଟେ ବାଲେଶ୍ବରରେ ଇଣ୍ଟରନେଟ୍ ସେବା ବନ୍ଦ ରହିଛି । କେବଳ ଲ୍ୟାଣ୍ଡଲାଇନ୍ ଫୋନରେ ଇଣ୍ଟରନେଟ୍ ସେବା ମିଳୁଛି । ଦୁଇ ଗୋଷ୍ଠୀ ମଧ୍ୟରେ ବିବାଦରୁ ଦୁଇ ଦିନ ହେବ ବାଲେଶ୍ୱରରେ କର୍ଫ୍ୟୁ ଜାରି ରହିଥିଲା । ଏହି ଘଟଣାରେ ୩୪ ଜଣଙ୍କୁ ଅଟକ ରଖାଯାଇଥିବା ବେଳେ ୪୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି । କର୍ଫ୍ୟୁ ସମୟରେ ଘରୁ ନବାହାରି ପୋଲିସକୁ ସହଯୋଗ କରିବାକୁ ଜନସାଧାରଣଙ୍କୁ ଅପିଲ କରାଯାଇଛି । ବାଲେଶ୍ୱରକୁ ସଂଯୋଗ କରୁଥିବା ସବୁ ରାସ୍ତା ସିଲ କରିଦିଆଯାଇଛି । ବାଲେଶ୍ୱର ସଦର ସୁନହଟ ଅଂଚଳରେ ସୋମବାର ସକାଳେ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା ।

More Stories