ଆଳୁ ପିଆଜ ଦେଖାଇଲେଣି କମାଲ,ସବୁଜ ପରିବାକୁ ନିୟନ୍ତ୍ରଣ କରିବା ବାହାରେ ସରକାର


ଆଳୁ ପିଆଜ ଦେଖାଇଲେଣି କମାଲ,ସବୁଜ ପରିବାକୁ ନିୟନ୍ତ୍ରଣ କରିବା ବାହାରେ ସରକାର।କାହିଁକି ଶୁଣିଲେ ହୋସ ଉଡିଯିବ ସମସ୍ତଙ୍କ।ସରକାର ବିହନ,ସାର,ସବସିଡି ଠାରୁ ଆରମ୍ଭ କରି ମୁଖ୍ୟମନ୍ତ୍ରୀଙ୍କ ଠାରୁ ପ୍ରଧାନମନ୍ତ୍ରୀ ଯାଏ ଚାଷୀ ଙ୍କ ନାମରେ ଏତେ ଅର୍ଥ ଦେବା ପରେ ମଧ୍ୟ ଖାଉଟି ଭୋଗୁଛି ଦୁଃଖ।
ଏବେ ଆକାଶ ଛୁଇଁଲାଣି ପରିବା ଦର।ଧାନ ଦର ବଢିଲା।ଗହମ କଥା ଭୁଲିଗଲେ ସମସ୍ତେ।ହେଲେ ଭାତ ଛାଡି ରୁଟି ଖାଉଛନ୍ତି ମଧୁମେହ ହଟାଇବାକୁ।ଏହାହିଁ ଦୁଃର୍ଭାଗ୍ୟ ଓଡିଶାକୁ ।ହାତର ଭାତ ଓ ସେକିବା ରୁଟି ଭିତରେ କେତେଯେ ପାର୍ଥକ୍ୟ ଗବେଷକଙ୍କ କଥାବି ଶୁଣିବାକୁ ନାରାଜ ହେବେ ଆମ ଓଡିଆ। କଥାରେ ଅଛି ଓଡିଆଙ୍କ ଛୋଡିଆ ବୁଦ୍ଧି।ଏଥିପାଇଁ ବିହାରୀ,ତେଲେଙ୍ଗେନା, ବଙ୍ଗାଳୀ ପାଖରେ ହାତ ପାତି ନିଜ ପ୍ରଗତି ଦେଖାଉଛି।ଏଭଳି ରହସ୍ୟ ଲୁଚି ରହିଛି ଏବେ ପରିବା ହାଟରେ।ଦେଶ ବିଦେଶର କଥା ଜାଣିଲେ ଯାଇ ପଲ୍ଲୀ ତେଜିବ।ଦିନ ଥିଲା ପଲ୍ଲି ହଲିଲେ ଦିଲ୍ଲୀ ହଲୁଥିଲା।ଯୁଗ ବଦଳିଛି।ଏବେ ଦିଲ୍ଲୀ ହଲାଉଛି ପଲ୍ଳୀକୁ।ପଲ୍ଲୀବାସୀ ବୁଝିନାହାନ୍ତି ବୋଲି ଆଜି ଆମ ବାଡି ବଗିଚାର ଫଳ ଦେଉଛି ଆମକୁ ଶିକ୍ଷା।
ଟମାଟୋ, ପିଆଜ, କଞ୍ଚା ଲଙ୍କା, ଆଳୁ ଭଳି ଅନେକ ପନିପରିବାର ମୂଲ୍ୟ ଦେଶର ଅନେକ ବଜାରରେ ବୃଦ୍ଧି ପାଇଛି। ଅନେକ ରାଜ୍ୟରେ ଟମାଟୋ କିଲୋଗ୍ରାମ ପିଛା ୧୦୦ ରୁ ୧୩୦ ଟଙ୍କା ମଧ୍ୟରେ ବିକ୍ରି ହେଉଛି। ରାଜଧାନୀ ଦିଲ୍ଲୀ ଠାରୁ ହିମାଚଳ, ଚଣ୍ଡିଗଡ଼ରେ କୋବି, ଲାଉ, କଞ୍ଚାଲଙ୍କା ଭଳି ଅନ୍ୟ ପନିପରିବା ମଧ୍ୟ ହଠାତ୍ ମହଙ୍ଗା ହୋଇ ଯାଇଛି।
ଗତ ଏକ ମାସ ମଧ୍ୟରେ ଟମାଟୋ, ଆଳୁ, ପିଆଜ ଭଳି ପ୍ରମୁଖ ପନିପରିବା ମହଙ୍ଗା ହୋଇଛି । ଉପଭୋକ୍ତା ମନ୍ତ୍ରଣାଳୟର ପୋର୍ଟାଲରେ ଉପଲବ୍ଧ ସୂଚନା ଅନୁଯାୟୀ, ପୂର୍ବ ମାସ ଜୁନ୍ ୫ରୁ ଜୁଲାଇ ୫ ତୁଳନାରେ ଆଳୁ ଦର ପାଞ୍ଚ ଟଙ୍କା ବଢ଼ିଛି । ସେହିଭଳି ପିଆଜର ହାରାହାରି ମୂଲ୍ୟ ୧୦ ଟଙ୍କାରୁ ଅଧିକ ବୃଦ୍ଧି ପାଇଛି। ଟମାଟୋର ମୂଲ୍ୟ ପ୍ରାୟ ୨୩ ଟଙ୍କା ବୃଦ୍ଧି ପାଇଛି। ଗତ ଏକ ମାସ ମଧ୍ୟରେ ଆଳୁ, ପିଆଜ ଏବଂ ଟମାଟୋ ପ୍ରତି କିଲୋଗ୍ରାମର ସର୍ବାଧିକ ମୂଲ୍ୟ ୬୦ ରୁ ୮୦ ଟଙ୍କା, ୭୦ ରୁ ୮୦ଟଙ୍କା ଏବଂ ୧୦୭ ରୁ ୧୩୦ ଟଙ୍କା ବୃଦ୍ଧି ପାଇଛି।
ଗତ ମାସରେ ରାଜଧାନୀ ଦିଲ୍ଲୀରେ ଆଳୁ କିଲୋଗ୍ରାମ ପିଛା ୩୦ ଟଙ୍କାରେ ବିକ୍ରି ହେଉଥିଲା ଯାହା ବର୍ତ୍ତମାନ ୪୦ ଟଙ୍କାକୁ ବୃଦ୍ଧି ପାଇଛି। ସେହିଭଳି ଟମାଟୋର ମୂଲ୍ୟ ୨୮ ରୁ ୫୫ ଟଙ୍କା ଏବଂ ପିଆଜର କିଲୋଗ୍ରାମ ପିଛା ମୂଲ୍ୟ ୩୨ ରୁ ୫୩ ଟଙ୍କାକୁ ବୃଦ୍ଧି ପାଇଛି।
ଜୁନ୍ ୫ ରେ, ପାଞ୍ଚଟି ରାଜ୍ୟରେ କିଲୋଗ୍ରାମ ପିଛା ଆଳୁ ୪୦ ଟଙ୍କାରୁ ଅଧିକ ମୂଲ୍ୟରେ ବିକ୍ରି ହୋଇଥିଲା। ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜରେ ସର୍ବାଧିକ ଏହାର ଦାମ୍ ୫୮.୩୩ ଥିଲା। ଏହା ପରେ କେରଳରେ ଏହାର ମୂଲ୍ୟ ୪୭.୨୫ ଟଙ୍କା, ତାମିଲନାଡୁରେ ୪୫.୬୫ ଟଙ୍କା, ପୁଡୁଚେରୀରେ ୪୩ ଟଙ୍କା ଏବଂ ମିଜୋରାମରେ ୪୦.୨୭ ଟଙ୍କା ଥିଲା। ହରିୟାଣାରେ ଏକ କିଲୋଗ୍ରାମ ଆଳୁ ସର୍ବନିମ୍ନ ମୂଲ୍ୟରେ ୧୯.୫୦ ଟଙ୍କାରେ ବିକ୍ରି ହୋଇଥିଲା ।
ବର୍ତ୍ତମାନ ଏକ ମାସ ପରେ, ନଅଟି ରାଜ୍ୟରେ କିଲୋଗ୍ରାମ ପିଛା ଆଳୁ ୪୦ ଟଙ୍କା କିମ୍ବା ତା’ଠାରୁ ଅଧିକ ମୂଲ୍ୟରେ ଉପଲବ୍ଧ ହେଉଛି। ଏହି ରାଜ୍ୟଗୁଡ଼ିକ ହେଉଛି ଆଣ୍ଡାମାନ ଏବଂ ନିକୋବର, ପୁଡୁଚେରୀ, କେରଳ, ତାମିଲନାଡୁ, ଗୋଆ, ମହାରାଷ୍ଟ୍ର, ମିଜୋରାମ, ମଣିପୁର ଏବଂ ଦିଲ୍ଲୀ । ଆଣ୍ଡାମାନ ଏବଂ ନିକୋବରରେ ଏହାର ମୂଲ୍ୟ ୬୧.୬୭ ଟଙ୍କା ଏବଂ ବିହାରରେ ସର୍ବନିମ୍ନ ୨୮.୦୩ ଟଙ୍କା ରହିଛି।ଏହାର କାରଣ କ’ଣ ବୁଝିବାକୁ ବା ଜାଣିବା ପାଇଁ ସର୍ବ ଶକ୍ତିମାନ ମଣିଷ ସମାଜକୁ ବୁଦ୍ଧି ନଥିବ ଏହା ନୁହେଁ,ବରଂ ସବୁ ବୁଝି ସୁଝି ଜାଣି ମଧ୍ୟ ସେ କାହିଁକି ଆଜି ପୁଷ୍ଟିକର ସନ୍ତୁଲିତ ଶାକାହାରୀରେ ହାରି ଯାଉଛି ତାହା ହିଁ ସମଗ୍ର ସମାଜକୁ ଏକ ବଡ ପ୍ରଶ୍ନ ଯାଉଛି।
ସରକାର ଯଦି ଦେଉଛନ୍ତି ? ନେଉଛି କିଏ ? ନେବା ଲୋକଙ୍କୁ ନିୟନ୍ତ୍ରଣ କରିବ କିଏ ତାହା ବର୍ତ୍ତମାନ ବଡ ପ୍ରଶ୍ନ !
ତୃଣମୂଳ ନେତା ଯଦି ଠିକାଦାର ହେବେ ଦେଶ ବଞ୍ଚାଇବ କିଏ ? ସରକାର ଯଦି ବ୍ୟାଙ୍କ ସେବାକୁ ନିଜ ନିୟନ୍ତ୍ରଣରେ ରଖି କୃଷି ନାମରେ ନଜେ ବିଶେଷଜ୍ଞ ହେବେ ତେବେ ଓଡିଶା କାହିଁକି ଦେଶର ଅବସ୍ଥା ଏମିତି ବିଗିଡିଯିବ।୨୪ ବର୍ଷର ସରକାର ରେ ଓଡିଶା ୫୦ ବର୍ଷ ତଳକୁ ଫେରିଥିବା ବେଳେ ବର୍ତ୍ତମାନର ସରକାର ବିଗତ ସରକାର ପରି ପୁଣି ଓଡିଶାକୁ ପଛକୁ ନଫେରାଉ ଏହା ସମସ୍ତେ ଚାହୁଁଛନ୍ତି।
ଏହା ବି ସରକାର ଜାଣିବା କଥା କେଉଁ ଅଞ୍ଚଳରେ ଓ କାହାକୁ ଚାଷ ପାଇଁ ଋଣ,ବୈଷେୟିକ ଜ୍ଞାନ କୌଶଳ ଠାରୁ ସବସିଡି ଦେଇ ମଜଭୁତ କରିଛ ଓ ତାର ଫଳପ୍ରଦ ଅମଳ ଚାଷ ସାମଗ୍ରୀ ଗଲା କୁଆଡେ ? ତାକୁ ନିୟନ୍ତ୍ରଣ କରିବାରେ ସଂପୃକ୍ତ ଅଞ୍ଚଳର ଅଧିକାରୀ ଓ ନେତା ମିଶି ନିଷ୍ପତ୍ତି ନେଇନପାରିବା କାରଣ କ’ଣ ? ନିଜ ଅଞ୍ଚଳର ଚାଷ ଉପରେ ପଞ୍ଚାୟତ ଠାରୁ ସରକାର ଯାଏ ଦରଦାମ ନିର୍ଧାରଣ କରି ପାରିବା ଭଳି କ୍ଷମତା ଥାଇବି ସମସ୍ତେ ନୀରବ ଦ୍ରଷ୍ଟା ପାଲଟି କେବଳ କେନ୍ଦ୍ର ଉପରେ ଦୋଷ ଲଦିବାକୁ ନିଜର ଅପାରଗ ବୁ୍ଦ୍ଧି ହିଁ ପନିପରିବା ଭଳି ଅତ୍ୟାବଶ୍ୟକ ସାମଗ୍ରୀର ଦରବୃଦ୍ଧିର କାରଣ ସାଜିଛି। ଏହାକୁ ଅସ୍ୱୀକାର କରିବାକୁ କୌଣସି ନେତା ବା ଅଧିକାରୀ ବର୍ତ୍ତମାନ ନିଜର ସ୍ପଷ୍ଟ ମତ ଦେବାର ସମୟ ଆସିଛି।