ଶୀତଦିନେ ପାଦ ଫୁଲୁଛି କି ? ତେବେ ଆପଣାନ୍ତୁ ଏହି ଉପାୟ, ମିଳିବ ଅନେକ ଫାଇଦା
ଶୀତଦିନେ ଆରମ୍ଭ ହେବା ମାତ୍ରେ ଶରୀରରେ ଅନେକ ସମସ୍ୟା ଦେଖାଦେଇଥାଏ। ତେବେ ତା’ଭିତରୁ ଗୋଟିଏ ହେଲା ପାଦ ଫୁଲିବା ସମସ୍ୟା । ଏହି ସମସ୍ୟା ଆଜିକାଲି ପ୍ରାୟ ସମସ୍ତଙ୍କ ପାଖରେ ଦେଖାଯାଉଛି । ତେବେ ଏହି ସମସ୍ୟାରୁ ମୁକ୍ତି ପାଇବା ପାଇଁ କିଛି ଘରୋଇ ଟିପ୍ସ୍ ଆପଣାନ୍ତୁ | ଏହା ଆପଣଙ୍କୁ ଫାଇଦା ଦେବ |
ଦୈନନ୍ଦିନ ଜୀବନରେ ପାଦ ଫୁଲିବା ସମସ୍ୟା ଦ୍ୱାରା କାମ କରିବାରେ ବହୁତ ଅସୁବିଧା ହୋଇଥାଏ | ଶୀତଦିନେ ପାଦ ଫୁଲିବା ଏବଂ ପାଦ ଯନ୍ତ୍ରଣାର ସମସ୍ୟା ଆହୁରି ବଢ଼ିଯାଇଥାଏ । ପାଦ ଫୁଲିବାରୁ ତୁରନ୍ତ ମୁକ୍ତି ପାଇବା ପାଇଁ ପାଦରେ ସୋରିଷ ତେଲରେ ଦୁଇକୋଲା ରସୁଣ ପକାଇ ଉଷୁମ କରି ଆପଣ ମାଲିସ୍ କରିପାରିବେ । ଏହା ଦ୍ଵାରା ଆପଣଙ୍କୁ ତୁରନ୍ତୁ ଲାଭ ମିଳିବ ।
ଆପଣ ଆଉ ଏକ ଉପାୟ ମଧ୍ୟ ଆପଣାଇପାରିବେ, ଏକ ବାଲ୍ଟିରେ ଉଷୁମ ପାଣି ନିଅନ୍ତୁ ସେଥିରେ କିଛି ଲୁଣ ମିଶାନ୍ତୁ । ଏହି ଲୁଣ ପାଣିରେ ଆପଣଙ୍କ ପାଦକୁ କିଛି ସମୟ ପାଇଁ ବୁଡ଼ାଇ ରଖନ୍ତୁ । ଏହି ଘରୋଇ ଉପଚାର କରିବା ଦ୍ଵାରା ପାଦ ଫୁଲା ଦୂର ହେବା ସହ ଶରୀରକୁ ମଧ୍ୟ ଆରାମ ମିଳେ।
ମଧ୍ୟ ପାଦ ଫୁଲା ଦୂର କରିବା ପାଇଁ ଆପଣ ହଳଦୀକୁ ଏକ ଉତ୍ତମ ବିକଳ୍ପ ଭାବରେ ବ୍ୟବହାର କରାଯାଇପାରିବ । ହଳଦୀରେ ଅନେକ ଔଷଧୀୟ ଗୁଣ ରହିଛି । ହଳଦୀକୁ ବାଟି ଏକ ପେଷ୍ଟ ପ୍ରସ୍ତୁତ କରନ୍ତୁ । ସେହି ପେଷ୍ଟକୁ ଫୁଲା ସ୍ଥାନରେ ଲଗାନ୍ତୁ ଏବଂ ପେଷ୍ଟ ଶୁଖିବା ପରେ ଉଷୁମ ପାଣିରେ ପାଦ ଧୋଇ ଦିଅନ୍ତୁ ଏହା ମଧ୍ୟ ପାଦ ଫୁଲାକୁ ଦୂର କରିବ ।
ଯଦି ଏହି ଉପଚାରଗୁଡ଼ିକ ଚେଷ୍ଟା କରିବା ପରେ ମଧ୍ୟ ଆପଣଙ୍କ ପାଦ ଫୁଲା କମି ନଯାଏ, ତେବେ ଆପଣ ସତର୍କ ରହିବା ଉଚିତ ଏବଂ ବିଳମ୍ବ ନକରି ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ। ଏହା କିଛି ବଡ଼ ରୋଗର ସଂଙ୍କେତ ମଧ୍ୟ ହୋଇପାରେ।

