ସ୍ବେଛାସେବୀ ଅନୁଷ୍ଠାନ ସହଯୋଗ ର ବାର୍ଷିକ ଉତ୍ସବ ପାଇଁ ପ୍ରସ୍ତୁତି

ବରଗଡ଼:ଆସନ୍ତା ଜୁଲାଇ ୧୬ ତାରିଖ ମଙ୍ଗଳବାର ଦିନ ବରଗଡ଼ ଜିଲ୍ଲା ପଦ୍ମପୁର ସହରର ସ୍ବେଛାସେବୀ ଅନୁଷ୍ଠାନ ‘ସହଯୋଗ ‘ ପ୍ରଥମ ପ୍ରତିଷ୍ଠା ଦିବସ ପାଳନ କରିବାକୁ ଯାଉଛି। ଏଥିପାଇଁ ଅନୁଷ୍ଠାନ ତରଫରୁ ଯୋରଦାର ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଉକ୍ତ ଦିବସରେ ସମାଜ ସେବା ନିମିତ୍ତ ନିଜକୁ ଉତ୍ସର୍ଗୀକୃତ କରିଥିବା ଅଂଚଳ ର କିଛି ସମାଜସେବୀ ଙ୍କୁ ସମ୍ମାନୀତ କରିବା ସହିତ ଏକ ରକ୍ତଦାନ ଶିବିର ର ଆୟୋଜନ କରିବା ପାଇଁ ପ୍ରସ୍ତୁତି ହୋଇଛି । ପ୍ରତିଷ୍ଠା ଦିବସ ଉତ୍ସବ ରେ ଅନୁଷ୍ଠାନ ତରଫରୁ ପ୍ରଦୀପ ପୁରୋହିତ, ସାଂସଦ, ବରଗଡ଼, ବର୍ଷା ସିଂ ବରିହା ବିଧାୟିକା, ପଦ୍ମପୁର, କୁନାଲ ମୋତିରାମ ଚଭନ ଅତିରିକ୍ତ ଜିଲ୍ଲାପାଳ, ପଦ୍ମପୁର, ଆଲୋକ କୁମାର ପଟେଲ ଉପ- ଜିଲ୍ଲାପାଳ, ପଦ୍ମପୁର, ଡ଼ା: ଆଶୁତୋଷ ହୋତା ଉପଖଣ୍ଡ ଚିକିତ୍ସାଧିକାରୀ, ପଦ୍ମପୁର, ମମତା ନାଏକ ଭାରପ୍ରାପ୍ତ ଥାନାଧିକାରୀ, ଆଦର୍ଶ ଥାନା ପଦ୍ମପୁର, ଓ ରାମଚନ୍ଦ୍ର ମାଝୀ କାର୍ଯ୍ୟନିର୍ବାହୀ ଅଧିକାରୀ, ବିଜ୍ଞାପିତ ଅଞ୍ଚଳ ପରିଷଦ, ପଦ୍ମପୁର ଙ୍କୁ ସମ୍ମାନୀତ ଅତିଥି ଭାବରେ ଯୋଗଦାନ କରିବା ପାଇଁ ସ୍ବେଛାସେବୀ ଅନୁଷ୍ଠାନ ତରଫରୁ ନିମନ୍ତ୍ରଣ ପତ୍ର ପ୍ରଦାନ କରାଯାଇଛି।