Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

CSK vs SRH ମ୍ୟାଚ୍ ପରେ ଧୋନୀଙ୍କ ପାଠଶାଳା, ହାଇଦ୍ରାବାଦ ଖେଳାଳିଙ୍କୁ ଦେଲେ ଭରପୁର ଜ୍ଞାନ

ଚେନ୍ନାଇ: ଆଇପିଏଲ୍ ମ୍ୟାଚ୍ ପରେ ସିନିୟର ଖେଳାଳିଙ୍କୁ ଜୁନିୟର ଖେଳାଳିଙ୍କ ସହ ନିଜର ଅନୁଭବ ବାଣ୍ଟୁଥିବା ସର୍ବଦା ଦେଖିବାକୁ ମିଳୁଛି। ଏମଏସ ଧୋନୀଙ୍କୁ ବହୁ ପୂର୍ବରୁ ଏହି ରୂପରେ ଦେଖି ଆସିଛନ୍ତି ଦର୍ଶକ। ଶୁକ୍ରବାର ଆଇପିଏଲର ୨୯ତମ ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦକୁ ହରାଇବା ପରେ ଚେନ୍ନାଇର ଅଧିନାୟକ ଧୋନୀଙ୍କ ପାଠଶାଳା ଦେଖିବାକୁ ମିଳିଛି। ସେ ଏସଆରଏଚର ଅନେକ ଖେଳାଳିଙ୍କୁ କ୍ରିକେଟର ଅନେକ ଟିପ୍ସ ଦେଇଛନ୍ତି। ଏହି ସମୟରେ ଉରମାନ ମଲିକ, ଅବଦୁଲସ ସାମଦ ସମେତ ହାଇଦ୍ରାବାଦ ଦଳର ଅନେକ ଖେଳାଳି ଧୋନୀଙ୍କ ନିକଟରେ ଉପସ୍ଥିତ ଥିଲେ।

ଆଇପିଏଲ୍ ଏହି ଖାସ୍ ମୁହୂର୍ତ୍ତର ଭିଡିଓ ନିଜ ସାମାଜିକ ଆକାଉଣ୍ଟରେ ପୋଷ୍ଟ କରିଛି। ପ୍ରଶଂସକ ଏହି ଭିଡିଓ ଖୁବ ପସନ୍ଦ କରିବା ସହ ଧୋନୀଙ୍କୁ ପ୍ରଶଂସା କରୁଛନ୍ତି। ଧୋନୀ ସର୍ବଦା ଜୁନିୟର ଖେଳାଳିଙ୍କୁ ସୁଯୋଗ ଦେବାଠୁ ନେଇ ପରାମର୍ଶ ଦେବାରେ ହେଳା କରନ୍ତି ନାହିଁ।

ସୂଚନାଯୋଗ୍ୟ, ଚେନ୍ନାଇ ସୁପର କିଙ୍ଗ୍ସ ମ୍ୟାଚରେ ଟସ୍ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଏସଆରଏଚ ନିର୍ଦ୍ଧାରିତ ଓଭରରେ ୧୩୮ ରନ କରିଥିଲା। ଜବାବରେ ୧୮.୪ ଓଭରରେ ଚେନ୍ନାଇ ୩ ଓ୍ଵିକେଟ୍ ହରାଇ ବିଜୟ ଲକ୍ଷ୍ୟ ହାସଲ କରି ନେଇଥିଲା। ଜାଡେଜା ୩ ଓ୍ଵିକେଟ୍ ନେଇ ଦଳ ବିଜୟରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ।