Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସୁଧୁରୁଛି ସମ୍ବଲପୁର ସ୍ଥିତି; ଆହୁରି କୋହଳ ହେଲା କଟକଣା

ସମ୍ବଲପୁର: ସୁଧୁରୁଛି ଅଶାନ୍ତ ସମ୍ବଲପୁର। ଧୀରେ ଧୀରେ କୋହଳ ହେଉଛି କଟକଣା। ଆଜିଠୁ ସକାଳ ୫ଟାରୁ ରାତି ୧୦ଟା ଯାଏଁ କର୍ଫ୍ୟୁ କୋହଳ କରାଯାଇଛି । ଏବେ କେବଳ ରାତିରେ ୭ ଘଣ୍ଟା ଜାରି ରହିବ କଟକଣା । ଏନେଇ ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। କଟକଣା କୋହଳ ପରେ ଉଠାଦୋକାନୀକୁ ଆଶ୍ବସ୍ତି ମିଳିଛି।

ସମ୍ବଲପୁର ହନୁମାନ ଜୟନ୍ତୀ ରାଲି ଘଟଣାକୁ ୧୧ ଦିନ ବିତିଯାଇଥିଲେ ମଧ୍ୟ ସ୍ଥିତି ସମ୍ପୂର୍ଣ୍ଣ ସୁଧୁରିନି। ସେହିପରି ଦୀର୍ଘ ୧୦ ଦିନ ପରେ ଜିଲ୍ଲାରେ ଇଣ୍ଟରନେଟ୍ ସେବା ସ୍ୱାଭାବିକ ହୋଇଛି ।ପୂର୍ବରୁ ସକାଳ ୫ଟାରୁ ରାତି ୮ ଟା ପର୍ଯ୍ୟନ୍ତ କର୍ଫ୍ୟୁ କୋହଳ ରହିଥିଲା ଆଜିଠୁ ସକାଳ ୫ଟାରୁ ରାତି ୧୦ଟା ଯାଏଁ କର୍ଫ୍ୟୁ କୋହଳ ରହିବ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ