ପ୍ୟାରିସ ପାରା ଅଲିମ୍ପିକ୍ସ: ଷଷ୍ଠ ଦିନରେ ଭାରତକୁ ୫ ପଦକ


ନୂଆଦିଲ୍ଲୀ: ପ୍ୟାରିସ ପାରା ଅଲିମ୍ପିକ୍ସରେ ଭାରତୀୟ ଖେଳାଳିଙ୍କ ଦମଦାର ପ୍ରଦର୍ଶନ । ଷଷ୍ଟ ଦିନରେ ଭାରତକୁ ମିଳିଛି ୫ଟି ପଦକ । ଏହାକୁ ମିଶାଇ ଭାରତର ମୋଟ ପଦକ ସଂଖ୍ୟା ୨୦ରେ ପହଞ୍ଚିଛି ।

ଷଷ୍ଠ ଦିନରେ ଜାଭଲିନ୍‌, ହାଇଜମ୍ପ ଓ ୪୦୦ ମିଟର ଦୌଡରୁ ୨ଟି ସିଲଭର ଓ ୩ଟି ବ୍ରୋଞ୍ଜ ପଦକ ହାତେଇଛି ଭାରତ । ପ୍ରଥମେ ଦୀପ୍ତି ଜୀବନଜୀ ୪୦୦ ମିଟର ଦୌଡ଼ରେ ଫାଇନାଲରେ ଦେଶ ପାଇଁ ଏହି ସଫଳତା ଆଣିଥିଲେ । ସେ ୫୫.୮୨ ସେକେଣ୍ଡରେ ୪୦୦ ମିଟର ଦୂରତା ଅତିକ୍ରମ କରି ତୃତୀୟ ସ୍ଥାନରେ ରହି ବ୍ରୋଞ୍ଜ ପଦକ ଜିତିଥିଲେ ।

ଏହାପରେ ପୁରୁଷ ହାଇଜମ୍ପରେ ଶରଦ କୁପର ରୌପ୍ୟ ପଦକ ହାସଲ କରିଥିଲେ । ସେ ୧.୮୮ ମିଟର ଡେଇଁ ରେକର୍ଡ ସୃଷ୍ଟି କରିଥିଲେ । ସେହିପରି ମାରିୟାପାନ୍ ଥଙ୍ଗାଭେଲୁ୧.୮୫ ମିଟର ଡେଇଁ ବ୍ରୋଞ୍ଜ ପଦକ ଜିତିଥିଲେ । ସେପଟେ ଜାଭଲିନ୍‌ରେ ଦୁଇଟି ପଦକ ମିଳିଥିଲା । ଅଜିତ ସିଂହଙ୍କୁ ରୌପ୍ୟ ଓ ସୁନ୍ଦର ସିଂହ ବ୍ରୋଞ୍ଜ ପଦକ ଜିତିଛନ୍ତି।

ଭାରତର ମେଡାଲ ସଂଖ୍ୟା ଏବେ ୨୦କୁ ବୃଦ୍ଧି ପାଇଛି । ଏଥିରେ ୩ଟି ସ୍ୱର୍ଣ୍ଣ, ୭ଟି ରୌପ୍ୟ ଓ ୧୦ ବ୍ରାଞ୍ଜ ପଦକ ରହିଛି । ଗତ ଟୋକିଓ ପାରା ଅଲିମ୍ପିକ୍ସରେ ଭାରତ ମୋଟ ୧୯ଟି ପଦକ ଜିତିଥିଲା ।