Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଦିଲ୍ଲୀ କ୍ୟାପିଟାଲ୍ସକୁ ମିଳିଲା ବିଜୟ, ହେଲେ ଓ୍ଵାର୍ଣ୍ଣରଙ୍କ ଉପରେ ୧୨ ଲକ୍ଷ ଜରିମାନା ଲଗାଇଲା BCCI

ନୂଆଦିଲ୍ଲୀ: ଦିଲ୍ଲୀ କ୍ୟାପିଟାଲ୍ସକୁ ଚଳିତ ଆଇପିଏଲରେ ଦ୍ଵିତୀୟ ବିଜୟ ମିଳିଛି। ଏଥିରେ ଦଳ ମଧ୍ୟରେ ଖୁସିର ମାହୋଲ ରହିଛି। ମାତ୍ର ଦଳର ଅଧିନାୟକ ଡେଭିଡ୍ ଓ୍ଵାର୍ଣ୍ଣରଙ୍କ ଉପରେ ବିସିସିଆଇ ମୋଟା ଅଙ୍କର ଜରିମାନା ଲଗାଇଛି। ଧିମା ଗତିରେ ବୋଲିଂ ମାମଲାରେ ଓ୍ଵାର୍ଣ୍ଣର ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ଏହି ଅପରାଧରେ ବିସିସିଆଇ ଓ୍ଵାର୍ଣ୍ଣରଙ୍କ ଉପରେ ୧୨ ଲକ୍ଷ ଟଙ୍କାର ଜରିମାନା ଲଗାଇଛି।

ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ଦିଲ୍ଲୀ କ୍ୟାପିଟାଲ୍ସ ନିର୍ଦ୍ଧାରିତ ସମୟରେ ୨୦ ଓଭର ବୋଲିଂ କରି ପାରିନଥିଲା। ଦଳକୁ ଜରିମାନା ଲଗାଯାଇଥିବା ବେଳେ ବିସିସିଆଇ ଅଧିନାୟକ ଉପରେ ମଧ୍ୟ ଜରିମାନା ଲଗାଇଛି। ଚଳିତ ସଂସ୍କରଣରେ ଦିଲ୍ଲୀର ଏହା ପ୍ରଥମ ଅପରାଧ। ଆଇପିଏଲର ୩୪ତମ ମୁକାବିଲା ହାଇଦ୍ରାବାଦର ରାଜୀବ ଗାନ୍ଧୀ ଅନ୍ତର୍ଜାତୀୟ ଷ୍ଟାଡିୟମରେ ଖେଳାଯାଇଥିଲା।

ଯଦି ଦଳ ଆଗକୁ ସ୍ଲୋ ଓଭର ରେଟରେ ଦଳ ଦୋଷୀ ସାବ୍ୟସ୍ତ ହୁଏ ତେବେ ଅଧିନାୟକ ଡେଭିଡ୍ ଓ୍ଵାର୍ଣ୍ଣରଙ୍କ ଉପରେ ୨୪ ଲକ୍ଷ ଟଙ୍କାର ଜରିମାନା ଲଗାଯିବ ଏବଂ ଦଳର ଅନ୍ୟ ଖେଳାଳିଙ୍କ ମ୍ୟାଚ୍ ଫି କଟାଯିବ। ଏମିତି ଆରସିବି ଅଧିନାୟକ ବିରାଟ କୋହଲିଙ୍କ ସହିତ ହୋଇଛି। ତାଙ୍କ ପୂର୍ବରୁ ଫାଫ୍ ଡୁପ୍ଲେସିସଙ୍କ ମଧ୍ୟ ମନ୍ଥର ଓଭର କାରଣରୁ ମ୍ୟାଚ୍ ଫି କଟିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ