ପାରଳାଖେମୁଣ୍ଡି ଠାରେ ଆର:କେ:ଏସ:ଏସ: ସ୍ୱେଚ୍ଛାସେବୀ ଅନୁଷ୍ଠାନ ପକ୍ଷରୁ “ମୋର ପେଡ ମୋର ଅଧିକାର” ସମ୍ପର୍କିତ ସ୍ୱାସ୍ଥ୍ୟ ସଚେତନତା ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ


ପାରଳାଖେମୁଣ୍ଡି ଠାରେ ଆର:କେ:ଏସ:ଏସ: ସ୍ୱେଚ୍ଛାସେବୀ ଅନୁଷ୍ଠାନ ପକ୍ଷରୁ “ମୋର ପେଡ ମୋର ଅଧିକାର” ସମ୍ପର୍କିତ ସ୍ୱାସ୍ଥ୍ୟ ସଚେତନତା ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ
ପାରଳାଖେମୁଣ୍ଡି:୧୪/୯(ଗରୁଡ଼ ଧ୍ଵଜ ଚୌଧୁରୀ)ଗଜପତି ଜିଲ୍ଳାର ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଡିପିଆରସି ତାଲିମ କେନ୍ଦ୍ର ଠାରେ ନାବ ଫାଉଣ୍ଡେସନ/ନାବାର୍ଡ ସହାୟତାରେ ଆର:କେ:ଏସ:ଏସ: ସ୍ୱେଚ୍ଛାସେବୀ ଅନୁଷ୍ଠାନ ପକ୍ଷରୁ ଅନୁଷ୍ଠିତ ” “ମାଏ ପେଡ ମାଏ ରାଇଟ” ସମ୍ପର୍କିତ ଏକ ସ୍ୱାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ଉକ୍ତ କାର୍ଯ୍ୟକ୍ରମରେ କାଶୀନଗର ବ୍ଲକ୍ ଅନ୍ତର୍ଗତ କେ: ସିତାପୁର , ଖାରଡା , ହାଡୁଭାଙ୍ଗି, ସିଦ୍ଧାମଡଙ୍ଗ ଓ ରାଣୀପେଣ୍ଠାପ୍ରଭୃତି ପଞ୍ଚାୟତର ସମସ୍ତ ଏସ.ଏସ.ଜି , ଓଏଲଏମ ଓ ମିଶନଶକ୍ତି’ର ସମସ୍ତ ସି.ଆରପି କୃଷୀମିତ୍ର ଓ କାର୍ଯ୍ୟକାରୀ କମିଟିର ସଦସ୍ୟା ମାନେ ଉପସ୍ଥିତ ଥିଲେ।କେ.ସିତାପୁର ପଞ୍ଚାୟତର “ମା ବିନ୍ଧ୍ଯବାସିନୀ” ଏସଏସଜି: ଦ୍ଵାରା “ମାଇ ପେଡ ମାଇ ରାଇଟ” କାର୍ଯ୍ୟକ୍ରମ ପରିଚାଳିତ ହୋଇଥିଲା ।କାର୍ଯ୍ୟକ୍ରମ ପ୍ରାରମ୍ଭରେ ମଞ୍ଚାସିନ ଅତିଥି ମାନଙ୍କ ଦ୍ଵାରା ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ କାର୍ଯ୍ୟକ୍ରମ ଉଦଘାଟନ ହେବାପରେ ପ୍ରାରମ୍ଭିକ ସଙ୍ଗୀତ ପରିବେଷଣ ହୋଇଥିଲା ।କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଜିଲ୍ଲା ପରିଷଦ ସଭାପତି ଶ୍ରୀ ଗାବରା ତିରୁପତି ରାଓ ଯୋଗ ଦେଇଥିବା ବେଳେ ଅନ୍ୟତମ ଅତିଥି ଭାବେ ଜିଲ୍ଲା ପରିଷଦ ସିଇଓ: ଡ଼ଃ ଗୁଣନିଧି ନାୟକ , ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଡିଏମଓ: ଡ଼ାଃ ପ୍ରମଦ କୁମାର ପଣ୍ଡା , ଏଡିଏମଓ( ପରିବାର କଲ୍ୟାଣ) ଡ଼ାଃ ମହେନ୍ଦ୍ର ଭୂୟାଁ , ସିଇଓ: ଓରମାସ ଶ୍ରୀ ସୁଜନ କୁମାର ଜେନାମଣି ,ଜିଲ୍ଲା ନାବାର୍ଡର ଡିଡିଏମ: ଶ୍ରୀ ପ୍ରତୀକ ପଣ୍ଡା , ଆରସେଟି: ପ୍ରଶିକ୍ଷଣ କେନ୍ଦ୍ରର ନିର୍ଦ୍ଦେଶକ ଶ୍ରୀ ଶ୍ରବଣ କୁମାର ପ୍ରଧାନ , ଜିଲ୍ଲା ଲିଡ ବ୍ୟାଙ୍କ ମ୍ୟାନେଜର ଶ୍ରୀ ମହେଶ୍ୱର ମଣ୍ଡଳ , ଡିଏଲଓ: ଡ଼ଃ ଆରକେ: ମହାପାତ୍ର ଏବଂ କାଶୀନଗର ମଶନଶକ୍ତି ବିପିସି: ଶ୍ରୀ ଶ୍ରୀକାନ୍ତ ପଟ୍ଟନାୟକ ପ୍ରମୁଖ ଯୋଗ ଦେଇଥିଲେ ।ଆରକେଏସଏସ: ସ୍ୱେଚ୍ଛାସେବୀ ଅନୁଷ୍ଠାନର ମୁଖ୍ୟ ତଥା ସମ୍ପାଦକ ଶ୍ରୀ ଲକ୍ଷ୍ମୀ ପ୍ରସାଦ ପଣ୍ଡା କାର୍ଯ୍ୟକ୍ରମ ଅବସରରେ ଅତିଥି ଓ ଉପସ୍ଥିତ ସମସ୍ତଙ୍କୁ ସ୍ବାଗତ କରିବା ସହ କାର୍ଯ୍ୟକ୍ରମର ଆଭିମୁଖ୍ୟ ସମ୍ପର୍କରେ କହି ଅନୁଷ୍ଠାନ ପକ୍ଷରୁ କାର୍ଯ୍ୟକାରିତା ହେଉଥିବା କାର୍ଯ୍ୟକ୍ରମ ଏବଂ ନାବ ଫାଉଣ୍ଡେସନ ଦ୍ବାରା ଅବସ୍ଥାପିତ “ମାଇ ପେଡ ମାଇ ରାଇଟ” କାର୍ଯ୍ୟକ୍ରମର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସମ୍ପର୍କରେ ଉପସ୍ଥିତ ସମସ୍ତଙ୍କୁ ଅବଗତ କରାଇଥିଲେ ।ଜିଲ୍ଲା ପଞ୍ଚାୟତ ସିଡିଏ: କହିଥିଲେ ଯେ , ପରିବାରର ମୁଖ୍ୟ ହେଉଛି ନାରୀ , ନାରୀ ସମ୍ବେଦନଶୀଳ , ସହନଶୀଳତା ଓଧୈର୍ଯ୍ୟର ପ୍ରତୀକ । ତେଣୁ ନାରୀକୁ ସମ୍ମାନ ତଥା ମର୍ଯ୍ୟାଦା ଦେଇ ଏହି ମୋର “ମୋର ପେଡ ମୋର ଅଧିକାର” ନିଜ ଘରେ ସଚେତନ କରାଇବା , ପେଡ’ର ବ୍ୟବହାର ଓ ତାର ସଫାସୁତୁରା କରାଇବା ପ୍ରଭୃତି ଉପରେ ନିଜ ଗ୍ରାମ ଓ ପଞ୍ଚାୟତ ସ୍ତରରେ କିଭଳି ସଚେତନ କରା ଯାଇପାରିବ , ସେ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ ।ଜିଲ୍ଲା ପରିଷଦ୍ ମହିଳା ଶସକ୍ତିକରଣ ଆର୍ଥିକ ସ୍ଥିତି, ପେଡର ବ୍ୟବହାର , ବଜାରୀକରଣ ପ୍ରଭୃତି ଆଦିବାସୀ ବହୁଳ ଗଜପତି ଜିଲ୍ଲାର ୫ ଟି ବ୍ଲକାଞ୍ଚଳରେ ଏହି କାର୍ଯ୍ୟକ୍ରମ କିଭଳି ପ୍ରସାର କରାଯିବ , ତାହା ଆନୁଷ୍ଠାନିକ ଭାବେ ପ୍ରସାର ନିମନ୍ତେ ନାବାର୍ଡକୁ ଅନୁରୋଧ କରିଥିଲେ ।ଡିଡିଏମ୍ ନାବାର୍ଡ ନାବଫାଉଣ୍ଡେସନର କାର୍ଯ୍ୟକ୍ରମ ଏହା କିପରି ଓଡ଼ିଶାର ସମ୍ବଲପୁର ଠାରୁ ଆରମ୍ଭ କରିଗଜପତି ଜିଲ୍ଲାରେ ଏହାର ପ୍ରସାରକୁ ଅଧିକ ଗୁରୁତ୍ଵ , ଓରମାସ ଦ୍ଵାରା ବଜାରୀକରଣ ଓ ପେଡର ବ୍ୟବହାର କରାଯାଇ ଗ୍ରାମ ସ୍ତରରେ ଏହାରପ୍ରସାର କରାଯିବା ଉପରେ ଗୁରୁତ୍ଵ ଦେଇଥିଲେ ।“ମାଇ ପେଡ ମାଇ ରାଇଟ” ବଜାରୀକରଣ , ଗଜପତିର ସୁରକ୍ଷା , ପେଡର ସାମ୍ପଲ ଓ ଏକ ଡେମୋ ପରୀକ୍ଷଣ କରାଯାଇ କମ୍ପାନୀ ପେଡ ଓ ମାଇ ପେଡର ଗୁରୁତ୍ବ ଉପରେ ବୁଝା ଯାଇଥିଲା ।ତାଲିମ ଦାତା ଶୁଭଶ୍ରୀ ମହୁଲିଆ ପ୍ରାଞ୍ଜଳ ଭାବେ ପରୀକ୍ଷଣ କରି ବୁଝାଇଥିଲେ ।ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଡିଏମଓ: ଡ଼ାଃ ପ୍ରମୋଦ କୁମାର ପଣ୍ଡା “ମାଇ ପେଡ ମାଇ ରାଇଟ”ର ପ୍ରସାର , ମହିଳା ଓ କିଶୋରୀ ବାଳିକା , ପ୍ରସୂତି ମହିଳାଙ୍କ ସଚେତନତା , ସଫାସୁତୁରା , ମହିଳାଙ୍କ ବ୍ୟକ୍ତିଗତ ପରିସର , ମାସିକ ଋତୁସ୍ରାବ ସମୟରେ ପେଡର ବ୍ୟବହାର , ମାସିକ ୩ରୁ ୪ ଟି ପେଡର ବ୍ୟବହାର କରାଯିବା ବିଷୟରେ ଗୃତ୍ଵ ଦେଇଥିଲେ ।ଡ଼ାକ୍ତରଖାନାରେ ବର୍ଜ୍ୟବସ୍ତୁ , ପେଡ ନିମନ୍ତେ ହଳଦିଆ ଡଷ୍ଟବିନର ବ୍ୟବହାର , ବ୍ୟବହାର ପେଡ ନ ପୋଡ଼ି ତାକୁ ୫ ଫୁଟ ଗାତ ଖୋଳି ସେଥିରେ ପକାଇ ପୋଡ଼ି ଦେଇ ମାଟି ଫିଲିଙ୍ଗ କରିଦେବା ଉପରେ ଅଧିକ ଗୁରୁତ୍ୱ ଦେଇଥିଲେ । ସରକାରଙ୍କୁ , ଖୁସିପ୍ୟାଡ ଓ ସଂକ୍ରମିତ ମହିଳାଙ୍କ ଦ୍ଵାରା ରୋଗ କିପରି ବ୍ୟାପୁଛି , ସେ ସମ୍ପର୍କରେ ବୁଝାଇଥିଲେ ।ଶେଷରେ ଡିପିସି: ଶ୍ରୀ ଟିମନ ବାରା ଓ ଆରସେଟି: ପ୍ରଶିକ୍ଷଣ କେନ୍ଦ୍ରର ନିର୍ଦ୍ଦେଶକ ଶ୍ରୀ ଶ୍ରାବଣ କୁମାର ପ୍ରଧାନ ଉପସ୍ଥିତ ରହି ମହିଳା ମାନଙ୍କ କ୍ଷେତ୍ରରେ ଏହି କାର୍ଯ୍ୟକ୍ରମର ସଚେତନତା ବାର୍ତ୍ତା କିପରି ପ୍ରସାର କରାଯାଇପାରିବ ସେ ସମ୍ପର୍କରେ ଉପାଦେୟ ସୂଚନା ପ୍ରଦାନ କରିଥିଲେ ।ଶେଷରେ ଆରକେଏସଏସ: ଅନୁଷ୍ଠାନର କର୍ମଚାରୀ ଶ୍ରୀ ତରୁଣ କୁମାର ନାୟକ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ ।