Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

‘ପବିତ୍ର ରିସ୍ତା’ର ଲୋକପ୍ରିୟ ଅଭିନେତ୍ରୀ ପ୍ରିୟା ମରାଠେଙ୍କ ମୃତ୍ୟୁ

ମୁମ୍ବାଇ: ‘ପବିତ୍ର ରିସ୍ତା’ ଧାରାବାହିକରେ ବର୍ଷା ଭୂମିକାରେ ଅଭିନୟ କରିଥିବା ଅଭିନେତ୍ରୀ ପ୍ରିୟା ମରାଠେ ମୃତ୍ୟୁବରଣ କରିଥିବା ନେଇ ରିପୋର୍ଟରୁ ଜଣାପଡ଼ିଛି। ସେ ଏହି ଶୋ’ରେ ଅଙ୍କିତା ଲୋଖଣ୍ଡେଙ୍କ ଭଉଣୀ ଭୂମିକାରେ ଅଭିନୟ କରିଥିଲେ। ମୃତ୍ୟୁ ସମୟରେ ତାଙ୍କୁ ମାତ୍ର ୩୮ ବର୍ଷ ହୋଇଥିବା ସୂଚନା ମିଳିଛି। ଦୀର୍ଘ ସମୟ ଧରି ସେ କ୍ୟାନ୍ସର ରୋଗ ସହ ଲଢି ଆସୁଥିଲେ। ତେବେ ତାଙ୍କ ମୃତ୍ୟୁ ଖବର ଶୁଣି ଇଣ୍ଡଷ୍ଟ୍ରିରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯିବା ସହ ପ୍ରଶଂସକମାନେ ମଧ୍ୟ ସ୍ତବ୍ଧ ହୋଇଯାଇଛନ୍ତି।

ତେବେ ସେ ହିନ୍ଦୀ ବ୍ୟତୀତ ମରାଠୀ ଟିଭି ଧାରାବାହିକରେ ମଧ୍ୟ କାମ କରିଛନ୍ତି। ସେ ମୀରା ରୋଡସ୍ଥିତ ତାଙ୍କ ଘରେ ରବିବାର ଦିନ ଅର୍ଥାତ୍ ୩୧ ଅଗଷ୍ଟରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ।ପବିତ୍ର ରିସ୍ତା’ ବ୍ୟତୀତ ସେ ‘ସାଥ ନିଭାନା ସାଥୀୟା’ ଏବଂ ‘ତୁ ତିଥେ ମେ’, ଚାରି ଦିବସ ସାସୁଚେ, କସମ୍ ସେ, ଉତ୍ତରଣ, ଭାଗ ରେ ମନ, ସ୍ୱରାଜ୍ୟରକ୍ଷକ ସମ୍ଭାଜୀ ସମେତ ଅନେକ ଟିଭି ସିରିଅଲରେ କାମ କରିଛନ୍ତି। ପ୍ରିୟା ଶେଷ ଥର ପାଇଁ ମରାଠୀ ଶୋ ‘ତୁଜେଚ୍ ମି ଗୀତ ଗାତ ଆହେ’ରେ ନଜର ଆସିଥିଲେ। ଯାହାକି ଜୁନ୍ ୨୦୨୪ରେ ଶେଷ ହୋଇଯାଇଥିଲା।

ଗତ ଏକ ବର୍ଷ ହେଲା ସେ ତାଙ୍କ ରୋଗ ପାଇଁ ପରଦାରୁ ଦୂରରେ ଥିଲେ। ତାଙ୍କର ସୋସିଆଲ ମିଡିଆରେ ୬୩୯ ହଜାର ଫଲୋଅର୍ସ ମଧ୍ୟ ଅଛନ୍ତି। ତାଙ୍କର ଶେଷ ପୋଷ୍ଟ ୧୧ ଅଗଷ୍ଟ ୨୦୨୪ରେ ହୋଇଥିଲା ଯେତେବେଳେ ସେ ଜୟପୁରର ଆମେର ଫୋର୍ଟକୁ ବୁଲିବାକୁ ଯାଇଥିଲେ।

ତାଙ୍କର ବ୍ୟକ୍ତିଗତ ଜୀବନ ବିଷୟରେ କହିବାକୁ ଗଲେ ସେ ୨୦୧୨ ମସିହାରେ ଅଭିନେତା ଶାନ୍ତନୁ ମୋଘେଙ୍କୁ ବିବାହ କରିଥିଲେ। ସେ ଇନଷ୍ଟାଗ୍ରାମରେ ତାଙ୍କ ସ୍ୱାମୀଙ୍କ ସହିତ ଅନେକ ଫଟୋ ଏବଂ ରିଲ୍ସ ମଧ୍ୟ ସେୟାର କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ