Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ୱାର୍ଲ୍ଡ ବୁକ୍ ଅଫ୍ ରେକର୍ଡସରେ ଏଣ୍ଟ୍ରି କଲେ ସାଉଥ୍ ସୁପରଷ୍ଟାର ନନ୍ଦମୁରୀ ବାଲକୃଷ୍ଣନ୍

ଚେନ୍ନାଇ: ସାଉଥ୍ ସୁପରଷ୍ଟାର ନନ୍ଦମୁରୀ ବାଲକୃଷ୍ଣନ୍ ବହୁ ଲମ୍ବା ସମୟ ଧରି ନିରନ୍ତର ମୁଖ୍ୟ ଭୂମିକାରେ ଅଭିନୟ କରିବା ସହ ଫିଲ୍ମ ଜଗତରେ ୫୦ ବର୍ଷ ପୂରଣ କରି ଏକ ନୂତନ ବିଶ୍ୱ ରେକର୍ଡ ସୃଷ୍ଟି କରିଛନ୍ତି। ତେବେ ସେ ମୁଖ୍ୟତଃ ଆକ୍ସନ ହିରୋ ଭାବରେ ପରିଚିତ ଅଟନ୍ତି।

ତେବେ ସିନେମାରେ ତାଙ୍କର ୫୦ ବର୍ଷ ପୂରଣ କରିବାର ଏହି ଗୌରବମୟ ସମୟ ପାଇଁ ତାଙ୍କୁ ୱାର୍ଲ୍ଡ ବୁକ୍ ଅଫ୍ ରେକର୍ଡସ୍, ୟୁକେ (ଗୋଲ୍ଡ ଏଡିସନ୍) ଦ୍ୱାରା ସମ୍ମାନିତ କରାଯାଇଛି।ବାଲକୃଷ୍ଣଙ୍କ ଏହି ଐତିହାସିକ ସଫଳତା ପାଇଁ ତାଙ୍କ ପରିବାର ଏବଂ ରାଜନେତାମାନେ ମଧ୍ୟ ଗର୍ବିତ ଅନୁଭବ କରୁଛନ୍ତି। ତାଙ୍କ ଝିଅ ବ୍ରହ୍ମଣୀ ନାରା ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ସେୟାର କରି ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ସେ ପରଦା ଉପରେ ଜଣେ ଆଇକନ୍ ଏବଂ ବାସ୍ତବ ଜୀବନରେ ଏକ ପ୍ରେରଣା ବୋଲି ତାଙ୍କ ଝିଅ ଲେଖିଛନ୍ତି। ଏଥିସହିତ ଏହି ବିଶ୍ୱସ୍ତରୀୟ ମାନ୍ୟତା ପାଇଁ ସେ ଗର୍ବିତ ବୋଲି ମଧ୍ୟ କହିଛନ୍ତି। ରାଜନୈତିକ ଜଗତରୁ ମଧ୍ୟ ତାଙ୍କ ପାଇଁ ଶୁଭେଚ୍ଛାର ସୁଅ ଛୁଟିଛି।

ଆନ୍ଧ୍ର ପ୍ରଦେଶର ମୁଖ୍ୟମନ୍ତ୍ରୀ ଏନ. ଚନ୍ଦ୍ରବାବୁ ନାଇଡୁ ସୋସିଆଲ ମିଡିଆରେ ଲେଖିଛନ୍ତି, ‘#50YearsOfNBK ସମସ୍ତ ପିଢ଼ି ର ଲୋକପ୍ରିୟ ଅଭିନେତା ଓ ସିନେମା ପ୍ରତି ସମର୍ପିତ ନନ୍ଦମୁରୀ ବାଳକୃଷ୍ଣ ଗାରୁଙ୍କ ୫୦ ବର୍ଷର ଯାତ୍ରା ଭାରତୀୟ ଚଳଚ୍ଚିତ୍ର ଇତିହାସର ଏକ ସୁବର୍ଣ୍ଣ ଅଧ୍ୟାୟ। ଏହି ଐତିହାସିକ ସଫଳତା ପାଇଁ ତାଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ମଧ୍ୟ ଜଣାଇଛନ୍ତି। ତେବେ ପ୍ରଶଂସକଙ୍କ ମଧ୍ୟରେ ବାଲାୟ ନାମରେ ପରିଚିତ ବାଳକୃଷ୍ଣ ତାଙ୍କ କ୍ୟାରିଅରରେ ଅନେକ ଚରିତ୍ରରେ ଅଭିନୟ କରିଛନ୍ତି ଓ ସେହି ସମସ୍ତ ଫିଲ୍ମ ଆକ୍ସନ, ଡ୍ରାମା ଏବଂ ସାମାଜିକ ପ୍ରସଙ୍ଗ ଉପରେ ଆଧାରିତ ଥାଏ।

ତାଙ୍କର ପ୍ରମୁଖ ଚଳଚ୍ଚିତ୍ରଗୁଡ଼ିକ ମଧ୍ୟରେ ‘ଅନ୍ନଦମ୍ମୁଲା ଅନୁବନ୍ଧମ’, ‘ସହସେ ଜୀବନମ୍’, ‘କଥାନୟକୁଡୁ’, ‘ନିପ୍ପୁଲାଣ୍ଟି ମନୀଷୀ’, ‘ଡାକୁ ମହାରାଜ’, ‘ବୀରା ସିଂହ ରେଡ୍ଡୀ’ ଏବଂ ‘ଭଗବନ୍ତ କେଶରୀ’ ଇତ୍ୟାଦି ଅନ୍ତର୍ଭୁକ୍ତ ରହିଛି। କେବଳ ଏତିକି ନୁହେଁ ସେ ତାଙ୍କର ସାମାଜିକ ଏବଂ ସାଂସ୍କୃତିକ ସେବା ପାଇଁ ମଧ୍ୟ ପରିଚିତ ଅଟନ୍ତି। ଯେଉଁଥିପାଇଁ ସେ ଚଳିତ ବର୍ଷ ଭାରତ ସରକାରଙ୍କ ଦ୍ଵାରା ଦେଶର ତୃତୀୟ ସର୍ବୋଚ୍ଚ ନାଗରିକ ପୁରସ୍କାର ପଦ୍ମଭୂଷଣରେ ମଧ୍ୟ ସମ୍ମାନିତ ହୋଇଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ