Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ଉତ୍ତର କୋରିଆକୁ ବାଇଡେନ୍‌ଙ୍କ ଚେତାବନୀ; ପରମାଣୁ ଆକ୍ରମଣ କଲେ ଅନ୍ତ ନିଶ୍ଚିତ

ଓ୍ୱାଶିଂଟନ: ଉତ୍ତର କୋରିଆକୁ ଆମେରିକାର ଚେତାବନୀ। ପରମାଣୁ ଅସ୍ତ୍ରର ବ୍ୟବହାର କଲେ ପରିଣାମ ଭୟଙ୍କର ହେବ। ଏ ନେଇ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ୍‌ ଚେତାବନୀ ଦେଇଛନ୍ତି। ଦକ୍ଷିଣ କୋରିଆ ଓ ଆମେରିକା ପକ୍ଷରୁ ଏହି ଚେତାବନୀ ଦିଆଯାଇଛି।

ଉତ୍ତର କୋରିଆ ରାଷ୍ଟ୍ରପତି ଆମେରିକା ଗସ୍ତରେ ଅଛନ୍ତି। ଏହି ସମୟରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଓ ଉପରାଷ୍ଟ୍ରପତି କମଲା ହାରିସଙ୍କ ସହ ବୈଠକ କରିଛନ୍ତି କିମ୍‌ । ବୈଠକରେ ଉତ୍ତର କୋରିଆର ରାଷ୍ଟ୍ରପତି କିମ ଜଙ୍ଗ୍ ଉନଙ୍କ ପରମାଣୁ ଆକ୍ରମଣ ଧମକ ନେଇ ଆଲୋଚନା ହୋଇଥିଲା ।

ଉତ୍ତର କୋରିଆ ଲଗାତାର ମିସାଇଲ ପରୀକ୍ଷଣ କରୁଥିବା ବେଳେ ପରମାଣୁ ଅସ୍ତ୍ରଶସ୍ତ୍ର ମଜଭୁତ କରୁଛି। ଦକ୍ଷିଣ କୋରିଆ ପାଇଁ ଆମେରିକା ସୁରକ୍ଷା କବଚ । ଯଦି ଉତ୍ତର କୋରିଆ ପରମାଣୁ ଆକ୍ରମଣ କରେ, ତେବେ ବିନାଶକାରୀ ପରିସ୍ଥିତିର ସାମ୍ନା କରିବାକୁ ପଡିବ ବୋଲି ବାଇଡେନ କହିଛନ୍ତି ।