‘ମୋଦୀ ସରନେମ୍‌’ ମାମଲା; ରାହୁଲଙ୍କ ଆବେଦନ ଉପରେ ଆଜି ଶୁଣାଣି


ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧୀ ‘ମୋଦୀ ସରନେମ୍‌’ ପ୍ରସଙ୍ଗରେ ସୁରଟ ସେସନ କୋର୍ଟ ରାୟକୁ ଗୁଜରାଟ ହାଇକୋର୍ଟରେ ଚାଲେଞ୍ଜ କରିଥିଲେ । ଏ ମାମଲାର ଆଜି ହାଇକୋର୍ଟ ଶୁଣାଣି କରିବେ ।

ମୋଦୀ ସରନେମ ଟିପ୍ପଣୀକୁ ନେଇ ସୁରଟର ଏକ କୋର୍ଟ ରାହୁଲଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ। ପରେ ଏହା ଉପରେ ରୋକ ଲଗାଇବା ନେଇ ରାହୁଲ ସୁରଟ ସେସନ କୋର୍ଟରେ ଆବେଦନ କରିଥିଲେ । ହେଲେ ସେସନ କୋର୍ଟ ଏହା ଉପରେ ରୋକ ଲଗାଇନଥିଲେ। ରାହୁଲ ଗାନ୍ଧି ସେସନ କୋର୍ଟଙ୍କ ଏହି ରାୟକୁ ହାଇକୋର୍ଟରେ ଚାଲେଞ୍ଜ କରିଥିଲେ। ଏହି ଆବେଦନ ଉପରେ ହାଇକୋର୍ଟର ନୂଆ ବିଚାରପତି ଆଜି ଶୁଣାଣି କରିବେ ।

୨୦୧୯ରେ ଲୋକସଭା ନିର୍ବାଚନ ସମୟରେ ଏକ ସଭାରେ ରାହୁଲ ଗାନ୍ଧୀ ମୋଦୀ ସର୍‌ନେମ୍‌କୁ ନେଇ ବିବାଦୀୟ ବୟାନ ଦେଇଥିଲେ। ରାହୁଲ କହିଥିଲେ ଯେ, ‘ସମସ୍ତ ମୋଦୀ ଚୋର କାହିଁକି?’। ଏହାପରେ ଗୁଜରାଟର ଜଣେ ବିଜେପି ବିଧାୟକ ଏହି ମନ୍ତବ୍ୟକୁ କେନ୍ଦ୍ର କରି ରାହୁଲଙ୍କ ବିରୋଧରେ ମାନହାନି ମକଦ୍ଦମା ଦାୟର କରିଥିଲେ।