Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସମ୍ବଲପୁରୀରେ ଡାକ୍ତର ଜନାର୍ଦ୍ଦନ ପୁଝାରୀଙ୍କ ଜୟନ୍ତୀ

ସମ୍ବଲପୁର:ଡ଼ା ଜନାର୍ଦ୍ଦନ ପୂଜାରୀଙ୍କ ରଚନାବଳୀ ସାହିତ୍ୟିକ ଓ ଚିତ୍ରକରର ଯୈାଥ ସର୍ଜନା ଅଟେ ବୋଲି କହିଛନ୍ତି ଡଃ କାମଦେବ ସାହୁ । ଓଡ଼ିଶା ସାହିତ୍ୟ ଏକାଡେମୀ ଆନୁକୂଲ୍ୟରେ ଗଙ୍ଗାଧର ମେହେର ବିଶ୍ଵବିଦ୍ୟାଳୟର ୟୁଟିଲିଟି ସେଣ୍ଟରରେ ଆଜି ଅନୁଷ୍ଠିତ ରାଜ୍ୟସ୍ତରୀୟ ଡା ଜନାର୍ଦ୍ଦନ ପୂଜାରୀ ଜୟନ୍ତୀ ଉତ୍ସବରେ ମୁଖ୍ୟ ବକ୍ତା ରୂପେ ଯୋଗଦେଇ ଅଧ୍ଯାପକ ଡଃ ସାହୁ କହିଲେ ଯେ ଡ଼ାକ୍ତର ପୂଜାରୀ ଜଣେ ଧର୍ମ ପ୍ରାଣ ବ୍ୟକ୍ତି ଥିଲେ । ଏହାସହିତ ସେ ଥିଲେ ନାଟ୍ୟକାର ଓ ଅଭିନେତା ତଥା ସମାଜସେବୀ । ତେଣୁ ତାଙ୍କ ସାହିତ୍ୟ ନୀତି, ଆଦର୍ଶ ଆଧାରିତ ଅଟେ । ଡାକ୍ତର ପୂଜାରୀଙ୍କ ଦୁଃସାହସିକ ଯାତ୍ରା, ସେବା ଓ ଭକ୍ତିମୟ ଜୀବନର ପ୍ରତିଫଳନ ତାଙ୍କ ରଚନାବଳୀରେ କିଭଳି ପଡ଼ିଛି ତା’ର ବିଶ୍ଲେଷଣ କରିଥିଲେ ।
ମୁଖ୍ୟ ଅତିଥି ଶିକ୍ଷାବିତ ଅରବିନ୍ଦ ମହାପାତ୍ର କହିଲେ, ଡ଼ା ପୂଜାରୀଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ଉତ୍ସବ ପାଳନ କରି ଓଡ଼ିଶା ସାହିତ୍ୟ ଏକାଡେମୀ ପ୍ରଶଂସନୀୟ କାର୍ଯ୍ୟ କରିଆସୁଛି । ଡାକ୍ତର ପୂଜାରୀ ପେଶାରେ ଜଣେ ଡାକ୍ତର ହୋଇଥିଲେ ମଧ୍ଯ ଋଷି ପ୍ରତିମ ଥିଲେ । ଗାର୍ହସ୍ଥ ଜୀବନରେ ଥାଇ ସୁଦ୍ଧା ଆଶ୍ରମରେ ନିୟମିତ ପୁରାଣ ପାଠ, ହୋମ, ଜପ, ତପ ରେ ତନ୍ନିଷ୍ଠ ରହିଥିଲେ । କର୍ମ ଓ ସାଧନା ହେତୁ ସାହିତ୍ୟ ରଚନାରୁ ବିରତ ହୋଇଥିଲେ ମଧ୍ଯ ସେ ଯାହାକିଛି ରଚନା କରିଯାଇଛନ୍ତି ତାହା ଓଡ଼ିଆ ସାହିତ୍ୟ ପାଇଁ ଅମୂଲ୍ୟ ସମ୍ପଦ । ମାତ୍ର ବାର ବର୍ଷ ବୟସରୁ ସେ ତାଙ୍କ ସୃଜନ ଶକ୍ତିର ଅଭୂତପୂର୍ବ ପ୍ରଦର୍ଶନ କରିଥିଲେ ।
ସମ୍ମାନିତ ଅତିଥି ଗଙ୍ଗାଧର ମେହେର ବିଶ୍ଵବିଦ୍ୟାଳୟର ଉପକୁଳସଚିବ ଡ଼. ଉମା ଚରଣ ପତି କହିଲେ ଯେ ମାନବ ସମ୍ବଳର ଯଥାର୍ଥ ବିକାଶ ଦ୍ବାରା ହିଁ ପରିବାର , ସମାଜ ତଥା ରାଷ୍ଟ୍ରର ସଠିକ୍ ବିକାଶ ସମ୍ଭବପର ହେବ । ଅର୍ଥ ଉପାର୍ଜନ ଓ ବିଳାସପୂର୍ଣ୍ଣ ଜୀବନ ହିଁ ଯଦି ଲକ୍ଷ୍ୟ ହୁଏ ତେବେ ଜୀବନ ଧାରଣର ମାନରେ ଉନ୍ନତି ଆସି ପାରିବ ନାହିଁ। ଡ଼ା ଜନାର୍ଦ୍ଦନ ପୂଜାରୀଙ୍କ ଜୀବନ ଯାତ୍ରା ଏ ଦିଗରେ ଆମପାଇଁ ଉପଯୁକ୍ତ ପଥ ପ୍ରଦର୍ଶକ।
ଅର୍ଜୁନ ରଞ୍ଜନ ପଣ୍ଡାଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ଉତ୍ସବରେ ଡଃ ଶ୍ରଦ୍ଧାକର ସୂପକାରଙ୍କ ଦ୍ବାରା ରଚିତ ଅମର ଜୀବନ ପୁସ୍ତକର ଇଂରାଜୀ ଅନୁବାଦ ” ଇମ୍ମୋର୍ଟାଲ ଲାଇଫ” ର ଶୁଭ ଉନ୍ମୋଚନ କରାଯାଇଥିଲା । ପ୍ରିୟରଞ୍ଜନ ସାହୁ ଇଂରାଜୀ ଅନୁବାଦ କରିଛନ୍ତି। ଡାକ୍ତର ପୂଜାରୀଙ୍କ ସାହିତ୍ୟ ଉପରେ ଆୟୋଜିତ ପ୍ରବନ୍ଧ ପ୍ରତିଯୋଗିତାର କୃତି ପ୍ରତିଯୋଗୀ ଶୋଭନ ବେହେରା, ଜ୍ୟୋତିର୍ମୟୀ ପ୍ରଧାନ, ପଲ୍ଲବୀ ମହାନନ୍ଦ ଓ ସ୍ବସ୍ତିକ ପ୍ରଧାନ ପ୍ରମୁଖ ଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା । ଦୀପକ କୁମାର ପଣ୍ଡା ସଭା ପରିଚାଳନା କରିଥିବା ବେଳେ ଲକ୍ଷ୍ମୀନାରାୟଣ ହୋତା ଧନ୍ୟବାଦ ଅର୍ପଣ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ