Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ଏଣିକି ଟ୍ବିଟରରେ ଖବର ପଢିଲେ ଦେବେ ଟଙ୍କା

ନୂଆଦିଲ୍ଲୀ: ଏଣିକି ଟ୍ବିଟରରେ ଖବର ପଢିଲେ ଦେବେ ଟଙ୍କା। ଟବିଟର ୟୁଜର୍ସଙ୍କ ଲାଗି ଏମିତି ଏକ ନୂଆ ନିୟମ ଆଣିଛନ୍ତି ଏଲୋନ୍ ମସ୍କ। ଏହି ଖବର ଜାଣିବା ପରେ ଟ୍ବିଟର ୟୁଜର୍ସଙ୍କୁ ବଡ ଝଟକା ଲାଗିଛି। ପୂର୍ବରୁ ବ୍ଲୁ ଟିକ୍ ପାଇଁ ବ୍ୟବହାରକାରୀଙ୍କୁ ଟଙ୍କା ଦେବାକୁ ପଡ଼ୁଥିଲା। ଏବେ ଖବର ପଢିଲେ ବି ନେବେ ଟଙ୍କା। ଶନିବାର ଏଲୋନ୍ ମସ୍କ ଏହି ସୂଚନା ଦେଇଛନ୍ତି।

ଏଲୋନ୍ ମସ୍କ ଟ୍ୱିଟ୍ କରିଛନ୍ତି ଯେ ଆଗାମୀ ସମୟରେ ୟୁଜର୍ସଙ୍କୁ ଖବର ପଢିବା ପାଇଁ ଏକ ନିର୍ଦ୍ଦିଷ୍ଟ ଦେୟ ଦେବାକୁ ପଡିବ। ଏହି ଦେୟ ସଂପୃକ୍ତ ଖବର ବା ନ୍ୟୁଜ ଆର୍ଟିକିଲ୍ ଆଧାରରେ ରହିବ। ଟ୍ବିଟରର ଏହି ନୂଆ ନିୟମ ମେ’୧ ରୁ ଲାଗୁ ହେବ। ଯେଉଁ ଗଣମାଧ୍ୟମ ସଂସ୍ଥା ଟ୍ବିଟରରେ ଖବର ସେୟାର କରୁଛନ୍ତି ତାଙ୍କୁ ଏହି ନୂଆ ଯୋଜନା ବଡ ଲାଭ ଦେବ ବୋଲି ମସ୍କ କହିଛନ୍ତି।