ଶିମିଳିପାଳରେ ବନ୍ଧୁକ ଧରି ବୁଲୁଥିବା ଦୁଇ ଶିକାରୀ ଗିରଫ


ବାରିପଦା: ଶିମିଳିପାଳ ଅଭୟାରାଣ୍ୟରେ ବନ୍ଧୁକ ଧରି ବୁଲୁଥିବା ଦୁଇ ଶିକାରୀଙ୍କୁ ଗିରଫ କଲା ବନ ବିଭାଗ । ସେମାନଙ୍କ ନିକଟରୁ ୫ଟି ଦେଶୀ ବନ୍ଧୁକ ଜବତ କରାଯାଇଛି । ଦୁଇ ଜଣଙ୍କଠାରୁ ପାଞ୍ଚଟି ଦେଶୀ ବନ୍ଧୁକ, ଗୋଟିଏ ଅଧା ତିଆରି ବନ୍ଧୁକ ଓ ବାରୁଦ ସହ ଶିକାର ପାଇଁ ବ୍ୟବହୃତ ସାମଗ୍ରୀ ଜବତ କରିଛି ବନ ବିଭାଗ ।

ଶିମିଳିପାଳର କୋର ଏରିଆରେ ୨ ଶିକାରୀ ବନ୍ଧୁକ ଧରି ବୁଲୁଥିଲେ । ଏହା ଟ୍ରାପ କ୍ୟାମେରାରେ ଶିକାରୀ ଦ୍ୱୟଙ୍କର ଫଟୋ ଉଠିଥିଲା । ଏହି ଫଟୋକୁ ଭିତ୍ତି କରି ଶିକାରୀଙ୍କୁ ଗିରଫ କରିଛି ବନ ବିଭାଗ । ଏମାନଙ୍କୁ ବନ୍ୟଜନ୍ତୁ ସୁରକ୍ଷା ଆଇନ ଅନୁଯାୟୀ କୋର୍ଟ ଚାଲାଣ କରାଯାଇଛି । ବନ୍ଧୁକ ରଖିଥିବାରୁ ଆର୍ମସ ଆକ୍ଟ ଅନୁଯାୟୀ ମାମଲା ହେବ ବୋଲି ଦକ୍ଷିଣ ଶିମିଳିପାଳର ଉପ ନିର୍ଦ୍ଦେଶକ ସୂଚନା ଦେଇଛନ୍ତି ।