Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଭିତ୍ତିପ୍ରସ୍ତର ସ୍ଥାପନର ୨୦ ମାସ ହୋଇଥିଲେ ସୁଦ୍ଧା ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ ନିର୍ମାଣ କାର୍ଯ୍ୟ କେବେ ଆରମ୍ଭ ହେବ

ପାରଳାଖେମୁଣ୍ଡି:୧/୨(ଗରୁଡ଼ ଧ୍ୱଜ ଚୌଧୁରୀ) ଗଜପତି ଜିଲ୍ଲାର ଆଦିବାସୀ ଅଧ୍ୟୁଷିତ ଉପାନ୍ତ ଅଞ୍ଚଳରେ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ ନିର୍ମାଣ ନେଇ ଘୋଷଣା କରିଥିଲେ କେନ୍ଦ୍ର ସରକାର। ଅଞ୍ଚଳର ବିକାଶ ହେବ। ଉନ୍ନତ ମାନର ଶିକ୍ଷା ଲାଭ କରିବେ ଆଦିବାସୀ ଛାତ୍ରଛାତ୍ରୀ ବୋଲି ଲୋକଙ୍କୁ ସ୍ବପ୍ନ ଦେଖାଇଥିଲେ କେନ୍ଦ୍ର ସରକାର। ଏଭଳି ଅନେକ କିଛି, ହେଲେ ଏ ସ୍ବପ୍ନ ସାକାର ହେବା ପଦ୍ମ ଘୁଞ୍ଚି ଘୁଞ୍ଚି ଗଲା ସଦୃଶ୍ୟ ହୋଇଛି। ସରକାରଙ୍କ ଘୋଷଣା ସତେ ଯେମିତି ପାଣିର ଗାର ପରି ମନେ ହେଉଛି। ସୂଚନଯୋଗ୍ୟ ଏହି କି ଯେ, ଗଜପତି ଜିଲ୍ଲା ନୁଆଗଡ଼ ବ୍ଲକ ଅନ୍ତର୍ଗତ ଆଦିବାସୀ ଅଧ୍ୟୁଷିତ ଲୁହାଙ୍ଗର ପଞ୍ଚାୟତର କୁମଜାଙ୍ଗ ଏବଂ ତାକୁବୁଲ ଠାରେ କେନ୍ଦ୍ର ସରକାରଙ୍କ ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ ନିର୍ମାଣ ନେଇ ୨୦୨୩ ମେ ମାସ ୨୯ ତାରିଖରେ ତତ୍କାଳୀନ କେନ୍ଦ୍ର ଆଦିବାସୀ ମନ୍ତ୍ରୀ ବିଶ୍ବେଶ୍ବର ଟୁଡୁ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ଭିତ୍ତିପ୍ରସ୍ତର ସ୍ଥାପନ ହେବାର ୨୦ମାସରୁ ଉର୍ଦ୍ଧ ସମୟ ବିତି ଯାଇଥିଲେ ସୁଦ୍ଧା ଏଯାଏଁ କୈାଣସି କାର୍ଯ୍ୟ ଆରମ୍ଭ ହେଉନଥିବା ଅଭିଯୋଗ ହେଉଛି। ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଶିକ୍ଷାର ବିକାଶ ପାଇଁ ଉଦ୍ଦିଷ୍ଟ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ ନିର୍ମାଣ ହେଲେ ଉନ୍ନତ ମାନର ଶିକ୍ଷା ପାଇବେ ଆଦିବାସୀ ଛାତ୍ରଛାତ୍ରୀ ଏବଂ ଶିକ୍ଷାର ବିକାଶ ହେଲେ ଅଞ୍ଚଳର ବିକାଶ ହେବ ବୋଲି କେନ୍ଦ୍ର ସରକାର ଆଶା ଦେଖାଇ ଥିଲେ। ସାଧାରଣ ନିର୍ବାଚନ ପୂର୍ବରୁ ଏଠାରେ ବିଦ୍ୟାଳୟର ଭିତ୍ତି ପ୍ରସ୍ତର ସ୍ଥାପନ କଲେ। ବର୍ତମାନ କେନ୍ଦ୍ର ଓ ରାଜ୍ୟରେ ଡବଲ ଇଞ୍ଜିନ ସରକାର ହୋଇଥିଲେ ମଧ୍ୟ ଓଡ଼ିଶାରେ ପୂର୍ବ ସରକାରଙ୍କ ଲୋକଙ୍କ ହିତଜନକ ଯୋଜନାକୁ ନାମ ପରିବର୍ତ୍ତନ ଏବଂ ରଙ୍ଗ ବଦଳାଇବାରେ ବ୍ୟସ୍ତ କିନ୍ତୁ ଅଞ୍ଚଳରେ ବିକାଶ କରିବାକୁ ପ୍ରତିଶ୍ରୁତି ଦେଇ ନିର୍ମାଣ କାର୍ଯ୍ୟ ଏଯାଏଁ ଆରମ୍ଭ ହୋଇନଥିବା ରୁ ଅନେକ ବୁଦ୍ଧିଜୀବୀ ଘୋର ନିନ୍ଦା କରୁଛନ୍ତି। ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ କେଉଁ ସଂସ୍ଥାକୁ ଏହାର ନିର୍ମାଣ ଦାୟିତ୍ବ ଦିଆଯାଇଛି ? କେଉଁ ବିଭାଗ ଏହାର ତଦାରଖ ଦାୟିତ୍ବରେ ରହିଛନ୍ତି ? ଏ ନେଇ କୈାଣସି ସୂଚନା ନଥିବା ବେଳେ, ଭିତ୍ତିପ୍ରସ୍ତର ସ୍ଥାପନ ଦିନ ପରଠାରୁ କୈାଣସି ଅଧିକାରୀଙ୍କ ଦେଖା ମିଳୁନାହିଁ, କୈାଣସି ଅଧିକାରୀ ପରିଦର୍ଶନରେ ଆସୁନଥିବାରୁ ନିର୍ମାଣ କାର୍ଯ୍ୟର ଅହେତୁକ ଅବହେଳା ନେଇ ପ୍ରଶ୍ନ ଉଠାଇଛନ୍ତି ଅଞ୍ଚଳବାସୀ। ଆଦିବାସୀ ମାନଙ୍କୁ କେନ୍ଦ୍ର ସରକାର ପ୍ରତାରଣା କରୁଥିବା ଅଭିଯୋଗ ହେଉଛି। ସୂଚନା ଅନୁସାରେ ଏଠାରେ ପ୍ରାୟ ୧୮ ଏକରରୁ ଊର୍ଦ୍ଧ୍ୱ ଜମି ଅଧିଗ୍ରହଣ ହୋଇସାରିଛି। ବିଦ୍ୟାଳୟ ନିର୍ମାଣ ପୂର୍ବରୁ ନିର୍ମାଣ ହେବାକୁ ଥିବା ସ୍ଥାନର ମାଟି ପରୀକ୍ଷାରେ ସୀମିତ ହୋଇ ଏହାର ଅଗ୍ରଗତି ରହିଛି। ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ ନିର୍ମାଣ ନିମନ୍ତେ ୩୮ କୋଟି ଅର୍ଥ ମଞ୍ଜୁର ହୋଇଥିବା ବେଳେ ଏହାର ଟେଣ୍ଡର କେଉଁ ସଂସ୍ଥାକୁ ଦିଆଯାଇଛି, ନିର୍ମାଣ କାର୍ଯ୍ୟରେ ବିଳମ୍ବ ହେଉଛି କାହିଁକି ସେନେଇ ଲୋକଙ୍କ ମଧ୍ୟରେ ପ୍ରଶ୍ନ ଉଠୁଛି। ସରକାର ଏହାପ୍ରତି ଦୃଷ୍ଟି ଦେଇ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ ହୋଇଥିଲେ ଆଦିବାସୀ ଛାତ୍ରଛାତ୍ରୀ ଉନ୍ନତ ମାନର ଶିକ୍ଷା ଲାଭ କରିବା ସହ ଅଞ୍ଚଳର ବିକାଶ ହେବ ବୋଲି ସାଧାରଣରେ ଦାବି ହେଉଛି। ନିର୍ମାଣ କାର୍ଯ୍ୟରେ ବିଳମ୍ବକୁ ନେଇ ଅନୁଧ୍ୟାନ କରି କାର୍ଯ୍ୟ ଆଗକୁ ନେବେ ବୋଲି କହିଛନ୍ତି ଜିଲ୍ଲାପାଳ ବିଜୟ କୁମାର ଦାଶ କହିଛନ୍ତି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories

10 ବର୍ଷର ନାବାଳିକାକୁ ଦୁଷ୍କର୍ମ ଉଦ୍ୟମ, ଯୁବକ ଗିରଫପାରଳାଖେମୁଣ୍ଡି, 14/1 (ତାରିଣୀ ପ୍ରସାଦ ପଣ୍ଡା): ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡି ସହରରେ ଏକ ଲଜ୍ଜ୍ୟା ଜନକ ଘଟଣା ଘଟିଛି। ଜଣେ ଦଶ ବର୍ଷୀୟ ନାବାଳିକାଙ୍କୁ ଦୁଷ୍କର୍ମ ଉଦ୍ୟମ କରି ଜଣେ ୩୫ ବର୍ଷୀୟ ଯୁବକ ଗିରଫ ହୋଇଥିବାର ଜଣାପଡିଛି। ସହରର ଜଙ୍ଗମ ସାହି ରେ ଏପରି ଲଜ୍ଜ୍ୟା ଘଟଣା ଘଟିଛି। ପାରଳାଖେମୁଣ୍ଡି ଆଦର୍ଶ ଥାନା ପୁଲିସ ସୂତ୍ରରୁ ପ୍ରକାଶ ଯେ, ସୋମବାର ଦିନ ନାବାଳିକାଙ୍କ ମାତା ପିତା ଉଭୟ ଦମ୍ପତି କାମକୁ ଯାଇଥିଲେ । ଏହି ସମୟରେ ଝିଅଟିଏ ଏକୁଟିଆ ରହି ଘରେ ଖେଳୁଥିଲା । ସେହି ସମୟରେ ପାଇଲୁ ରବି ନାମକ ଜଣେ ଯୁବକ ତାଙ୍କ ଘରେ ପ୍ରବେଶ କରିଥିଲେ। ନାବାଳିକା ଝିଅଟିକୁ ଏକୁଟିଆ ପାଇ ଅଭିଯୁକ୍ତ ଜଣକ ମନ୍ଦ ଉଦ୍ଦେଶ୍ୟ ରଖି ତାଙ୍କୁ ବଳପୂର୍ବକ ଦୁଷ୍କର୍ମ ଉଦ୍ୟମ କରିଥିଲେ ଏବଂ ତଳେ ଶୁଆଇ ଦେଇଥିଲେ। ଯେତେବେଳେ ନାବାଳିକା ଝିଅ ଚିତ୍କାର କଲେ, ଅଭିଯୁକ୍ତ ତାଙ୍କ ପାଟି ବନ୍ଦ କରିଦେଲେ। ଯେତେବେଳେ ପିଲାଟି ଖସିଯିବାକୁ ଚେଷ୍ଟା କଲା, ଅଭିଯୁକ୍ତ ତାଙ୍କ ପୋଷାକ ଚିରି ଦେଲେ ଏବଂ ବଳାତ୍କାର କରିବାକୁ ଚେଷ୍ଟା କଲେ। ତେବେ ପୀଡିତା ତାଙ୍କ କବଳରୁ କୌଣସି ମତେ ଖସି ଆସିବାରେ ସଫଳ ହେଲେ ଏବଂ ବାହାରେ ଥିବା କୂଅ ପାଖରେ ପଡ଼ିଗଲେ । ଚିତ୍କାର ଶୁଣି ପଡ଼ୋଶୀମାନେ ଏକାଠି ହୋଇ ଅଭିଯୁକ୍ତକୁ ଘର ଭିତରେହିଁ ଅଟକାଇ ଧରିଥିଲେ । ଏନେଇ ପାରଳାଖେମୁଣ୍ଡି ଆଦର୍ଶ ଥାନାରେ 6/26 ରେ ଏକ ମାମଲା ରୁଜୁ କରି POCSO ଆଇନର BNS R/w ଧାରା 8 ର ଧାରା 332(b)/75/76/65(2)/324(4)/62/351(2) ଅନୁଯାୟୀ ଗିରଫ କରି ଉଭୟଙ୍କୁ ଡାକ୍ତର ମୟାନା କରାଯାଇ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଥିବାର ଥାନା ଅଧିକାରୀ ପ୍ରଶାନ୍ତ କୁମାର ଭୂପତି ସୁଚନା ଦେଇଛନ୍ତି ।