Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଏମିତି ହେଲେ ବିଶ୍ଵକପ୍ ୨୦୨୩ର ସେମି ଫାଇନାଲରେ ପହଞ୍ଚିବ ଆଫଗାନିସ୍ତାନ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଟେଷ୍ଟ ଓପନର ତଥା ପ୍ରସିଦ୍ଧ କ୍ରିକେଟ୍ ଭାଷ୍ୟକାର ଆକାଶ ଚୋପ୍ରା ବଡ ଭବିଷ୍ୟତବାଣୀ କରିଛନ୍ତି। ସେ କହିଛନ୍ତି ଯଦି ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ(ଆଇସିସି) ଆଫଗାନିସ୍ତାନ ସପକ୍ଷରେ ଗୋଟିଏ ନିଷ୍ପତ୍ତି ନିଅନ୍ତା ତେବେ ଏହି ଦଳ ଆଇସିସି କ୍ରିକେଟ୍ ବିଶ୍ଵକପ୍ ୨୦୨୩ର ସେମି ଫାଇନାଲରେ ପହଞ୍ଚି ପାରିବ। ଆକାଶ ଚୋପ୍ରା ସେହି ସମୀକରଣ ବିଷୟରେ କହିଛନ୍ତି, ଯାହା ବିଶ୍ଵକପରେ ଆଫଗାନିସ୍ତାନ ପାଇଁ ଫାଇଦା ସାବ୍ୟସ୍ତ ହୋଇପାରେ।

ସେ ଟୁଇଟ୍ କରିଛନ୍ତି, ରଶିଦ ଖାନ, ମୁଜିବ ଉର ରେହମାନ, ନୂର ଅହମ୍ମଦ ଆଫଗାନିସ୍ତାନରେ ସ୍ପିନକୁ ଯେଉଁଭଳି ବୁଝାଯାଏ ଏବଂ ଶିଖାଯାଏ, ସେଥିରେ କିଛି ତ ଦମ୍ ଅଛି। ସେମାନଙ୍କ ସ୍ପିନରେ ମିଷ୍ଟ୍ରି ଏବଂ କ୍ଵାଲିଟି ରହିଥାଏ। ଯଦି ଆଇସିସି ଆଫଗାନିସ୍ତାନର ୭୫ ପ୍ରତିଶତ ମ୍ୟାଚ୍ ଲକ୍ଷ୍ନୌରେ ଆୟୋଜନ କରିବାକୁ ନିଷ୍ପତ୍ତି ନିଏ ତେବେ ବିଶ୍ଵକପର ଅନ୍ତିମ ୪ରେ ଏହି ଦଳ ଖୁସି ଖୁସିରେ ପ୍ରବେଶ କରିବ।

କ୍ରିକେଟ୍ ଭାଷ୍ୟକାର ଆକାଶ ଚୋପ୍ରାଙ୍କ ଏହି ଟୁଇଟ୍ ଆଇପିଏଲ ୨୦୨୩ର ୪୮ତମ ମ୍ୟାଚ୍ ପରେ ଆସିଛି। ଉକ୍ତ ମ୍ୟାଚ୍ ଗୁଜରାଟ୍ ଟାଇଟନ୍ସ ଏବଂ ରାଜସ୍ଥାନ ରୟାଲ୍ସ ମଧ୍ୟରେ ଖେଳା ଯାଇଥିଲା। ମୁକାବିଲାରେ ଆଫଗାନିସ୍ତାନର ଦୁଇ ସ୍ପିନର ରଶିଦ ଖାନ ଏବଂ ନୂର ଅହମ୍ମଦ ଗୁଜରାଟ୍ ପାଇଁ ଖେଳିଥିଲେ। ଉଭୟ ଶାଣିତ ବୋଲିଂ କରି ରାଜସ୍ଥାନର ଅଧା ଓ୍ଵିକେଟ୍ ନେଇଥିଲେ। ଦୁଇ ବୋଲରଙ୍କ ବୋଲିଂରେ ଆକାଶ ଚୋପ୍ରା ବେଶ ପ୍ରଭାବିତ। କେବଳ ଏହି ମ୍ୟାଚ୍ ନୁହେଁ ଚଳିତ ଆଇପିଏଲରେ ଦୁଇ ବୋଲର ଗୁଜରାଟ୍ ପାଇଁ ଟ୍ରମ୍ପକାର୍ଡ ସାଜିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ