Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଏବିଭିପି ଓଡ଼ିଶା ପଶ୍ଚିମ ପ୍ରାନ୍ତ ଛାତ୍ରୀ ସମ୍ମିଳନୀ

ସମ୍ବଲପୁର:ଏବିଭିପି ଓଡ଼ିଶା ପଶ୍ଚିମ ପ୍ରାନ୍ତ ତରଫରୁ ପ୍ରାନ୍ତ ସ୍ତରୀୟ ଛାତ୍ରୀ ସମ୍ମିଳନୀ ସମ୍ବଲପୁରର ରାଧାନାଥ କମ୍ୟୁନିଟି ସେଣ୍ଟର ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ରେ ମୁଖ୍ୟଅତିଥି ଭାବରେ ଅର୍ନ୍ତରାଷ୍ଟ୍ରୀୟ ନୃତ୍ୟ ଶିଳ୍ପୀ ପଦ୍ମିନୀ ପାଣିଗ୍ରାହୀ ଓ ମୁଖ୍ୟବକ୍ତା ଭାବରେ କ୍ଷେତ୍ରୀୟ ଛାତ୍ରୀ ପ୍ରମୁଖ ଗାର୍ଗୀ ବାନାର୍ଜୀ ଉପସ୍ଥିତ ଥିବା ବେଳେ ମଞ୍ଚରେ ରାଜ୍ୟ ସମ୍ପାଦକ ସ୍ୱେତାଂଶୁ ବରାଇ,ରାଜ୍ୟ ଉପସଭାପତି ନିର୍ଝରଣୀ ତ୍ରିପାଠୀ, ପ୍ରାନ୍ତ ଛାତ୍ରୀ ପ୍ରମୁଖ ଓ ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟ ଉପସ୍ଥିତ ଥିଲେ I ଏହି ଛାତ୍ରୀ ସମ୍ମିଳନୀରେ ସହର ରେ ଏକ ଭବ୍ୟ ସାଂସ୍କୃତିକ ଶୋଭାଯାତ୍ରା ମଧ୍ୟ ଅନୁଷ୍ଠିତ ହୋଇଥିଲା ।ଏଥିରେ ୩୦୦ ରୁ ଅଧିକ ଛାତ୍ରୀ ପୁରା ପଶ୍ଚିମ ପ୍ରାନ୍ତରୁ ଆସିଥିବା ବେଳେ ଏହି କାର୍ଯ୍ୟକ୍ରମର ବ୍ୟବସ୍ଥା ପ୍ରମୁକ ୟସୱର୍ଧନ ତିୱାରୀ ଥିବାବେଳେ ସୁରଜ୍ ଧଳ,ନିଖିଲ ଅଗ୍ରୱାଲ ,ସିଞ୍ଚନ ମିଶ୍ର,ଅଭିଷେକ ପାଣିଗ୍ରାହୀ,ସାଇଶ୍ରୀ ପଟେଲ,ବରୁଣ ପଟେଲ ଓ ଅନ୍ୟ କାର୍ଯ୍ୟକର୍ତ୍ତା ମାନେ ସହଯୋଗ କରିଥିଲେ।