Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପୂର୍ବତନ ପୋଲିସ କମିଶନର ପରମବୀର ସିଂଙ୍କ ଉପରେ ଥିବା ସମସ୍ତ ମାମଲା ପ୍ରତ୍ୟାହାର 

ମୁମ୍ବାଇ:  ମହାରାଷ୍ଟ୍ର ସରକାରଙ୍କ ବଡ ନିଷ୍ପତ୍ତି। ପୂର୍ବତନ ପୋଲିସ କମିଶନର ପରମବୀର ସିଂଙ୍କ ଉପରୁ ସମସ୍ତ ମାମଲା ପ୍ରତ୍ୟାହାର କରିଛନ୍ତି ମହାରାଷ୍ଟ୍ର ସରକାର। ତାଙ୍କ ଉପରେ ଲାଗୁ ହୋଇଥିବା ନିଲମ୍ବନ ବି ପ୍ରତ୍ୟାହାର କରିନେଇଥିବା ଜଣାପଡ଼ିଛି ।

୨୦୨୧ ମସିହାରେ ବ୍ୟବସାୟୀ ମନସୁଖ ହିରେନ ହତ୍ୟା ଘଟଣାରେ ପରମବୀର ସିଂଙ୍କ ସଂପୃକ୍ତି ନେଇ ହୋଇଥିବା ପିଟିସନକୁ ବମ୍ବେ ହାଇକୋର୍ଟ ଖାରାଜ କରିଦେଇଥିଲେ ।

ପରମବୀର ସିଂଙ୍କ ବିରୋଧରେ ଆହୁରି ଅନେକ ମମାଲା ରହିଛି। ମହାରାଷ୍ଟ୍ରରେ ୫ଟି ଦାଦାବଟି ମାମଲା ରହିଛି ତାଙ୍କ ବିରୋଧରେ। ଏହି ୫ଟି ମାମଲା ମଧ୍ୟରୁ ୩ଟି ମାମଲାର ତଦନ୍ତ ରାଜ୍ୟ ଅପରାଧ ତଦନ୍ତ ବିଭାଗ (ସିଆଇଡି) କରୁଥିବା ବେଳେ ବାକି ୨ଟି ମାମଲାର ତଦନ୍ତ ବମ୍ବେ କ୍ରାଇମବ୍ରାଂଚ ଏବଂ ଥାଣେ ପୋଲିସ କରୁଛି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ