Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମୁଖ୍ୟମନ୍ତ୍ରୀ ପଦକୁ ନେଇ ତେଜିଲା କନ୍ଦଳ, କଂଗ୍ରେସ ନେତା କହିଲେ- କର୍ଣ୍ଣାଟକରେ ଏବେ ସମୟ ଲାଗିବ

ନୂଆଦିଲ୍ଲୀ: କର୍ଣ୍ଣାଟକରେ ବିପୁଳ ବିଜୟ ପରେ ବି କଂଗ୍ରେସ ମନରେ ଯେଉଁ ଡର ଥିଲା ତାହା ଏବେ ସତରେ ପରିଣତ ହେବାରେ ଲାଗିଛି। ପାର୍ଟିର ଦୁଇ ବରିଷ୍ଠ ନେତା ଡିକେ ଶିବକୁମାର ଏବଂ ସିଦ୍ଧରମୈୟା ମୁଖ୍ୟମନ୍ତ୍ରୀ ପଦକୁ ନେଇ ମୁହାଁମୁହିଁ ହୋଇଛନ୍ତି। ଦେଶର ସବୁଠୁ ପୁରୁଣା ଦଳ ପାଇଁ ଏହି ପ୍ରସଙ୍ଗର ସମାଧାନ କରିବା ସେତେଟା ସହଜ ନୁହେଁ। ଏହାର ସଙ୍କେତ ପାର୍ଟିର ବରିଷ୍ଠ ନେତା ତଥା ରାହୁଲ ଗାନ୍ଧୀଙ୍କ ଘନିଷ୍ଠ କେସି ବେଣୁଗୋପାଳଙ୍କ ବୟାନରୁ ପ୍ରତୀତମାନ ହୋଇଛି। କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ କିଏ ହେବ ? ଏହି ପ୍ରଶ୍ନର ଉତ୍ତର ଦେଇ ସେ କହିଛନ୍ତି, ଏଥିରେ କିଛି ସମୟ ଲାଗିବ। ଆମେ ଏହି ପ୍ରସଙ୍ଗକୁ ଡିକେ ଶିବକୁମାର ଏବଂ ସିଦ୍ଧରମୈୟାଙ୍କ ମଧ୍ୟରେ ସମାଧାନ କରି ନେବୁ। ଉଭୟ ହୃଦୟରୁ କଂଗ୍ରେସୀ।

ଦୁଇ ନେତାଙ୍କ ମଧ୍ୟରେ ଜାରି ଲଢେଇ ମଧ୍ୟରେ ମଲ୍ଲିକାର୍ଜୁନ ଖଡ଼ଗେଙ୍କ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ହେବା ଅଟକଳକୁ କେସି ବେଣୁଗୋପାଳ ସଂପୂର୍ଣ୍ଣ ଭାବେ ଖଣ୍ଡନ କରିଛନ୍ତି। ଖଡଗେ ମୁଖ୍ୟମନ୍ତ୍ରୀ ହେବା ପ୍ରଶ୍ନ ଉଠୁନି, ଗୁଜବ ଉପରେ ବିଶ୍ଵାସ କରନ୍ତୁ ନାହିଁ। ଏପରି କି ଆଜି ସନ୍ଧ୍ୟାରେ ହେବାକୁ ଥିବା ବିଧାୟକ ଦଳ ବୈଠକରେ ମୁଖ୍ୟମନ୍ତ୍ରୀ ପଦ ପାଇଁ କୌଣସି ନାମରେ ମୋହର ବାଜିବ ନାହିଁ। କେବଳ ଗୋଟିଏ ପ୍ରସ୍ତାବ ଉପରେ ମୋହର ବାଜିବ ଯେଉଁଥିରେ ଏହା ନିଷ୍ପତ୍ତି ନିଆଯିବ ଯେ, ପାର୍ଟି ହାଇକମାଣ୍ଡ ମୁଖ୍ୟମନ୍ତ୍ରୀ ପଦ ଉପରେ ନିଷ୍ପତ୍ତି ନେବେ।

କର୍ଣ୍ଣାଟକରେ ମୁଖ୍ୟମନ୍ତ୍ରୀ ପଦକୁ ନେଇ କଂଗ୍ରେସରେ କନ୍ଦଳ ଥମିବାର ନାଁ ନେଉ ନାହିଁ। ଏହା ମଧ୍ୟରେ ସିଦ୍ଧରମୈୟା ମଲ୍ଲିକାର୍ଜୁନ ଖଡ଼ଗେଙ୍କ ବାସଭବନ ପହଞ୍ଚି ତାଙ୍କ ସାକ୍ଷାତ କରିଛନ୍ତି। ଏହି ସାକ୍ଷାତ ପରେ ପାର୍ଟିରେ କଳ୍ପନା ଜଳ୍ପନା ଆହୁରି ବଢି ଯାଇଛି। ତେବେ ସିଦ୍ଧରମୈୟାଙ୍କ ପୁଅ ଏବଂ କଂଗ୍ରେସ ବିଧାୟକ ପ୍ରିୟାଙ୍କ ଖଡ଼ଗେ କହିଛନ୍ତି ଯେ, ଦୁଇ ନେତାଙ୍କ ମଧ୍ୟରେ ଏହା କେବଳ ସୌଜନ୍ୟମୂଳକ ସାକ୍ଷାତ ଥିଲା।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ