Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଆର୍ଯ୍ୟନ୍ ଖାନ୍ ଡ୍ରଗ୍ସ ମାମଲା; ଖୋଲୁଛି ୱାଙ୍ଖଡେଙ୍କ ଗୁମର, ୧୮କୋଟିରେ ହୋଇଥିଲା ଡିଲ୍

ମୁମ୍ବାଇ: ଆର୍ଯ୍ୟନ୍ ଖାନ୍ ମାମଲାରେ ପୂର୍ବତନ ଏନସିବି ଅଧିକାରୀ ସମୀର ୱାଙ୍ଖଡେ ଅସୁବିଧା ସମ୍ମୁଖୀନ ହୋଇଛନ୍ତି। ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ର ମୁମ୍ବାଇ ଜୋନର ପୂର୍ବତନ ନିର୍ଦ୍ଦେଶକଙ୍କ ବିରୋଧରେ ସିବିଆଇ ଏଫଆଇଆର ପଞ୍ଜିକରଣ କରିଛି। ଏଥିରେ ଅଭିନେତା ଶାହାରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଖାନଙ୍କୁ ଜଡିତ ନକରିବା ବଦଳରେ ସମୀର ୱାଙ୍ଖଡେ ୨୫ କୋଟି ଟଙ୍କା ଲାଞ୍ଚ ମାଗିଥିବା ଅଭିଯୋଗ ହୋଇଛି।

ଏଫଆଇଆର କପି ଅନୁଯାୟୀ ସମୀର ୱାଙ୍ଖଡେଙ୍କ ନିର୍ଦ୍ଦେଶରେ ଗୋସାଭି ଆର୍ଯ୍ୟନ୍‌ ଖାନ ମାମଲାରେ ୨୫ କୋଟି ଟଙ୍କା ମାଗିଥିଲେ। ହେଲେ ୧୮ କୋଟି ଏହି ଡିଲ୍‌କୁ ନିଶ୍ଚିତ କରିଥିଲେ। ଏହି ରାଶି ବଦଳରେ ଆର୍ଯ୍ୟନ୍ ଖାନ୍‌ଙ୍କୁ ଡ୍ରଗ୍ସ ମାମଲାରୁ ଦୂରେଇ ରଖାଯିବା ନେଇ କୁହାଯାଇଥିଲା।

ସୂଚନା ଅନୁଯାୟୀ ଏହି କାରବାର ଲାଗି ଗୋସାଭି ମଧ୍ୟ ଅଗ୍ରୀମ ଭାବରେ ୫୦ ଲକ୍ଷ ଟଙ୍କା ନେଇଥିଲେ। ଏଫ୍ଆଇଆର୍ ଅନୁଯାୟୀ, ସମୀର ୱାଙ୍ଖଡେ ମଧ୍ୟ ତାଙ୍କ ବିଦେଶ ଯାତ୍ରା ବିଷୟରେ ସଠିକ୍ ସୂଚନା ଦେଇନାହାଁନ୍ତି। ସେ ତାଙ୍କର ମହଙ୍ଗା ଘଣ୍ଟା ଏବଂ ପୋଷାକ ବିଷୟରେ ମଧ୍ୟ ସଠିକ ତଥ୍ୟ ଦେଇନାହାନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ