Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଲଣ୍ଡନରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭବ୍ୟ ସ୍ୱାଗତ କଲେ ପ୍ରବାସୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଲଣ୍ଡନରେ ପହଞ୍ଚିବା ପରେ ତାଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲା। ଏହି ସମୟରେ ପ୍ରବାସୀ ଭାରତୀୟମାନେ ହାତରେ ତ୍ରିରଙ୍ଗା ଧରି ଭାରତ ମାତା କି ଜୟ ସ୍ଲୋଗାନ ଦେଉଥିଲେ।

ପ୍ରଧାନମନ୍ତ୍ରୀ ମୋଦୀ X ପ୍ଲାଟଫର୍ମରେ କିଛି ଫଟୋ ସେୟାର କରି ଲେଖିଛନ୍ତି, “ବ୍ରିଟେନରେ ଭାରତୀୟ ସମ୍ପ୍ରଦାୟ ଦ୍ୱାରା ଦିଆଯାଇଥିବା ସ୍ୱାଗତରେ ମୁଁ ଅଭିଭୂତ। ଭାରତର ପ୍ରଗତି ପ୍ରତି ସେମାନଙ୍କର ସ୍ନେହ ଏବଂ ଆଗ୍ରହ ପ୍ରକୃତରେ ଉତ୍ସାହଜନକ।”

ପ୍ରଧାନମନ୍ତ୍ରୀଙ୍କୁ ଭାରତୀୟ ସମ୍ପ୍ରଦାୟର ସଦସ୍ୟମାନେ ସ୍ୱାଗତ କରିଥିଲେ। ଏହି ସମୟରେ ପ୍ରବାସୀ ଭାରତୀୟମାନେ ହାତରେ ତ୍ରିରଙ୍ଗା ଧରି ଭାରତ ମାତା କି ଜୟ ଏବଂ ମୋଦି-ମୋଦି ସ୍ଲୋଗାନ ଦେଉଥିଲେ। ସେହି ସମୟରେ, ପ୍ରଧାନମନ୍ତ୍ରୀ ମୋଦୀ ହାତ ଯୋଡି ଏବଂ ହାତ ମିଳାଇ ସମସ୍ତଙ୍କ ଅଭିବାଦନ ଗ୍ରହଣ କରିଥିଲେ। ପ୍ରଧାନମନ୍ତ୍ରୀ ମୋଦୀ ଏହି ଗସ୍ତକୁ ଦୁଇ ଦେଶ ମଧ୍ୟରେ ଆର୍ଥିକ ସହଭାଗୀତା ପାଇଁ ଲାଭଦାୟକ ବୋଲି ବର୍ଣ୍ଣନା କରିଛନ୍ତି। ସେ କହିଛନ୍ତି ଯେ ଏହା ନିଯୁକ୍ତି ଏବଂ ସମୃଦ୍ଧିର ନୂତନ ଦ୍ୱାର ଖୋଲିବ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ