Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବାବା ରଣେଶ୍ବର ମନ୍ଦିରରୁ ଚୋରି

ବାଲିଗୁଡା, ତା, ୩୦/୦୭:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଟିକାବାଲି ବଜାର ଅଞ୍ଚଳରେ ଥ‌ିବା ବାବା ରଣେଶ୍ବର ମନ୍ଦିରରୁ ଚୋରୀ ହୋଇଥ‌ିବା ଜଣାପଡିଛି ।ମଙ୍ଗଳବାର ରାତ୍ର ପ୍ରାୟ ୨ ଘଣ୍ଟିକା ସମୟରେ କୌଣସି ଦୁର୍ବୁତ ରଣେଶ୍ବର ମନ୍ଦିରରେ ଲାଗିଥ‌ିବା ତାଲାକୁ ଭାଙ୍ଗି ଭିତରକୁ ପ୍ରବେଶ କରିଥିଲେ । ମନ୍ଦିର ଭିତରେ ଥ‌ିବା ପିତଳ ବାଲ୍ଟି, ପିତଳ ଢାଳ, ଇଶ୍ବର ପାର୍ବତୀ ମୂର୍ତ୍ତି, ସମେତ ହନୁମାନଙ୍କ ଚାରୋଟି ଆଖି ଚୋରିକରି ନେଇଥିବା ଜଣାପଡିଛି। ମନ୍ଦିରର ପୂଜାରୀ ମୁନା ମହାପାତ୍ର ସକାଳ ସମୟରେ ମନ୍ଦିରକୁ ପହଞ୍ଚି ଚୋରୀ ଯାଇଥିବା ଜାଣିବାକୁ ପାଇଥିଲେ । ପୂର୍ବରୁ ମଧ୍ଯ ମନ୍ଦିର ଭିତରୁ ୩ ଥର ଚୋରି ହୋଇଥ‌ିବା ଜଣା ପଡିଛି I ଖବରପାଇ ମନ୍ଦିରରେ ପୋଲିସ ପହଞ୍ଚି ତଦନ୍ତ ଜାରୀ ରଖିଛି । ଏଭଳି ଆଗରୁ ଟିକାବାଲି ଅଞ୍ଚଳରେ ବିଭିନ୍ନ ମନ୍ଦିର, ସମେତ ବିଭିନ୍ନ ସ୍କୁଲରେ, ପାଣି ମୋଟର, ଏବଂ କେବୁଲ ପଞ୍ଚାୟତ ଅଫିସ୍ ରେ ପସି ବିଭିନ୍ନ ଜିନିଷପତ୍ର ଚୋରୀ କରି ନେଉଥିବା ବେଳେ ପୋଲିସ୍ ପାଇଁ ଏବେ ଚାଲେଞ୍ଜ ସୃଷ୍ଟି କରିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ