Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କାନାଡା ଉପରେ ୩୫ ପ୍ରତିଶତ ଶୁଳ୍କ ଲଗାଇଲେ ଟ୍ରମ୍ପ

ନୂଆଦିଲ୍ଲୀ: କାନାଡା, ପାଲେଷ୍ଟାଇନକୁ ମାନ୍ୟତା ଦେବା ପାଇଁ ଘୋଷଣା କରିବା ପରେ ବର୍ତ୍ତମାନ୍ ଡୋନାଲ୍ଡ ଟ୍ରମ୍ପ ଏଥିରେ ଅସନ୍ତୁଷ୍ଟ ଥିବା ଜଣାପଡିଛି। ଯାହାଫଳରେ ଆମେରିକା କାନାଡାର ଶୁଳ୍କକୁ ୨୫ ପ୍ରତିଶତରୁ ବଢାଇ ୩୫ ପ୍ରତିଶତକୁ ବୃଦ୍ଧି କରିଦେଇଛି।

ତେବେ ଖାସ୍ କଥା ଆମେରିକା ଓ କାନାଡା ବହୁ ପୁରୁଣା ବନ୍ଧୁ ଅଟନ୍ତି। କିନ୍ତୁ ବର୍ତ୍ତମାନ୍ ପ୍ରଶ୍ନ ଏହା ଆସୁଛି ଯେ ମୁସଲିମ ଦେଶ ପ୍ରତି କାନାଡାର ଏହି ସହାନୁଭୂତି ପାଇଁ ଆମେରିକା କାନାଡାକୁ ଏହି ଦଣ୍ଡ ଦେଇଛି କି? ଡୋନାଲ୍ଡ ଟ୍ରମ୍ପଙ୍କ ଏହି ନିଷ୍ପତ୍ତି ଦ୍ଵାରା ମାସ ମାସ ଧରି ଚାଲିଥିବା ଶୁଳ୍କ ବିବାଦ ଆହୁରି ମଧ୍ୟ ଗମ୍ଭୀର ହୋଇଯାଇଛି। ଆମେରିକା ରାଷ୍ଟ୍ରପତି ଟ୍ରମ୍ପ ଶୁକ୍ରବାର ଦିନ ଏହି ଶୁଳ୍କ ଉପରେ ଏକ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶରେ ସ୍ୱାକ୍ଷର କରିଛନ୍ତି। କେବଳ ଏତିକି ନୁହେଁ ହ୍ୱାଇଟ୍ ହାଉସ୍ ଅନୁଯାୟୀ, ନୂତନ ଶୁଳ୍କକୁ ବାଇପାସ୍ କରିବା ପାଇଁ ଅନ୍ୟ ଦେଶ ଦେଇ ପଠାଯାଉଥିବା ସାମଗ୍ରୀ ଉପରେ ମଧ୍ୟ ୪୦% ଟ୍ରାନ୍ସସିପମେଣ୍ଟ ଶୁଳ୍କ ଲାଗୁ କରାଯିବ।

ବୁଧବାର ଦିନ କାନାଡା ପ୍ରଧାନମନ୍ତ୍ରୀ ମାର୍କ କାର୍ନି କହିଥିଲେ ଯେ କାନାଡା ସେପ୍ଟେମ୍ବର ୨୦୨୫ରେ ଜାତିସଂଘ ସାଧାରଣ ପରିଷଦର ୮୦ ତମ ଅଧିବେଶନରେ ପାଲେଷ୍ଟାଇନ ଦେଶକୁ ମାନ୍ୟତା ଦେବାକୁ ଚାହୁଁଛି। ଏହି ଘୋଷଣା ହେବା ପରେ ଟ୍ରମ୍ପ ଏହାକୁ ନେଇ ନିଜର ଅସନ୍ତୋଷ ପ୍ରକାଶ କରିଥିଲେ ଓ କହିଥିଲେ ଯେ କାନାଡାର ଏପରି ପଦକ୍ଷେପ ଦ୍ଵାରା ଉଭୟ ଦେଶ ମଧ୍ୟରେ ବାଣିଜ୍ୟ ଚୁକ୍ତି କରିବା ବର୍ତ୍ତମାନ୍ ବହୁତ କଷ୍ଟକର ହୋଇଯିବ। ବାଣିଜ୍ୟ ଆଲୋଚନାରେ କାନାଡା ଉପରେ ଚାପ ପକାଇବା ପାଇଁ ଟ୍ରମ୍ପ ଏହି ପ୍ରସଙ୍ଗ ଉପରେ ଆଲୋଚନା କରିବା ନେଇ ମଧ୍ୟ ସେ ନିଜର ସୋସିଆଲ ମିଡିଆ ସାଇଟରେ ଉଲ୍ଲେଖ କରିଛନ୍ତି। ଆମେରିକା-ଇସ୍ରାଏଲ ମଧ୍ୟରେ ମେଣ୍ଟ ଯୋଗୁଁ ଟ୍ରମ୍ପ କାନାଡାର ଏହି ପଦକ୍ଷେପରେ ନିଜର ଅସନ୍ତୋଷ ପ୍ରକାଶ କରିଛନ୍ତି।

ଏଥିସହିତ ଇସ୍ରାଏଲ ମଧ୍ୟପ୍ରାଚ୍ୟରେ ଆମେରିକାର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶୀଦାର ଭାବରେ ଜଣାଶୁଣା ଏବଂ ସେଠାରେ ପ୍ରାଧାନ୍ୟ ବଜାୟ ରଖିବା ପାଇଁ ଆମେରିକା ପ୍ରାୟତଃ ଇସ୍ରାଏଲକୁ ବ୍ୟବହାର କରିଥାଏ। ଅପରପକ୍ଷେ ପାଲେଷ୍ଟାଇନ ଏବଂ ଇସ୍ରାଏଲ ମଧ୍ୟରେ ବହୁ ସମୟରୁ ସମ୍ପର୍କ ଭଲନଥିବା ଜଣାପଡ଼ିଛି। ଏପରି ପରିସ୍ଥିତିରେ ଯଦି କାନାଡା, ପାଲେଷ୍ଟାଇନକୁ ମାନ୍ୟତା ଦିଏ ତେବେ ଇସ୍ରାଏଲ ପାଇଁ ଏହା ନିହାତି ଭାବରେ ଏକ ଝଟକା ହେବ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ