Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଟ୍ରମ୍ପକୁ ନେଇ ରାହୁଲଙ୍କ ପ୍ରତିକ୍ରିୟାକୁ ଏଭଳୀ କହିଲେ ଶଶି ଥରୁର

ନୂଆଦିଲ୍ଲୀ: ଟ୍ରମ୍ପ ଭାରତକୁ ମୃତ ଅର୍ଥନୀତି କହିବା ପରଠୁ ଭାରତରେ ରାଜନୈତିକ ମାହୋଲ ସରଗରମ ହୋଇଯାଇଛି। ଅନେକ ନେତା ନିଜ ନିଜର ଅସନ୍ତୋଷ ପ୍ରକାଶ କରି ନିଜ ନିଜର ମନ୍ତବ୍ୟ ମଧ୍ୟ ଦେଉଛନ୍ତି। ନିକଟରେ ରାହୁଲ ଗାନ୍ଧୀ ମଧ୍ୟ ଏହାକୁ ନେଇ ନିଜର କ୍ରୋଧ ପ୍ରକାଶ କରିଥିଲେ। ଯାହାକୁ ନେଇ କିଛି ମନ୍ତବ୍ୟ ଦେବାକୁ କଂଗ୍ରେସ ସାଂସଦ ଶଶି ଥରୁର ଶନିବାର ସିଧା ସଳଖ ମନା କରିଦେଇଛନ୍ତି।

ସେ କହିଛନ୍ତି ଯେ କୌଣସି ପରିସ୍ଥିତିରେ ମଧ୍ୟ ଆମେରିକା ଓ ଭାରତ ମଧ୍ୟରେ ବାଣିଜ୍ୟ ସମ୍ପର୍କ ପ୍ରଭାବିତ ହେବା ଉଚିତ ନୁହେଁ। ତେବେ ସେ ଆହୁରି ମଧ୍ୟ କହିଥିଲେ ଯେ ଆମେରିକା ସହିତ ଭାରତର ଯେଉଁ ରଣନୈତିକ ଏବଂ ଆର୍ଥିକ ସହଭାଗୀତାର ସମ୍ପର୍କ ଅଛି ତାହା ଅତ୍ୟନ୍ତ ଗୁରୁତ୍ଵପୂର୍ଣ୍ଣ ଅଟେ।ଏହା ଯଦି ପ୍ରଭାବିତ ହୁଏ ତେବେ ସିଧାସଳଖ ପ୍ରଭାବ ଭାରତ ଉପରେ ପଡ଼ିବା ନେଇ ସେ କହିଛନ୍ତି। ଏହି ସମ୍ପର୍କକୁ ବଜାୟ ରଖିବାକୁ ପଡିବ ବୋଲି ଶଶି କହିବା ସହ ସେ ଏହା ମଧ୍ୟ କହିଛନ୍ତି ଯେ ପ୍ରତିବର୍ଷ ପ୍ରାୟ ୯୦ ବିଲିୟନ ଡଲାର ମୂଲ୍ୟର ସାମଗ୍ରୀ ଭାରତରୁ ଆମେରିକାକୁ ରପ୍ତାନି ହେଉଛି ଯାହାକି ଭାରତର ସବୁଠାରୁ ବଡ଼ ରପ୍ତାନି ବଜାର ମଧ୍ୟରୁ ଗୋଟିଏ କହିଲେ କିଛି ଭୁଲ ହେବ ନାହିଁ।

ତେଣୁ ଏହିପରି ପରିସ୍ଥିତିରେ ଏହାକୁ ହରାଇବା କିମ୍ବା ରପ୍ତାନି ହ୍ରାସ କରାଇଲେ ଏଥିରେ ଭାରତ ପ୍ରଭାବିତ ହେବ। ଏହା ଆମର ଜିଡିପିର ମାତ୍ର ୨ ପ୍ରତିଶତ ବୋଲି କେତେକ ଦାବି କରୁଥିଲେ ମଧ୍ୟ ଭାରତ ପାଇଁ ଏହା ଅତ୍ୟନ୍ତ ଜରୁରୀ ଅଟେ ବୋଲି ସେ କହିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ