Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବୁ ସୋରେନଙ୍କ ଦେହାନ୍ତ

ରାଞ୍ଚି: ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା (JMM)ର ପ୍ରତିଷ୍ଠାତା ଦିଶୋମ ଗୁରୁ ଶିବୁ ସୋରେନଙ୍କ ୪ ଅଗଷ୍ଟ ସକାଳେ ଦିଲ୍ଲୀର ସାର୍ ଗଙ୍ଗାରାମ ହସ୍ପିଟାଲରେ ମୃତ୍ୟୁ ହୋଇଛି।

ତେବେ ସେ ୮୧ ବର୍ଷ ବୟସରେ ମୃତ୍ୟୁ ବରଣ କରିଥିବା ଜଣାପଡ଼ିଛି। ସେ କିଡନୀ ସମ୍ବନ୍ଧୀୟ ରୋଗରେ ପିଡୀତ ଥିବାରୁ ଗତ ଏକ ମାସ ଧରି ସେ ଦିଲ୍ଲୀର ଏହି ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଥିବା ବେଳେ ଆଜି ସକାଳ ୮:୫୬ ରେ ମୃତ୍ୟୁ ବରଣ କରିଥିବା ନେଇ ସାର୍ ଗଙ୍ଗାରାମ ହସ୍ପିଟାଲର ‘ନେଫ୍ରୋଲୋଜି’ ବିଭାଗର ମୁଖ୍ୟ ଡାକ୍ତର ଏ.କେ. ଭଲ୍ଲା ଘୋଷଣା କରିଥିଲେ।

ତାଙ୍କୁ ସମ୍ମାନ ଦେବାକୁ ଯାଇ ସାରା ରାଜ୍ୟରେ ୪ ଅଗଷ୍ଟରୁ ୬ ଅଗଷ୍ଟ ପର୍ଯ୍ୟନ୍ତ ଶୋକ ପାଳନ କରିବା ପାଇଁ ଘୋଷଣା କରାଯାଇଛି। ଏହି ସମୟରେ ରାଜ୍ୟର ସମସ୍ତ ସରକାରୀ ଅଫିସ ମାନଙ୍କରେ ଜାତୀୟ ପତାକା ଅର୍ଦ୍ଧନମିତ ରହିବା ସହ କୌଣସି ରାଜ୍ୟ କାର୍ଯ୍ୟକ୍ରମ ଆୟୋଜନ କରାହେବ ନାହିଁ।ତେବେ ଏହାକୁ ନେଇ କ୍ୟାବିନେଟ ସଚିବାଳୟ ଏବଂ ମନିଟରିଂ ବିଭାଗ (ସମନ୍ୱୟ) ଦ୍ୱାରା ଏକ ନିର୍ଦ୍ଦେଶ ଜାରି କରାଯାଇଛି।

ସରକାରଙ୍କ ସଂୟୁକ୍ତ ସଚିବ ଅଖିଳେଶ କୁମାର ସିହ୍ନା ରାଜ୍ୟର ସମସ୍ତ ଅତିରିକ୍ତ ମୁଖ୍ୟ ସଚିବ, ପୋଲିସ ଅଧିକାରୀ, ବିଭାଗୀୟ କମିଶନର ଏବଂ ଡେପୁଟି କମିଶନରଙ୍କୁ ଏହି ଆଦେଶ ପାଳନ ସୁନିଶ୍ଚିତ କରିବାକୁ କୁହାଯାଇଛି। ତେବେ ଦିଶୋମ ଗୁରୁଙ୍କ ଅବଦାନକୁ ମନେ ପକାଇ ରାଜନୈତିକ ଏବଂ ସାମାଜିକ ସଂଗଠନଗୁଡ଼ିକ ଗଭୀର ଶୋକ ପ୍ରକାଶ କରିଛନ୍ତି।
ପିତାଙ୍କ ମୃତ୍ୟୁରେ ହେମନ୍ତ ସୋରେନ ଗଭୀର ଶୋକ ପ୍ରକାଶ କରି ନିଜର ‘X’ ରେ ଲେଖିଛନ୍ତି, “ସମ୍ମାନିତ ଦିଶୋମ ଗୁରୁଜୀ ଆମ ସମସ୍ତଙ୍କୁ ଛାଡ଼ି ଚାଲିଗଲେ ଓ ଆଜି ପରଠାରୁ ମୁ ଏକା ହୋଇଗଲି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ