Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଟ୍ରମ୍ପଙ୍କ ଅତିରିକ୍ତ ଶୁଳ୍କ ଘୋଷଣା ପରେ ଜବାବ ଦେଲେ ମୋଦି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ଦିନ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଭାରତ ଉପରେ ଶୁଳ୍କ ଧମକର ଜବାବ ଦେଇ କହିଛନ୍ତି ଯେ ଭାରତ କୃଷକଙ୍କ ସ୍ୱାର୍ଥ ସହିତ “କେବେବି ସାଲିସ କରିବ ନାହିଁ”।

ଆମ ପାଇଁ, ଆମର କୃଷକଙ୍କ ସ୍ୱାର୍ଥ ଆମର ସର୍ବୋଚ୍ଚ ପ୍ରାଥମିକତା। ଭାରତ କୃଷକ, ମତ୍ସ୍ୟଜୀବୀ ଏବଂ ଦୁଗ୍ଧ ଚାଷୀଙ୍କ ସ୍ୱାର୍ଥ ସହିତ କେବେବି ସାଲିସ କରିବ ନାହିଁ, “ଏମ୍ ଏସ୍ ସ୍ୱାମୀନାଥନ ଶତବାର୍ଷିକୀ ଅନ୍ତର୍ଜାତୀୟ ସମ୍ମିଳନୀରେ ଭାଷଣ ଦେଇ ପ୍ରଧାନମନ୍ତ୍ରୀ ମୋଦି ଏହା କହିଛନ୍ତି।

ପ୍ରଧାନମନ୍ତ୍ରୀ ମୋଦୀଙ୍କ ଏହି ମନ୍ତବ୍ୟ ଟ୍ରମ୍ପଙ୍କ ଦ୍ଵାରା ଗତ ସପ୍ତାହରେ ଘୋଷିତ ୨୫ ପ୍ରତିଶତ ଶୁଳ୍କ, ବୁଧବାର ଦିନ ରୁଷୀୟ ତୈଳ କ୍ରୟ ପାଇଁ ଭାରତ ଉପରେ ଆଉ ୨୫ ପ୍ରତିଶତ ଶୁଳ୍କ ଲାଗୁ କରିବା ପରେ ଆସିଛି। ତେବେ ଏହା ଭାରତ ଉପରେ ଲଗାଯାଇଥିବା ମୋଟ ଶୁଳ୍କକୁ ୫୦ ପ୍ରତିଶତକୁ ବୃଦ୍ଧି କରିଛି। ଯାହା ବିଶ୍ୱର ଯେକୌଣସି ଦେଶ ଉପରେ ଆମେରିକା ଦ୍ୱାରା ଲଗାଯାଇଥିବା ସର୍ବାଧିକ ଶୁଳ୍କ ମଧ୍ୟରେ ଅନ୍ୟତମ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ