Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ରାକ୍ଷୀ ପୂର୍ଣ୍ଣିମାରେ ପଡୁଛି ଦୁର୍ଲଭ ସଂଯୋଗ…

ନୂଆଦିଲ୍ଲୀ: ଚଳିତ ବର୍ଷ ରକ୍ଷାବନ୍ଧନରେ ୨୯୭ ବର୍ଷ ପରେ ଗ୍ରହମାନଙ୍କର ଏକ ବିରଳ ମିଶ୍ରଣ ହେଉଛି। ପୂର୍ବରୁ ଏହିପରି ମିଶ୍ରଣ ୧୭୨୮ମସିହାରେ ସୃଷ୍ଟି ହୋଇଥିଲା ତେବେ ଏହି ବର୍ଷ ରକ୍ଷାବନ୍ଧନରେ ସୂର୍ଯ୍ୟ କର୍କଟ ରାଶିରେ, ଚନ୍ଦ୍ର ମକର ରାଶିରେ, ମଙ୍ଗଳ କନ୍ୟା ରାଶିରେ, ବୁଧ କର୍କଟ ରାଶିରେ, ବୃହସ୍ପତି ଏବଂ ଶୁକ୍ର ମିଥୁନରେ, ରାହୁ କୁମ୍ଭ ରାଶିରେ ଏବଂ କେତୁ ସିଂହ ରାଶିରେ ରହିବା ନେଇ ଜ୍ୟୋତିର୍ବିଦ ମାନେ କହିଛନ୍ତି।

ତେବେ ଏହା କିଛି ରାଶି ମାନଙ୍କ ପାଇଁ ଶୁଭପ୍ରଦ ହୋଇପାରେ। ଆସନ୍ତୁ ଜାଣିବା ଏହି ଭାଗ୍ୟବାନ ରାଶିଗୁଡ଼ିକ ବିଷୟରେ-

କୁମ୍ଭ ରାଶି:- ଏହି ୬ଟି ଗ୍ରହର ଦୁର୍ଲଭ ମିଶ୍ରଣ କୁମ୍ଭ ରାଶିର ଲୋକଙ୍କ ପାଇଁ ଅନୁକୂଳ ହୋଇପାରେ। ଯାହାଦ୍ଵାରା ଆପଣଙ୍କୁ ସମ୍ମାନ ମିଳିବା ସହ ଆପଣ ଏକ ଯାନବାହାନ କିମ୍ବା ସମ୍ପତ୍ତି କିଣି ପାରିବେ। ତେବେ ନୂତନ ଚାକିରିର ସୁଯୋଗ ମିଳିବା ସହ ବିଦେଶ ଯାତ୍ରା କରିବାର ମଧ୍ୟ ଯୋଗ ରହିଅଛି। ଏଥିସହିତ ଆର୍ଥିକ ସ୍ଥିତି ରେ ସୁଧାର ଆସିବା ସହ ଚାକିରି କ୍ଷେତ୍ର ରେ ସମ୍ମାନ ଏବଂ ଉନ୍ନତିର ସୁଯୋଗ ମଧ୍ୟ ମିଳିପାରେ।

ତୁଳା ରାଶି:- ଏହି ଗ୍ରହ ମାନଙ୍କ ମିଶ୍ରଣ ଆପଣ ଙ୍କ ପାଇଁ ଅନେକ ଶୁଭ ଖବର ଆଣିପରେ।କାମରେ ଥିବା ବାଧାଗୁଡ଼ିକ ଦୂର ହେବା ସହ ଅଟକି ରହିଥିବା ଟଙ୍କା ମଧ୍ୟ ମିଳିବା ନେଇ ଆଶା କରାଯାଉଛି। ଏଥିସହିତ କୌଣସି ଏକ ବିଳାସପୂର୍ଣ୍ଣ ଜିନିଷ କିଣିବା ସହ ବ୍ୟବସାୟୀମାନଙ୍କୁ ନୂତନ ଅର୍ଡର ମଧ୍ୟ ମିଳିପାରେ। ଏହା ବ୍ୟତୀତ ଛାତ୍ରଛାତ୍ରୀ ମାନଙ୍କ ପାଇଁ ଏହି ସମୟ ଅଧ୍ୟୟନରେ ସଫଳତା ଏବଂ ନୂତନ କୌଶଳ ଶିଖିବା ପାଇଁ ଅନୁକୂଳ ହେବ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ