Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଆମେରିକାର ଟାରିଫ ବୃଦ୍ଧିକୁ ନେଇ ମୁଁହ ଖୋଲିଲା ଚୀନ…

ନୂଆଦିଲ୍ଲୀ: ଭାରତ, ଋଷ ଠାରୁ ତେଲ କିଣିବା ପରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ଉପରେ ୫୦ ପ୍ରତିଶତ ଶୁଳ୍କ ଲଗାଇଥିଲେ। ଯାହାକୁ ଚୀନ ବିରୋଧ କରିବା ସହ ଭାରତରେ ଚୀନ୍ ରାଷ୍ଟ୍ରଦୂତ ଶୁଫେହୋଙ୍ଗ୍ ଆମେରିକାର ଏହି ବ୍ୟବହାରକୁ ନିନ୍ଦା କରି ଆମେରିକାକୁ ଗୁଣ୍ଡା’ ବୋଲି ମଧ୍ୟ କହିଛନ୍ତି।

ଆମେରିକା ପ୍ରଯୁକ୍ତିବିଦ୍ୟା ଏବଂ ବାଣିଜ୍ୟ ପ୍ରସଙ୍ଗକୁ ଏକ ଅସ୍ତ୍ର ଭାବରେ ବ୍ୟବହାର କରୁଥିବା ଚୀନ୍ ମୁଖପାତ୍ର କହିଛନ୍ତି। ଏସବୁ କରି ଚୀନ ଭାରତକୁ ନିଜ ପକ୍ଷକୁ ଆଣିବାକୁ ଚେଷ୍ଟା କରୁଥିବା ବିଶେଷଜ୍ଞ ମାନେ କହିଛନ୍ତି। ତେବେ ଏହାକୁ ନେଇ ଭାରତରେ ଚୀନ୍ ରାଷ୍ଟ୍ରଦୂତ X ରେ ଏକ ପୋଷ୍ଟରେ ପରୋକ୍ଷ ଭାବରେ ଆମେରିକା ଉପରେ ନିଜର କଡା ମନ୍ତବ୍ୟ ଦେଇ କହିଥିଲେ ଯେ ଯଦି ଆପଣ ଗୁଣ୍ଡାମାନଙ୍କୁ ଏକ ଇଞ୍ଚ ଦେବେ ତାହେଲେ ସେମାନେ ଗୋଟେ ମାଇଲ ଆପଣଙ୍କ ଠାରୁ ନେଇଯିବେ।

ସେ ଆହୁରି ମଧ୍ୟ କହିଥିଲେ ଯେ ଆମେରିକା ଯେଉଁ ଶୁଳ୍କ ଲାଗୁ କରିଛି। ତାହା କୌଣସି ବାଣିଜ୍ୟ କ୍ଷେତ୍ରରେ ସବୁଠାରୁ ଅଧିକ ଅଟେ। ଆମେରିକାର ସ୍ୱତନ୍ତ୍ର ବାଣିଜ୍ୟ ଦୂତ ଷ୍ଟିଭ୍ ୱିଟକଫ ଓ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ମଧ୍ୟରେ ହୋଇଥିବା ବୈଠକ ସକାରାତ୍ମକ ଭାବରେ ହୋଇଛି ବୋଲି ଆମେରିକା କହିଛି। ତେବେ ୱିଟକଫ-ପୁଟିନ ବୈଠକ ପରେ ଆମେରିକା ଭାରତ ଉପରେ ୨୫ ପ୍ରତିଶତ ଶୁଳ୍କ ଲାଗୁ କରିଛି। ହ୍ୱାଇଟ୍ ହାଉସ୍ ପରାମର୍ଶଦାତା ପିଟର ନାଭାରୋ ଏକ ସାକ୍ଷାତକାର ରେ କହିଛନ୍ତି ଯେ ରୁଷ ତେଲ କିଣିବା ପାଇଁ ବର୍ତ୍ତମାନ୍ ଆମେରିକା ଚୀନ୍ ଉପରେ ଅତିରିକ୍ତ ଶୁଳ୍କ ଲଗାଇବ ନାହିଁ। ଆମେ ସେପରି କିଛି କରିବାକୁ ଚାହୁଁନାହିଁ ଯାହାଦ୍ଵାରା ନିଜର ହିଁ କ୍ଷତି ହେବ। ତେବେ ଚୀନ୍ ପୂର୍ବରୁ ହିଁ ଅନେକ ସାମଗ୍ରୀ ଉପରେ ୫୦ ପ୍ରତିଶତ ଶୁଳ୍କ ଲାଗୁ କରିଛି।

ନାଭାରୋ ଆହୁରି ମଧ୍ୟ କହିଛନ୍ତି ଯେ ୱାଶିଂଟନ୍ ରୁଷ ସହିତ ଚୀନ୍‌ର ଶକ୍ତି ସମ୍ପର୍କ ଉପରେ ନଜର ରଖିଛି। ଏହି ମନ୍ତବ୍ୟ ଏପରି ସମୟରେ ଆସିଛି ଯେତେବେଳେ ଆମେରିକା, ରୁଷରୁ ଶକ୍ତି କିଣୁଥିବା ଦେଶଗୁଡ଼ିକ ଉପରେ ବାଣିଜ୍ୟ ଶୁଳ୍କକୁ ବୃଦ୍ଧି କରୁଛି। ତେବେ ଭାରତ ପରି ଚୀନକୁ ମଧ୍ୟ ଆମେରିକା ଧମକ ଦେଇଥିବା ସତ୍ୱେ ଏହି ଶୁଳ୍କ କେବଳ ଭାରତ ଉପରେ ଲାଗୁ କରାଯାଇଛି। ତେବେ ଟ୍ରମ୍ପ୍ ଆସନ୍ତା ସପ୍ତାହରେ ୟୁକ୍ରେନ ସହିତ ରୁଷର ଯୁଦ୍ଧ ବନ୍ଦ କରିବା ପାଇଁ ପୁଟିନଙ୍କୁ ଭେଟିବା ନେଇ ରିପୋର୍ଟରୁ ଜଣାପଡ଼ିଛି। ଏହାକୁ ନେଇ ଟ୍ରମ୍ପ କହିଛନ୍ତି ଯେ ଷ୍ଟିଭ୍ ୱିଟକଫ୍ ଏବଂ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ମଧ୍ୟରେ ବୈଠକ ପରେ ହିଁ ସେ ଭାରତ ଉପରେ ଶୁଳ୍କ ଲଗାଇବା ବିଷୟରେ ନିଷ୍ପତ୍ତି ନେବେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ