Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଭାରତ ସହ କୌଣସି ବାଣିଜ୍ୟକ ଚୁକ୍ତି ହେବ ନାହିଁ: ଟ୍ରମ୍ପ

ନୂଆଦିଲ୍ଲୀ: ଓଭାଲ ଅଫିସରେ ଗୁରୁବାର ଦିନ ଏକ ସାକ୍ଷାତକାରରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ ଯେପର୍ଯ୍ୟନ୍ତ ଭାରତ ସହ ଶୁଳ୍କ ସମସ୍ୟାର ସମାଧାନ ନ ହୋଇଛି ସେପର୍ଯ୍ୟନ୍ତ କୌଣସି ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା କରାଯିବ ନାହିଁ। ଭାରତ, ଋଷ ଠାରୁ ତୈଳ ଆମଦାନୀ କରିବା ପରେ ବୁଧବାର ଦିନ ଆମେରିକା ଭାରତୀୟ ସାମଗ୍ରୀ ଉପରେ ଅତିରିକ୍ତ ୨୫ ପ୍ରତିଶତ ଶୁଳ୍କ ଲାଗୁ କରିବାକୁ ନିର୍ଦ୍ଦେଶ ଜାରି କରିଥିଲା। ଯାହାକି ମୋଟ ଶୁଳ୍କକୁ ୫୦ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି କରିଛି।

ଏଥିରେ ଦାବି କରାଯାଇଥିଲା ଯେ ଏହି ଆମଦାନୀ, ସିଧାସଳଖ ହେଉ କିମ୍ବା ଅନ୍ୟ କାହା ସହାୟତାରେ ହେଉ ଏହା ଯୁକ୍ତରାଷ୍ଟ୍ର ପାଇଁ ବିପଦଯୁକ୍ତ ହୋଇପାରେ। ତେବେ ରାଷ୍ଟ୍ରପତି ଟ୍ରମ୍ପ ଭାରତ ଓ ଋଷର ଏହି ବାଣିଜ୍ୟକ କାରବାରର ସମ୍ପୁର୍ଣ୍ଣ ବିରୋଧରେ ଥିବା ସେ କହିଛନ୍ତି। ନୂଆଦିଲ୍ଲୀରେ ଏମଏସ ସ୍ୱାମୀନାଥନ ଶତବାର୍ଷିକୀ ଅନ୍ତର୍ଜାତୀୟ ସମ୍ମିଳନୀରେ ଭାଷଣ ଦେଇ ମୋଦି କହିଥିଲେ ଯେ ଭାରତ ଉପରେ କେହି ବି ଚାପ ପକାଇପାରିବେ ନାହିଁ। ଭାରତ ସର୍ବପ୍ରଥମେ କୃଷି ଭାଇ ମାନଙ୍କ ସ୍ବାର୍ଥକୁ ପ୍ରାଧାନ୍ୟ ଦେଇଥାଏ। ଚାଷୀ, ମତ୍ସ୍ୟଜୀବୀ ଏବଂ ଦୁଗ୍ଧ ଚାଷୀଙ୍କ ସହ କେବେ ଅନ୍ୟାୟ ହେବାକୁ ଦେଇନଥାଏ। ଏଥି ପାଇଁ ଯାହା ମୂଲ୍ୟ ଦେବାକୁ ପଡ଼ିବ ମୁଁ ଦେବାକୁ ରାଜି ଅଛି ବୋଲି ମଧ୍ୟ ମୋଦି କହିଛନ୍ତି।

ଭାରତର ବୈଦେଶିକ ମନ୍ତ୍ରଣାଳୟ ମଧ୍ୟ ପ୍ରଧାନମନ୍ତ୍ରୀଙ୍କୁ ସମର୍ଥନ କରି ଆମେରିକାର ପଦକ୍ଷେପକୁ ଭୁଲ, ଅଯୌକ୍ତିକ ଏବଂ ଅନୁଚିତ ବୋଲି କହିଛି। ରୁଷରୁ ଭାରତର ତୈଳ ଆମଦାନୀ କୌଣସି ରାଜନୀତି ନୁହେଁ ବରଂ ଏହା ଅର୍ଥନୈତିକ ଆବଶ୍ୟକତା ଉପରେ ଆଧାରିତ ବୋଲି ମନ୍ତ୍ରଣାଳୟ କହିଛି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ