ବାଲିଗୁଡ଼ା, ତା, ୦୮/୦୮:(ସଞ୍ଜୟ କୁମାର ପାଣିଗ୍ରାହୀ): ଦେଶ ପାଳିବ ୭୯ ତମ ସ୍ବାଧୀନତା ଦିବସ ।ଏହି ଅବସର ରେ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ସ୍ଥିତ ଉପଖଣ୍ଡ ଉତ୍ସବ ପାଳନ କମିଟି ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଜାରି ରହିଛି । ଅଞ୍ଚଳର ବିଭିନ୍ନ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀ ମାନଙ୍କୁ ନେଇ ବିଭିନ୍ନ ପ୍ରକାର ପ୍ରତିଯୋଗିତା ଅନୁଷ୍ଠିତ ହୋଇଛି । ଉତ୍ସବ ପାଳନ କମିଟିର ଯୁଗ୍ମ ସମ୍ପାଦକ ତୀର୍ଥବାସୀ ଘଡେ଼ଇ, ରଶ୍ମି ରଞ୍ଜନ ମହାରଣାଙ୍କ ସମେତ ଅନ୍ୟ ସଦସ୍ୟ ମାନଙ୍କୁ ନେଇ ଚିତ୍ରାଙ୍କନ, କୁଇଜ, ବକୃତା ଓ ଦେଶାତ୍ମକବୋଧ ସଙ୍ଗୀତ ପ୍ରତିଯୋଗିତା ଭଳି ସମସ୍ତ ପ୍ରତିଯୋଗିତା ସୁଚାରୁରୂପେ ସମ୍ପାଦନା କରିଥିବା ଦେଖିବାକୁ ମିଳିଛି । ଏହି ସବୁ ପ୍ରତିଯୋଗିତା ର କୃତି ପ୍ରତିଯୋଗୀ ମାନଙ୍କୁ ଅଗଷ୍ଟ ୧୫ ତାରିଖ ଦିନ ବାଲିଗୁଡ଼ା ବିଜୁପଟ୍ଟନାୟକ ମିନି ଷ୍ଟାଡିୟମରେ ସମ୍ମିଳୀତ ପ୍ୟାରେଡ ଉତ୍ସବରେ ମୁଖ୍ୟ ଅତିଥିଙ୍କ ଦ୍ବାରା ମାନପତ୍ର ସହ ପୁରସ୍କାର ପ୍ରଦାନ କରାଯିବାର କାର୍ଯ୍ୟକ୍ରମ ରହିଛି ।
ସ୍ବାଧୀନତା ଦିବସ ଉପଲକ୍ଷେ ବିଭିନ୍ନ ପ୍ରତିଯୋଗିତା ଆୟୋଜିତ
