Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଭାରତ ସମର୍ଥନରେ ବ୍ରାଜିଲ…

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ଏବଂ ବ୍ରାଜିଲ ଉପରେ ୫୦% ଶୁଳ୍କ ବୃଦ୍ଧିକୁ ନେଇ ଚାପ ପକାଇବା ପରେ ଆଜି ବ୍ରାଜିଲ ରାଷ୍ଟ୍ରପତି ଲୁଇଜ୍ ଇନାସିଓ ଲୁଲା ଡା ସିଲଭା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଫୋନ କଲ କରିଥିଲେ।

ଦୁଇ ନେତା ବାଣିଜ୍ୟ, ପ୍ରଯୁକ୍ତିବିଦ୍ୟା, ଶକ୍ତି, ପ୍ରତିରକ୍ଷା, କୃଷି, ସ୍ୱାସ୍ଥ୍ୟ ଏବଂ ଉଭୟ ଦେଶର ସମ୍ପର୍କକୁ ସୁଦୃଢ କରିବା ବିଷୟରେ ଆଲୋଚନା କରିଥିଲେ। ତେବେ ଉଭୟ ଦେଶ ରଣନୈତିକ ସହଭାଗୀତାକୁ ଉନ୍ନତ କରିବା ସହ ସଫଳତା ହାସଲ କରିବା ବିଷୟରେ କଥାବାର୍ତ୍ତା ହୋଇଥିବା ପ୍ରଧାନମନ୍ତ୍ରୀ ନିଜ X ଆକାଉଣ୍ଟରେ ପୋଷ୍ଟ କରିଛନ୍ତି।

ବ୍ରାସିଲିଆରେ ଏକ କାର୍ଯ୍ୟକ୍ରମରେ ଭାଷଣ ଦେଇ ସେ କହିଥିଲେ ଯେ ତାଙ୍କ ଦେଶ ବିଶ୍ୱ ବାଣିଜ୍ୟ ସଂଗଠନ ସମେତ ସମସ୍ତ ସମ୍ବଳ ବ୍ୟବହାର କରିବ। ଯାହାଦ୍ଵାରା ଦେଶର ସ୍ବାର୍ଥ ସୁରକ୍ଷିତ ରହିବ। ସେ ଏହା ମଧ୍ୟ କହିଥିଲେ ଯେ ସେ ରାଷ୍ଟ୍ରପତି ଟ୍ରମ୍ପଙ୍କ ସହ ଆଲୋଚନା କରିବା ପରିବର୍ତ୍ତେ ବ୍ରିକ୍ସ ସହଯୋଗୀ ଦେଶମାନଙ୍କ ସହ କଥା ହେବାକୁ ବେଶୀ ମହତ୍ତ୍ଵ ଦେବେ। ଯେଉଁଥିରେ ଅନେକ ଦେଶର ରାଷ୍ଟ୍ରପତି ମାନଙ୍କ ସହ ସି ଜିନପିଙ୍ଗ ଓ ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ସାମିଲ ରହିବେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ