Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପ୍ରଶାସନ ଶୁଣିଲାନି : ଗ୍ରାମବାସୀ ନିର୍ମାଣ କଲେ ଯାତ୍ରୀ ବିଶ୍ରାମାଗାର

ବାଲିଗୁଡା,ତା, ୧୦/୦୮:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ବ୍ଲକ ଅଧୀନସ୍ଥ ମିଡ଼ିଆକିଆ ପଞ୍ଚାୟତର କୌଣସି ଛକ ସ୍ଥାନରେ ଯାତ୍ରୀ ବିଶ୍ରାମାଗାର ନଥିବାରୁ ଖରା ବର୍ଷାରେ ଗଛମୂଳେ ଯାତ୍ରୀମାନେ ଅପେକ୍ଷା କରୁଥିବା ବେଳେ ଅଧିକାଂଶ ସମୟରେ ଅସୁବିଧାର ମଧ୍ୟ ସମ୍ମୁଖୀନ ହେଉଛନ୍ତି l ଏ ସମ୍ପର୍କରେ ଗ୍ରାମବାସୀ ମାନେ ବାରମ୍ବାର ବ୍ଲକ ପ୍ରଶାସନ କୁ ଜଣାଇଥିଲେ ମଧ୍ୟ କୌଣସି ପ୍ରକାରେ ଦୃଷ୍ଟି ନ ଦେବାରୁ ଏହାକୁ ଦୃଷ୍ଟିରେ ରଖି ପଞ୍ଚାୟତ ଅଞ୍ଚଳର କିଛି ସମାଜସେବୀ ଏବଂ ଏବଂ ଗ୍ରାମବାସୀ ବାଧ୍ୟ ହୋଇ ନିଜସ୍ବ ଉଦ୍ୟମରେ ଶ୍ରମଦାନ କରି କାଠ ଓ ଜରିପାଲ ରେ ଯାତ୍ରୀ ଅସ୍ଥାୟୀ ବିଶ୍ରାମାଗାର ନିର୍ମାଣ କରିଛନ୍ତି । ଗ୍ରାମବାସୀ ଓ ଛାତ୍ରଛାତ୍ରୀ ଏଠାରେ ରହି ବସ୍,ଓ ଅଟୋ କୁ ଅପେକ୍ଷା କରୁଛନ୍ତି । ଏପରି ଏକ ଜନସେବା କାର୍ଯ୍ୟ କରିଥିବା ବ୍ୟକ୍ତି ବିଶେଷ ଙ୍କୁ ଅଞ୍ଚଳବାସୀ ସମେତ ଅପେକ୍ଷା ରତ ଯାତ୍ରୀ ଓ ଛାତ୍ର ଛାତ୍ରୀ ମାନେ ସାଧୁବାଦ ଜଣାଇଛନ୍ତି l ଏଥି ପ୍ରତି ବ୍ଲକ ପ୍ରଶାସନ ତୁରନ୍ତ ଦୃଷ୍ଟି ଦେଇ ପଞ୍ଚାୟତର ମୁଖ୍ୟ ଛକ ସ୍ଥାନ ମାନଙ୍କରେ ପ୍ରଶାସନ ପକ୍ଷରୁ ସ୍ଥାୟୀ ଯାତ୍ରୀ ବିଶ୍ରାମଗାର ନିର୍ମାଣ କରିବାକୁ ଗ୍ରାମର ସମାଜ ସେବୀ ଅରୁଣ ନାୟକ, ବିଞ୍ଜାମିନ ନାୟକ, ବୁଦ୍ଧିଜୀବୀ, ବ୍ୟବସାୟୀ ସଙ୍ଘ, ଅଟୋ ସଙ୍ଘ, ଏବଂ ଗ୍ରାମବାସୀ ପ୍ରମୁଖ ଦାବି ଜଣାଇଛନ୍ତି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ