Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବାଲୁଚ୍ ଲିବରେସନ୍ ଆର୍ମିକୁ ଆତଙ୍କବାଦୀ ସଂଗଠନ ଘୋଷଣା କଲା ଆମେରିକା

କରାଚୀ: ବାଲୁଚ୍ ଲିବରେସନ୍ ଆର୍ମି (BLA) ଏବଂ ଏହାର ସହଯୋଗୀ ସଂଗଠନ ମାଜିଦ୍ ବ୍ରିଗେଡ୍‌କୁ ଏକ ବିଦେଶୀ ଆତଙ୍କବାଦୀ ସଂଗଠନ (FTO) ଘୋଷଣା କରିଛି ଆମେରିକା। ସୋମବାର ବିଳମ୍ବିତ ରାତିରେ ଆମେରିକାର ବିଦେଶ ସଚିବ ମାର୍କୋ ରୁବିଓ ଏହି ସୂଚନା ଦେଇଛନ୍ତି।

ମାର୍କୋ ରୁବିଓ ବିବୃତ୍ତିରେ ଲେଖିଛନ୍ତି, BLA 2024 ମସିହାରେ କରାଚୀ ବିମାନବନ୍ଦର ନିକଟରେ ଏବଂ ଗ୍ୱାଦର ବନ୍ଦର କର୍ତ୍ତୃପକ୍ଷ କମ୍ପ୍ଲେକ୍ସରେ ଆତ୍ମଘାତୀ ଆକ୍ରମଣ ପାଇଁ ଦାୟୀ ବୋଲି ଦାବି କରିଥିଲା। ଏହା ମାର୍ଚ୍ଚ ୨୦୨୫ରେ ଜାଫର ଏକ୍ସପ୍ରେସ୍ ଟ୍ରେନ୍‌କୁ ଅପହରଣ କରିବାର ମଧ୍ୟ ଦାୟିତ୍ୱ ନେଇଥିଲା, ଯେଉଁଥିରେ ୩୧ ଜଣ ସାଧାରଣ ନାଗରିକ ଏବଂ ସୁରକ୍ଷା କର୍ମୀଙ୍କ ମୃତ୍ୟୁ ହୋଇଥିଲା। ୩୦୦ରୁ ଅଧିକ ଯାତ୍ରୀଙ୍କୁ ବନ୍ଧକ କରାଯାଇଥିଲା।

ବାଲୁଚ୍ ଲିବରେସନ୍ ଆର୍ମି (BLA) ହେଉଛି ପାକିସ୍ତାନର ବେଲୁଚିସ୍ତାନ ପ୍ରଦେଶର ସ୍ୱାଧୀନତା ପାଇଁ ଲଢ଼ୁଥିବା ଏକ ସଂଗଠନ। ଏହା ୨୦୦୦ ଦଶକର ପ୍ରାରମ୍ଭରେ ପ୍ରତିଷ୍ଠିତ ହୋଇଥିଲା ଏବଂ ପୂର୍ବରୁ ଅନେକ ଦେଶ ଏହାକୁ ଏକ ଆତଙ୍କବାଦୀ ସଂଗଠନ ଘୋଷଣା କରିଛନ୍ତି। ଏହି ସଂଗଠନ ପାକିସ୍ତାନୀ ସେନା, ସରକାର ଏବଂ CPEC ପରି ଚୀନ୍ ପ୍ରକଳ୍ପଗୁଡ଼ିକୁ ଟାର୍ଗେଟ କରିଆସୁଛି। ବାଲୁଚ୍ ନେତା ମୀର ୟାର ବାଲୁଚ୍ ୧୪ ମଇ ୨୦୨୫ରେ ପାକିସ୍ତାନଠାରୁ ବେଲୁଚିସ୍ତାନର ସ୍ୱାଧୀନତା ଘୋଷଣା କରିଥିଲେ। ସେ ଦଶନ୍ଧି ଧରି ଚାଲିଥିବା ମାନବାଧିକାର ଉଲ୍ଲଂଘନ, ଅପହରଣ ଏବଂ ବାଲୁଚ୍ ଲୋକଙ୍କ ବିରୁଦ୍ଧରେ ହିଂସାକୁ ଏହାର କାରଣ ବୋଲି କହିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ