Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସେଲଫି ନେବା ବେଳେ ଫ୍ୟାନ୍ସଙ୍କୁ ଧକ୍କା ମାରିଲେ ଜୟା ବଚ୍ଚନ

ନୂଆଦିଲ୍ଲୀ: ଜୟା ବଚ୍ଚନ ପ୍ରାୟତଃ ନିଜ ବ୍ୟବହାରକୁ ନେଇ ଚର୍ଚ୍ଚାରେ ରହିଥାନ୍ତି। ତେବେ ନିକଟରେ ସମାଜବାଦୀ ପାର୍ଟି ସାଂସଦ ଜୟା ବଚ୍ଚନ ମଙ୍ଗଳବାର ଦିନ ଦିଲ୍ଲୀର କନଷ୍ଟିଚ୍ୟୁସନ୍ କ୍ଲବରେ ଜଣେ ବ୍ୟକ୍ତିଙ୍କୁ ଧକ୍କା ମାରିବାର ଏକ ଭିଡିଓ ବର୍ତ୍ତମାନ୍ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି।

ସେହି ବ୍ୟକ୍ତି ଜଣକ ଜୟାଙ୍କ ସହ ଏକ ସେଲ୍ଫି ନେବା ପାଇଁ ଚେଷ୍ଟା କରୁଥିବା ବେଳେ ଜୟା ସେହି ବ୍ୟକ୍ତିଙ୍କ ଉପରେ ରାଗିଯାଇଥିଲେ। “ତୁମେ କ’ଣ କରୁଛ? ବୋଲି ମଧ୍ୟ ଜୟା ସେହି ବ୍ୟକ୍ତି ଙ୍କୁ କହିଥିଲେ। ତେବେ ଏହି ସମୟରେ ତାଙ୍କ ସାଥୀ ସାଂସଦ ଏବଂ ଶିବସେନା ନେତା ପ୍ରିୟଙ୍କା ଚତୁର୍ବେଦୀ ପାଖରେ ଠିଆ ହୋଇଥିବାର ମଧ୍ୟ ଦେଖାଯାଇଛି। ଜୟାଙ୍କ ପାଇଁ ଏହା ପ୍ରଥମ ଥର ନୁହେଁ ପୂର୍ବରୁ ମଧ୍ୟ ସଂସଦରେ ଅପରେସନ୍ ସିନ୍ଦୂର ଉପରେ ଏକ ଆଲୋଚନା ସମୟରେ ଶାସକ ଦଳ ସଦସ୍ୟମାନଙ୍କୁ ସମାଲୋଚନା କରି ସେ କହିଥିଲେ ଆପଣ ମାନେ କୁହନ୍ତୁ ନହେଲେ ମୁ କହିବି।

ତେବେ ସେହି ସମୟରେ ରାଜ୍ୟସଭାରେ ପ୍ରିୟଙ୍କା ଚତୁର୍ବେଦୀଙ୍କୁ ମଧ୍ୟ ଗାଳି ଶୁଣିବାକୁ ମିଳିଥିଲା। କାରଣ ଯେତେବେଳେ ଜୟା ବଚ୍ଚନ ଶାସକ ଦଳକୁ ସମାଲୋଚନା କରି ତାଙ୍କ ଭାଷଣରେ ବାଧା ନଦେବାକୁ କହୁଥିଲେ ସେତେବେଳେ ପ୍ରିୟଙ୍କା ଚତୁର୍ବେଦୀ ତାଙ୍କ ଡାହାଣ ହାତ ଦେଖାଇ ଇଙ୍ଗିତ କରୁଥିବାର ଦେଖାଯାଇଥିଲା। ଯାହାପରେ ସେ ଶିବସେନା ୟୁବିଟି ସାଂସଦଙ୍କ ଆଡ଼କୁ ମୁହଁ କରି କହିଥିଲେ, “ପ୍ରିୟଙ୍କା ମୋତେ ନିୟନ୍ତ୍ରଣ କରିବା ଦରକାର ନାହିଁ। ସେ ଗତ ବର୍ଷ ଜୁଲାଇ-ଅଗଷ୍ଟରେ ଜଗଦୀପ ଧନଖରଙ୍କ ଉପରେ ମଧ୍ୟ ରାଗିଯାଇଥିଲେ ଯେତେବେଳେ ସେ ତାଙ୍କୁ ‘ଜୟା ଅମିତାଭ ବଚ୍ଚନ’ ଭାବରେ ପରିଚୟ କରାଇଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ