Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଲାଲକିଲ୍ଲାରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସବୁଠୁ ଲମ୍ବା ଭାଷଣ, ୧୦୩ମି. କହିଲେ…

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ୱାଧୀନତା ଦିବସ ଅବସରରେ ଲାଲକିଲ୍ଲା ଠାରେ ପ୍ରାୟ ୧୦୩ ମିନିଟ ପର୍ଯ୍ୟନ୍ତ ଦେଶକୁ ସମ୍ବୋଧିତ କରିଥିଲେ। ଏହା ପୂର୍ବରୁ ୨୦୨୪ ମସିହାରେ ମଧ୍ୟ ସେ ୯୮ ମିନିଟର ଭାଷଣ ଦେଇଥିଲେ ଓ ୨୦୨୩ରେ ୯୦ ମିନିଟ୍ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ଭାଷଣ ଦେଇଥିଲେ।

ତେବେ ଦୀପାବଳିରେ ଦେଶବାସୀଙ୍କୁ ଏକ ସ୍ୱତନ୍ତ୍ର ଉପହାର ଦିଆଯିବା ନେଇ ସେ କହିଥିଲେ। ପ୍ରଧାନମନ୍ତ୍ରୀ ମୋଦୀ ସାମଗ୍ରୀ ଏବଂ ସେବା କର (GST) ରେ ପରିବର୍ତନ ନେଇ ଇସାରା ଦେବା ସହ ସାଧାରଣ ଘରୋଇ ସାମଗ୍ରୀ ଉପରେ GST ହ୍ରାସ କରିବା ନେଇ କହିଥିଲେ। ସେ କହିଛନ୍ତି ଯେ GST ହାର ବହୁ ପରିମାଣରେ ହ୍ରାସ କରାଯିବା ସହ ସାଧାରଣ ଲୋକ ମାନଙ୍କର ଟିକସ ମଧ୍ୟ ହ୍ରାସ କରାଯିବ। ପ୍ରଧାନମନ୍ତ୍ରୀ ଭାରତର ବିକାଶ ପାଇଁ ରୋଜଗାର ଯୋଜନା କାର୍ଯ୍ୟକାରୀ କରିବାକୁ ଯାଉଥିବା ମଧ୍ୟ କହିଛନ୍ତି। ତେବେ ଦେଶର ଯୁବକମାନଙ୍କ ପାଇଁ ୧ ଲକ୍ଷ କୋଟି ଟଙ୍କାର ପ୍ୟାକେଜ୍ ମଧ୍ୟ ଘୋଷଣା କରିଛନ୍ତି। ଏଥିସହିତ ଯେଉଁ ଯୁବକମାନେ ଘରୋଇ କ୍ଷେତ୍ରରେ ପ୍ରଥମ ଚାକିରି ପାଇବେ ସେମାନଙ୍କୁ ସରକାର ୧୫,୦୦୦ ଟଙ୍କା ଦେବା ନେଇ ସେ କହିଛନ୍ତି।

ଅପରେସନ ସିନ୍ଦୂର ସଫଳତାକୁ ନେଇ ମଧ୍ୟ ମୋଦି ଭାରତୀୟ ସେନା ଏବଂ ଦେଶ ବାସୀଙ୍କୁ ପ୍ରଶଂସା କରିଥିଲେ। ୨୨ ଏପ୍ରିଲରେ ପହଲଗାମରେ ଆତଙ୍କବାଦୀମାନେ ପର୍ଯ୍ୟଟକ ମାନଙ୍କୁ ସେମାନଙ୍କ ଧର୍ମ ପଚାରି ହତ୍ୟା କରିଥିଲେ। ଯାହାକୁ ନେଇ ସାରା ଭାରତ କ୍ରୋଧିତ ଥିବା ବେଳେ ଅପରେସନ୍ ସିନ୍ଦୁର ଦ୍ଵାରା ଏହାର ପ୍ରତିଶୋଧ ନିଆଯାଇଥିଲା। ଶତ୍ରୁଙ୍କ ଅଞ୍ଚଳର ଶହ ଶହ କିଲୋମିଟର ପର୍ଯ୍ୟନ୍ତ ପ୍ରବେଶ କରି ଆତଙ୍କବାଦୀ ଆଡ୍ଡା ଗୁଡ଼ିକ ଧ୍ୱଂସ କରାଯିବା ସହ ଆତଙ୍କବାଦୀ ମାନଙ୍କୁ ମଧ୍ୟ ନିପାତ୍ କରାଯାଇଥିବା ମୋଦି ତାଙ୍କ ଅଭିଭାଷଣ ରେ କହିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ