Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ହ୍ୱାଇଟ୍ ହାଉସରେ ଟ୍ରମ୍ପ-ଜେଲେନ୍ସକି

ଆଲାସ୍କା: ଆଲାସ୍କାରେ ଭ୍ଲାଦିମିର ପୁତିନଙ୍କ ସହ ଆଲୋଚନା ପରେ ସୋମବାର ଦିନ ହ୍ୱାଇଟ୍ ହାଉସରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ୟୁକ୍ରେନ ରାଷ୍ଟ୍ରପତି ଜେଲେନ୍ସକିଙ୍କ ମଧ୍ୟରେ ରୁଷ ଏବଂ ୟୁକ୍ରେନ ଯୁଦ୍ଧକୁ ବନ୍ଦ କରିବା ଉଦ୍ଦେଶ୍ୟରେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହୋଇଥିଲା।

ଏହି ବୈଠକରେ ୟୁକ୍ରେନର ସୁରକ୍ଷା ବିଷୟରେ ଦୁଇ ନେତାଙ୍କ ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହୋଇଥିଲା। ଜେଲେନ୍ସକି ୟୁରୋପୀୟ ନେତାମାନଙ୍କ ସହିତ ଏକ ବୈଠକରେ କହିଥିଲେ ଯେ ରାଷ୍ଟ୍ରପତି ଟ୍ରମ୍ପଙ୍କ ସହ ତାଙ୍କର ଆଲୋଚନା ସକାରାତ୍ମକ ରହିଛି। ତେବେ ଏହା ପୂର୍ବରୁ ଟ୍ରମ୍ପ ନିଜ ସୋସିଆଲ ମିଡିଆରେ ଲେଖିଥିଲେ ଯେ ଯଦି ଜେଲେନ୍ସକି ଏକ ଚୁକ୍ତିରେ ରାଜି ହୋଇଯାଆନ୍ତି ତାହେଲେ ଯୁଦ୍ଧ ତୁରନ୍ତ ସମାପ୍ତ ହୋଇଯିବ। ୟୁକ୍ରେନ କ୍ରିମିଆକୁ ଫେରିପାଇ ପାରିବ ନାହିଁ କିମ୍ବା ନାଟୋରେ ସାମିଲ ହୋଇପାରିବ ନାହିଁ ବୋଲି ଟ୍ରମ୍ପ ପୂର୍ବରୁ ହିଁ ସୂଚାଇ ଦେଇଥିଲେ। ଏହାକୁ ନେଇ ଜେଲେନ୍ସକି କହିଥିଲେ ଯେ ବହୁ ଦିନରୁ ଚାଲିଥିବା ଏହି ଯୁଦ୍ଧକୁ ସମସ୍ତେ ସ୍ଥାୟୀ ଓ ଶାନ୍ତି ଭାବରେ ଶେଷ କରିବାକୁ ଚାହାଁନ୍ତି।

ରୁଷକୁ କ୍ରିମିଆ ଏବଂ ଡନବାସ ପରି ପୁଣି ଆକ୍ରମଣ କରିବାର ସୁଯୋଗ ମିଳିବା ଉଚିତ୍ ନୁହେଁ ବୋଲି ସେ ଆହୁରି କହିଛନ୍ତି। ପୂର୍ବରୁ ଜେଲେନ୍ସକି ଦକ୍ଷିଣ ପୋର୍ଟିକୋରେ ନାଟୋ ମହାସଚିବ ମାର୍କ ରୁଟ୍ ଏବଂ ୟୁରୋପୀୟ କମିଶନ ଅଧ୍ୟକ୍ଷ ଉର୍ସୁଲା ଭନ୍ ଡେର ଲେଏନଙ୍କୁ ଭେଟିଥିଲେ। ଏହା ବ୍ୟତୀତ ଜର୍ମାନୀ, ଫିନଲ୍ୟାଣ୍ଡ, ଫ୍ରାନ୍ସ, ଇଟାଲୀ ଏବଂ ବ୍ରିଟେନର ଶୀର୍ଷ ନେତାମାନେ ମଧ୍ୟ ଏଥିରେ ଅଂଶଗ୍ରହଣ କରିଥିଲେ। ଟ୍ରମ୍ପଙ୍କୁ ଭେଟି ଯୁଦ୍ଧ ବନ୍ଦ କରିବା ପାଇଁ ରୁଷ ଉପରେ ଚାପ ପକାଇବାକୁ ପଡିବ ବୋଲି ଜେଲେନ୍ସକି କହିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ