Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତାଙ୍କୁ ମାଡ ଅଭିଯୋଗ

ନୂଆଦିଲ୍ଲୀ: ବୁଧବାର ସକାଳେ ମୁଖ୍ୟମନ୍ତ୍ରୀ ବାସଭବନରେ ଏକ ଜନଶୁଣାଣି ସମୟରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତାଙ୍କ ଉପରେ ଆକ୍ରମଣ ହୋଇଛି।

ଗଣମାଧ୍ୟମ ରିପୋର୍ଟ ଅନୁସାରେ, ତାଙ୍କୁ କେହି ଚାପୁଡ଼ା ମାରିଥିଲେ। ଏହି ଆକ୍ରମଣକୁ ନିଶ୍ଚିତ କରି ଦିଲ୍ଲୀ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ କହିଛି – ଆଜି ଜନଶୁଣାଣି ସମୟରେ ଜଣେ ବ୍ୟକ୍ତି ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତାଙ୍କ ଉପରେ ଆକ୍ରମଣ କରିଥିଲେ। ଅଭିଯୁକ୍ତଙ୍କୁ ଦିଲ୍ଲୀ ପୋଲିସ ଗିରଫ କରିଛି ଏବଂ ତାଙ୍କୁ ପଚରାଉଚରା କରାଯାଉଛି। ରିପୋର୍ଟ ଅନୁସାରେ, ଅଭିଯୁକ୍ତ ତାଙ୍କ ନାମ ରାଜେଶ ଭାଇ ଖିମଜୀ (୪୧) ବୋଲି କହିଛି। ସେ ଗୁଜରାଟ ରାଜକୋଟର ବାସିନ୍ଦା।

ଏହି ଘଟଣା ପରେ ଦିଲ୍ଲୀ ମୁଖ୍ୟ ସଚିବ ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ପହଞ୍ଚିଛନ୍ତି। ତେବେ ରେଖା ଗୁପ୍ତା ୨୦ ଫେବୃଆରୀ ୨୦୨୫ରେ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ହୋଇଥିଲେ। ଦିଲ୍ଲୀ ବିଧାନସଭା ନିର୍ବାଚନରେ ସେ ଆପର ବନ୍ଦନା କୁମାରୀଙ୍କୁ ୨୯,୫୯୫ ଭୋଟରେ ପରାସ୍ତ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ