Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଜାମିନ ମିଳିବା ପରେ ବି ଜେଲରେ ରହିବେ ଇମ୍ରାନ ଖାନ…

କରାଚୀ: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ପାଇଁ ଆଶ୍ୱସ୍ତିର ଖବର ଆସିଛି। ଏକ ରିପୋର୍ଟ ଅନୁଯାୟୀ, ପାକିସ୍ତାନର ସୁପ୍ରିମକୋର୍ଟ ଗୁରୁବାର ଦିନ ମେ ୯ ହିଂସା ସହିତ ଜଡିତ ଆଠଟି ମାମଲାରେ ପାକିସ୍ତାନ ତେହେରିକ୍-ଏ-ଇନସାଫ (ପିଟିଆଇ) ପ୍ରତିଷ୍ଠାତା ଇମ୍ରାନ ଖାନଙ୍କ ଜାମିନ ଆବେଦନକୁ ମଞ୍ଜୁର କରିଛନ୍ତି।

୨୦୨୩ ମସିହାରେ ଦେଶବ୍ୟାପୀ ପ୍ରତିବାଦ ଏବଂ ସରକାରୀ ଏବଂ ସାମରିକ ପ୍ରତିଷ୍ଠାନ ଉପରେ ଆକ୍ରମଣ ପରେ ଖାନଙ୍କ ବିରୁଦ୍ଧରେ ପଞ୍ଜିକୃତ ଅନେକ ମାମଲାର ଶୁଣାଣି ସମୟରେ ଏହି ନିଷ୍ପତ୍ତି ଆସିଛି। ପାକିସ୍ତାନର ମୁଖ୍ୟ ବିଚାରପତି ୟାହ୍ୟା ଆଫ୍ରିଦିଙ୍କ ନେତୃତ୍ୱରେ ବିଚାରପତି ମହମ୍ମଦ ଶାଫି ସିଦ୍ଦିକି ଏବଂ ବିଚାରପତି ମିଆଁଗୁଲ ହାସନ ଔରଙ୍ଗଜେବଙ୍କ ସହିତ ଏକ ତିନି ସଦସ୍ୟ ବିଶିଷ୍ଟ ଖଣ୍ଡପୀଠ ଆବେଦନଗୁଡ଼ିକର ଶୁଣାଣି କରିଥିଲେ।

ରିପୋର୍ଟ ଅନୁଯାୟୀ, ଜାମିନ ଆବେଦନଗୁଡ଼ିକର ବିଚାର କରିବା ପାଇଁ ଖଣ୍ଡପୀଠକୁ ପୁନର୍ଗଠିତ କରାଯାଇଥିଲା। ତଥାପି, ଆଶ୍ୱସ୍ତି ସତ୍ତ୍ୱେ, ଇମ୍ରାନଙ୍କ ଶୀଘ୍ର ମୁକ୍ତି ହେବାର ସମ୍ଭାବନା କମ୍।ଇମ୍ରାନ ୨୦୨୩ ମସିହାରୁ ଜେଲରେ ଅଛନ୍ତି। ସେ ୧୯୦ ମିଲିୟନ ପାଉଣ୍ଡ ମାମଲାରେ ମଧ୍ୟ ସଜା କାଟୁଛନ୍ତି। ମେ ୯ ଦଙ୍ଗା ସହିତ ଜଡିତ ଅନ୍ୟ ଅନେକ ମାମଲା ତାଙ୍କ ବିରୁଦ୍ଧରେ ବିଚାରାଧୀନ ଅଛି। ତେବେ ତାଙ୍କ ଦଳ ପିଟିଆଇ ପକ୍ଷରୁ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତିକୁ ସ୍ୱାଗତ କରି ଏକ୍ସ ପୋଷ୍ଟରେ ଏହାକୁ “ଇମ୍ରାନ ଖାନଙ୍କ ବିଜୟ” ବୋଲି କୁହାଯାଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ