ବାଲିଗୁଡା, ତା, ୨୫/୦୮: (ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ଆଦିବାସୀ ମହାବିଦ୍ଯାଳୟ ପରିଚାଳନା ସମିତି ର ପୂର୍ବତନ ସଭାପତି ତଥା ବାଲିଗୁଡା ର ପୂର୍ବତନ ବିଧାୟକ ଙ୍କ ବିୟୋଗ ପରିପ୍ରେକ୍ଷୀରେ ମହାବିଦ୍ୟାଳୟ ର ଛାତ୍ରଛାତ୍ରୀଙ୍କ ପକ୍ଷରୁ ସୋମବାର ସମସ୍ତ ଶ୍ରେଣୀ କକ୍ଷରେ ଏକ ମିନିଟ୍ ଲେଖାଏଁ ନୀରବ ପ୍ରାର୍ଥନା ଅନୁଷ୍ଠିତ ହୋଇ ଯାଇଛି l ଏଥିରେ ଅଧ୍ଯକ୍ଷ ଲକ୍ଷ୍ମଣ ପାଳ ପ୍ରାଶାସନିକ ଅଧିକାରୀ ଡ.ବିଭୂତି ଭୂଷଣ ଆଚାର୍ଯ୍ଯ, ବିତ୍ତ ଅଧିକାରୀ ସରୋଜକୁମାର ପାଠୀ ପ୍ରମୁଖ ଉପସ୍ଥିତ ରହି ନୀରବ ପ୍ରାର୍ଥନା କରିବା ସହ ସ୍ମୁତି ଚାରଣ କରିଥିଲେ l
କରେନ୍ଦ୍ର ମାଝୀଙ୍କ ବିୟୋଗରେ ନୀରବ ପ୍ରାର୍ଥନା
