Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପୂର୍ବତନ ରାଜ୍ୟପାଳ ସତ୍ୟପାଲ ମଲିକଙ୍କ ପ୍ରେସ ସଚିବ ରହିଥିବା ସୁନକଙ୍କ ଘରେ ସିବିଆଇ ଚଢାଉ

ନୂଆଦିଲ୍ଲୀ: କଥିତ ବୀମା ମାମଲାରେ ଜମ୍ମୁ-କାଶ୍ମୀରର ପୂର୍ବତନ ରାଜ୍ୟପାଳ ସତ୍ୟପାଲ ମଲିକଙ୍କ ତତ୍କାଳୀନ ପ୍ରେସ୍ ସଚିବ ସୁନକ ବାଲିଙ୍କ ଦିଲ୍ଲୀ ସ୍ଥିତ ବାସଭବନ ଉପରେ ସିବିଆଇ ଚଢାଉ କରିଛି। ଏହା ଉପରେ ସତ୍ୟପାଲ୍ ମଲିକ୍ କହିଛନ୍ତି, ଏହା ଦୁର୍ଭାଗ୍ୟପୂର୍ଣ୍ଣ ଯେ, ସିବିଆଇ ମାମଲାରେ ଅଭିଯୋଗକାରୀଙ୍କୁ ହିଁ ହଇରାଣ କରୁଛି। ସୁନକ ବାଲି ବିନା କୌଣସି ସକରାରୀ ବେତନରେ ଜମ୍ମୁ-କାଶ୍ମୀରରେ ମୋର ପ୍ରେସ ସଚିବ ଥିଲେ।

ସିବିଆଇର ଏହି ଚଢାଉ ସତ୍ୟପାଲ ମଲିକଙ୍କ ଅଭିଯୋଗ ଆଧାରରେ ରୁଜୁ ବୀମା ଘୋଟଲା ମାମଲାକୁ ନେଇ ହୋଇଛି। କିଛି ଦିନ ପୂର୍ବେ ସିବିଆଇ ସତ୍ୟପାଲ ମଲିକଙ୍କ ବୟାନ ରେକର୍ଡ କରିଥିଲେ। କିଛି ଦିନ ପୂର୍ବେ ସତ୍ୟପାଲ ମଲିକ ଏକ ସାକ୍ଷାତକାରରେ କହିଥିଲେ ଯେ, ଯେବେ ସେ ୨୦୧୮ ଅଗଷ୍ଟ ୨୩ରୁ ୨୦୧୯ ଅକ୍ଟୋବର ୩୦ ପର‌୍ୟ୍ୟନ୍ତ ଜମ୍ମୁ-କାଶ୍ମୀରର ରାଜ୍ୟପାଳ ଥିଲେ ସେହି ସମୟରେ ବୀମା ସଂପର୍କିତ ଦୁଇଟି ଫାଇଲ୍ ମଞ୍ଜରୀ ପାଇଁ ତାଙ୍କୁ ୩୦୦ କୋଟି ଟଙ୍କାର ଲାଞ୍ଚ ଯଚା ଯାଇଥିଲା। ଫାଇଲର ମଞ୍ଜୁରୀ ବିଷୟରେ ପଚାରି ବୁଝିବା ପାଇଁ ସେ ସମୟର ବିଜେପି ସାଧାରଣ ସଂପାଦକ ରାମ ମାଧବ ମଧ୍ୟ ରାଜଭବନ ଆସିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ