Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଟାରିଫ ବିବାଦ ମଧ୍ୟରେ ଚୀନ୍ ରାଷ୍ଟ୍ରପତିଙ୍କୁ ଭେଟିବେ ମୋଦି

ନୂଆଦିଲ୍ଲୀ: ଆମେରିକା ଓ ଭାରତ ମଧ୍ୟରେ ଶୁଳ୍କକୁ ନେଇ ବିବାଦ ଚାଲିଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ସାକ୍ଷାତ ପାଇଁ ଅଗଷ୍ଟ ୩୧ ତାରିଖ ସ୍ଥିର ହୋଇଥିବା ନେଇ ଘୋଷଣା ହୋଇଛି।

ତେବେ ରବିବାର ତିଆନଜିନରେ ସାଂଘାଇ ସହଯୋଗ ସଂଗଠନ (SCO) ଶିଖର ସମ୍ମିଳନୀ ଅବସରରେ ଦୁଇ ନେତା ଏକ ଦ୍ୱିପାକ୍ଷିକ ବୈଠକ କରିବେ। ଜାପାନ ରେ ଦୁଇ ଦିନିଆ ଗସ୍ତ ଶେଷ କରି ପ୍ରଧାନମନ୍ତ୍ରୀ ମୋଦି ରାଷ୍ଟ୍ରପତି ସି ଙ୍କ ସହ SCO ଶିଖର ସମ୍ମିଳନୀରେ ଯୋଗଦେବା ପାଇଁ ଚୀନ ରେ ରହିବେ।

ଗତ ସାତ ବର୍ଷ ମଧ୍ୟରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଏହା ପ୍ରଥମ ଚୀନ୍ ଗସ୍ତ ହେବା ସହ ଜୁନ୍୨୦୨୦ ରେ ପ୍ରକୃତ ନିୟନ୍ତ୍ରଣ ରେଖା (LAC) ରେ ଦୁଇ ଦେଶର ସୈନିକଙ୍କ ମଧ୍ୟରେ ଗାଲୱାନ ଉପତ୍ୟକାରେ ସଂଘର୍ଷ ପରେ ଏହା ପ୍ରଥମ ଗସ୍ତ ହେବ। ପୂର୍ବରୁ ୨୦୨୪ ରେ ରୁଷର କାଜାନରେ BRICS ଶିଖର ସମ୍ମିଳନୀ ଅବସରରେ ଦୁଇ ନେତାଙ୍କ ମଧ୍ୟରେ ଏକ ବୈଠକ ହୋଇଥିଲା। ତେବେ ଭାରତ ଏବଂ ଚୀନ୍ ମଧ୍ୟରେ ଚାରି ବର୍ଷ ଧରି ଚାଲିଥିବା ସୀମା ବିବାଦକୁ ସମାପ୍ତ କରିବା ପାଇଁ ପ୍ରାୟ ୩୫୦୦ କିଲୋମିଟର ଲମ୍ବା LAC ପାଟ୍ରୋଲିଂ ପାଇଁ ଚୁକ୍ତିନାମା କରାଯାଇଥିଲା।। ଅଗଷ୍ଟ ୨୧ ତାରିଖରେ ଭାରତରେ ଚୀନ୍ ରାଷ୍ଟ୍ରଦୂତ ଜୁ ଫେଇହୋଙ୍ଗ କହିଥିଲେ ଯେ ଏହି ଶିଖର ସମ୍ମିଳନୀ ରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ତିଆନଜିନ୍ ଗସ୍ତ ଦୁଇ ଦେଶ ମଧ୍ୟରେ ସମ୍ପର୍କର ଉନ୍ନତି ଏବଂ ବିକାଶ ପାଇଁ ଏକ ନୂତନ ପଦକ୍ଷେପ ହେବ ଏବଂ ଏହି ଗସ୍ତ ଆମ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଟେ।

ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଦ୍ୱାରା ଜାରି ଏକ ବିବୃତ୍ତିରେ କୁହାଯାଇଛି ଯେ ପ୍ରଧାନମନ୍ତ୍ରୀ ଗତ ବର୍ଷ କାଜାନରେ ରାଷ୍ଟ୍ରପତି ଜିଙ୍କ ସହ ସାକ୍ଷାତ କରିବା ପରଠାରୁ ଉଭୟ ଦେଶର ସମ୍ପର୍କରେ ଉନ୍ନତି ହେବା ସହ ସକାରାତ୍ମକ ଆଲୋଚନା ମଧ୍ୟ ହୋଇଛି। ତେବେ ଏହା ପାରସ୍ପରିକ ସମ୍ମାନ, ପାରସ୍ପରିକ ସ୍ୱାର୍ଥ ଦ୍ୱାରା ପରିଚାଳିତ ଯେଉଁଥିରେ ଖୁବ ଶୀଘ୍ର କୈଳାସ ମାନସରୋବର ଯାତ୍ରା ପୁନଃ ଆରମ୍ଭ ମଧ୍ୟ ଅନ୍ତର୍ଭୁକ୍ତ ରହିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ