Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କମୁଛି କି ମୋଦିଙ୍କ ଲୋକପ୍ରିୟତା, ଜାଣନ୍ତୁ କଣ କହୁଛି ସର୍ଭେ…

ନୂଆଦିଲ୍ଲୀ: ଗତ ୬ ମାସ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କାର୍ଯ୍ୟଦକ୍ଷତାରେ ସାମାନ୍ୟ ହ୍ରାସ ଘଟିଥିବା ମୁଡ୍ ଅଫ୍ ଦି ନେସନ୍ (MOTN)ସର୍ଭେରୁ ଜଣାପଡ଼ିଛି। ଯେଉଁ ଲୋକମାନେ ମୋଦୀ ସରକାରଙ୍କ ତୃତୀୟ କାର୍ଯ୍ୟକାଳର ପ୍ରଶଂସା କରିଥିଲେ ସେମାନଙ୍କ ସଂଖ୍ୟା ମଧ୍ୟ ହ୍ରାସ ପାଇଥିବା ଜଣାପଡ଼ିଛି।

୧ ଜୁଲାଇରୁ ୧୪ ଅଗଷ୍ଟ ମଧ୍ୟରେ ହୋଇଥିବା ସର୍ଭେରେ ସମସ୍ତ ଲୋକସଭା ନିର୍ବାଚନମଣ୍ଡଳୀରୁ ୫୪ ହଜାର ୭୮୮ ଲୋକଙ୍କ ମତାମତ ନିଆଯିବା ସହ ୧ଲକ୍ଷ ୫୨ ହଜାର ୩୮ ଅତିରିକ୍ତ ଲୋକଙ୍କର ମଧ୍ୟ ମତ ନିଆଯାଇଥିଲା। ଅର୍ଥାତ୍ ମୋଟ ୨ ଲକ୍ଷ ୬ହଜାର ୮୨୬ ଲୋକଙ୍କ ମତାମତକୁ ବିଚାର କରାଯାଇଥିଲା। ଫେବୃଆରୀ ୨୦୨୫ରେ ହୋଇଥିବା ସର୍ଭେ ଅନୁଯାୟୀ ପ୍ରାୟ ୬୨ ପ୍ରତିଶତ ଲୋକ ପ୍ରଧାନମନ୍ତ୍ରୀ ମୋଦିଙ୍କ କାର୍ଯ୍ୟଦକ୍ଷତାକୁ ଭଲ କହିଥିବା ବେଳେ ଅଗଷ୍ଟ ୨୦୨୫ରେ MOTN ଦ୍ଵାରା କରାଯାଇଥିବା ସର୍ଭେରେ ଏହା ୫୮ ପ୍ରତିଶତକୁ ହ୍ରାସ ପାଇଥିଲା। ପ୍ରାୟ ୧୨.୭ ପ୍ରତିଶତ ଲୋକ ମୋଦିଙ୍କ ପ୍ରଦର୍ଶନକୁ ‘ହାରାହାରି’ ବୋଲି କହିଛନ୍ତି। ତେବେ ନିକଟରେ MOTN ରେ ହୋଇଥିବା ସର୍ଭେରେ ୨୬.୪ ପ୍ରତିଶତ ଲୋକ ପ୍ରଧାନମନ୍ତ୍ରୀଙ୍କ ପ୍ରଦର୍ଶନକୁ ଅତ୍ୟନ୍ତ ଖରାପ ମଧ୍ୟ କହିଛନ୍ତି। ତେବେ ଫେବୃଆରୀରେ କରାଯାଇଥିବା ଶେଷ ସର୍ଭେ ସମୟରେ ୩୬.୧ ପ୍ରତିଶତ ଲୋକ ପ୍ରଧାନମନ୍ତ୍ରୀଙ୍କ ପ୍ରଦର୍ଶନକୁ ‘ଉତ୍କୃଷ୍ଟ’ ବୋଲି କହିଥିବା ବେଳେ ବର୍ତ୍ତମାନ୍ ତାହା ହ୍ରାସ ପାଇ ୩୪.୨ କୁ ଖସି ଆସିଛି।

ସେହିପରି ୨୩.୮ ପ୍ରତିଶତ ଲୋକ ଏହାକୁ ‘ଭଲ’ ବୋଲି ବିବେଚନା କରିଛନ୍ତି। ଫେବୃଆରୀ ୨୦୨୫ରେ ହୋଇଥିବା ସର୍ଭେରେ ୬୨.୧ ପ୍ରତିଶତ ଲୋକ ପ୍ରଧାନମନ୍ତ୍ରୀ ମୋଦିଙ୍କ କାର୍ଯ୍ୟଦକ୍ଷତାକୁ ‘ଭଲ’ ବୋଲି ବର୍ଣ୍ଣନା କରିଥିଲେ କିନ୍ତୁ ବର୍ତ୍ତମାନର ସର୍ଭେରେ ଏହି ସଂଖ୍ୟା ୫୨.୪ ପ୍ରତିଶତକୁ ହ୍ରାସ ପାଇଛି। ଅପରପକ୍ଷରେ ୧୫.୩ ପ୍ରତିଶତ ଲୋକ ନିଉଟ୍ରାଲ ରହିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ