Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଆଫଗାନିସ୍ତାନର ଆକ୍ରମଣରେ ପାକିସ୍ତାନର୫୮ ସେନାବାହିନୀ ଅଧିକାରୀ ମୃତ:

(ନୂଆଦିଲ୍ଲୀ): ଶନିବାର ଦିନ ଆଫଗାନିସ୍ତାନ ଏବଂ ପାକିସ୍ତାନ ମଧ୍ୟରେ ଅତି ଭୟଙ୍କର ଯୁଦ୍ଧ ହୋଇଥିଲା|ଯୁଦ୍ଧରେ ପାକିସ୍ତାନର ସେନାବାହିନୀର ୫୮ ସେନା ଅଧିକାରୀଙ୍କ ମୃତ୍ୟୁ ହୋଇଥିବା ବେଳେ ୩୦ରୁ ଅଧିକ ହୋଇଥିବାର ସୂଚନା ମିଳିଛି| ଆଫଗାନିସ୍ତାନ ଏବଂ ପାକିସ୍ତାନ ମଧ୍ୟରେ ବହୁ ପୂର୍ବରୁ ଅସନ୍ତୋଷ ଲାଗି ରହିଥିଲା| ବହୁ ଦିନ ଧରି ପାକିସ୍ତାନର ଆତଙ୍କବାଦ କାର୍ଯ୍ୟକଳାପ ସଙ୍ଗଠନକୁ ଫଣ୍ଡ ଯୋଗାଇବା ଏବଂ ତାଲିବାନରେ ଯୁଦ୍ଧତାଲିମ ପାଇଁ ପ୍ରଶିକ୍ଷଣ ଭଳି କାର୍ଯ୍ୟକୁ ଆଫଗାନିସ୍ତାନ ବିରୋଧ କରି ଆସୁଥିଲା| ଆଫଗାନିସ୍ତାନ ବୈଦେଶିକ ମନ୍ତ୍ରୀ ଅମୀର ଖାନ ମୁତାକ୍କୀ କହିଛନ୍ତି କାବୁଲ ଶାନ୍ତି ଚାହେଁ କିନ୍ତୁ ପାକିସ୍ତାନ ଏଥିରେ ସହଯୋଗ କରୁନାହିଁ| ଏହି ଯୁଦ୍ଧରେ ଆଫଗାନିସ୍ତାନ ସେନାବଳ,ପାକିସ୍ତାନର୨୦ରୁ ଉର୍ଧ୍ଵ ସେନା ସଂଗଠନକୁ ଧ୍ୱଂଶ କରିଥିବା ଦାବି କରିଛି ଏବଂ କହିଛିଯେ ପାକିସ୍ତାନ ପ୍ରଥମେ ସୀମା ଲଙ୍ଘନ କରିବା ଫଳରେ ଆମେ ଆକ୍ରମଣ କରିବାକୁ ବାଧ୍ୟ ହୋଇଛୁ| ସେପଟେ ପାକିସ୍ତାନ ମଧ୍ୟ ଦାବି କରିଛିଯେ ଆଫଗାନିସ୍ତାନର ସେନାବାହିନୀର କିଛିଜଣ ଯବାନ ଏବଂ ସେନା ଟ୍ରଷ୍ଟକୁ ନଷ୍ଟ କରିଥିବାର ପାକିସ୍ତାନ ସେନାବାଳ ତରଫରୁ ଦାବିକରାଯାଉଛି | ଏଭଳି ଯୁଦ୍ଧ ପରିସ୍ଥିତି ଉପରେ କଟାର ଏବଂ ସାଉଦିଆରବିଆ ଏହା ଉପରେ ନିଜ ନିଜର ମନ୍ତବ୍ୟ ଦେଇଥିବା ବେଳେ ଭାରତ ଏହା ଉପରେ କିଛି ମତ ଦେଇନାହିଁ | ଯୁଦ୍ଧ ପରେ ଚାଇନା ପାକିସ୍ତାନ ସହ କରିଥିବା ବିଭିନ୍ନ ପ୍ରକଳ୍ପ ଗୁଡିକୁ ବନ୍ଦ ରଖିଛି |

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ