ଜୟ ଢୋଲକିଆଙ୍କୁ ପ୍ରାର୍ଥୀ ଭାବେ ଘୋଷଣା କଲା ବିଜେପି

ଭୁବନେଶ୍ୱର: ଆସନ୍ତା ୧୧ ତାରିଖରେ ନୂଆପଡ଼ା ବିଧାନସଭା ଉପନିର୍ବାଚନ ହେବାକୁ ଯାଉଛି। ଏହି ପରିପ୍ରେକ୍ଷୀରେ ଭାରତୀୟ ଜନତା ପାର୍ଟି (ବିଜେପି) ଆଜି ଜୟ ଢୋଲକିଆଙ୍କୁ ପ୍ରାର୍ଥୀ ଭାବରେ ଚୟନ କରିଛି। ସେ ବିଜୁ ଜନତା ଦଳ (ବିଜେଡି) ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କ ପୁଅ।
ତେବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓଡ଼ିଶାର ମୁଖ୍ୟମନ୍ତ୍ରୀ ହେବା ପରେ ପ୍ରଥମଥର ପାଇଁ ଏହି ଉପନିର୍ବାଚନ ହେବାକୁ ଯାଉଛି। ବିଜେପି ଓଡ଼ିଶାରେ ନିଜର ନେତୃତ୍ୱ ଗ୍ରହଣ କରିବା ପରେ ଏହାକୁ ଏକ ବଡ଼ ପରୀକ୍ଷା ଭାବରେ ବିବେଚନା କରାଯାଉଛି। ତେବେ ବିଜେଡିର ବିଧାୟକ ଅର୍ଥାତ୍ ପୂର୍ବତନ ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆଙ୍କ ମୃତ୍ୟୁ ପରେ ଏହି ଉପନିର୍ବାଚନ ହେଉଥିବା ଜଣାପଡିଛି। ଏ ସବୁ ମଧ୍ୟରେ ଜୟ ଢୋଲକିଆ ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସହ ଏକ ବିଶାଳ ରୋଡଶୋ କାର୍ଯ୍ୟକ୍ରମ କରିବାର ଯୋଜନା ରହିଛି।
ଯେଉଁଥିରେ ବରିଷ୍ଠ ମନ୍ତ୍ରୀ, ସାଂସଦ ଏବଂ ବିଧାୟକମାନେ ସାମିଲ ରହିବା ନେଇ ସୂଚନା ମିଳିଛି। ତେବେ ଏହି ଉପନିର୍ବାଚନ ପାଇଁ କଂଗ୍ରେସ ଘାସିରାମ ମାଝୀଙ୍କୁ ପ୍ରାର୍ଥୀ କରିଥିବା ବେଳେ ବିଜେଡି ବର୍ତ୍ତମାନ ସୁଦ୍ଧା କୌଣସି ନାମ ଘୋଷଣା କରିନାହିଁ।