ବର୍ଲିନ୍ ବିଶ୍ୱ ସ୍ୱାସ୍ଥ୍ୟ ସମ୍ମିଳନୀ; ଉଦବୋଧନ ଦେଇ ଇତିହାସ ରଚିଲେ ପ୍ରଥମ ଭାରତୀୟ ଭାବେ ଅଭିନେତ୍ରୀ କୃତି ସାନନ

ନୂଆଦିଲ୍ଲୀ: ବର୍ଲିନରେ ଅନୁଷ୍ଠିତ ହୋଇଥିବା ବିଶ୍ୱ ସ୍ୱାସ୍ଥ୍ୟ ସମ୍ମିଳନୀ ୨୦୨୫ରେ ପ୍ରଥମ ଭାରତୀୟ ଅଭିନେତ୍ରୀ ଏବଂ ପ୍ରଯୋଜିକା ଭାବେ କୃତି ସାନନ୍ ଉଦବୋଧନ ଦେଇ ଇତିହାସ ରଚିଛନ୍ତି। କୃତି ମହିଳାଙ୍କ ସ୍ୱାସ୍ଥ୍ୟ ଏବଂ ଲିଙ୍ଗ ସମାନତା ଏବଂ “ମହିଳା ସ୍ୱାସ୍ଥ୍ୟ-ବିଶ୍ୱ ସମ୍ପତ୍ତି: ସାହସିକ ନିବେଶ ଉପରେ ପ୍ରେରଣା ଉତ୍ତୋଳନ କରି ଭଳି ଗୁରୁତ୍ୱପୂର୍ଣ୍ଣ ବିଷୟକୁ ବିଶ୍ୱ ସ୍ତରୀୟ ଅଧିବେଶନରେ ଉପସ୍ଥାପନା କରିଥିଲେ।
ପ୍ରଯୋଜିକା, କୃତି ଏହି ବିଷୟ ଉପରେ ଗୁରୁତ୍ୱାରୋପ କରି ଏହା ମଧ୍ୟ କହିଥିଲେ ଯେ, ମହିଳାଙ୍କ ସ୍ୱାସ୍ଥ୍ୟରେ ସାହସିକ, ସ୍ଥାୟୀ ନିବେଶ ଉପରେ ଧ୍ୟାନ ଦେବା ଉଚିତ, ବିଶ୍ୱସ୍ତରରେ ଉନ୍ନତି ଆଣିବାରେ ଏହା ଗୁରୁତ୍ୱପୂର୍ଣ ଭୂମିକା ନିର୍ବାହ କରିପାରେ।
କୃତି ସାନନ୍ ବର୍ତ୍ତମାନ ଭାରତର ଲିଙ୍ଗ ସମାନତା ଅଧିକାର ପାଇଁ ସମ୍ମାନଜନକ ରାଷ୍ଟ୍ରଦୂତ ଭାବେ କାର୍ଯ୍ୟ କରୁଥିବାରୁ ବିଶ୍ଵବ୍ୟାପୀ ସରକାର ଏବଂ ପ୍ରତିଷ୍ଠାନଗୁଡିକୁ ମହିଳାଙ୍କ ସ୍ୱାସ୍ଥ୍ୟ ଉପରେ ପ୍ରାଥମିକତା ଦେବା ଲାଗି ଅନୁରୋଧ କରିଥିଲେ। ମହିଳାଙ୍କ ସ୍ୱାସ୍ଥ୍ୟ ହେଉଛି ଦେଶର ଅର୍ଥନୀତି ଏବଂ ଦେଶର ଉନ୍ନତି କରିବାରେ ସବୁଠାରୁ ମୁଖ୍ୟ ଭୂମିକା ନିର୍ବାହ କରିଥାଏ, ତେଣୁ ଏହି ବିଷୟରେ ଆହୁରି ଅଧିକା ଧ୍ୟାନ ଦେବା ଆବଶ୍ୟକ ଅଛି।