ରାଜନୀତିରେ ଏଣ୍ଟ୍ରି କରିବା ପରେ ଖୁସି ନାହାନ୍ତି କି କଙ୍ଗନା

ନୂଆଦିଲ୍ଲୀ: ବଲିଉଡ୍ ଅଭିନେତ୍ରୀ ତଥା ବିଜେପି ସାଂସଦ କଙ୍ଗନା ରଣାୱତ ପ୍ରାୟତଃ ତାଙ୍କର ସ୍ପଷ୍ଟ ମନ୍ତବ୍ୟ ପାଇଁ ସବୁବେଳେ ବିବାଦରେ ଥାଆନ୍ତି। ପୁଣିଥରେ ଏବେ ସେ ତାଙ୍କର ନୂତନ ଇନଷ୍ଟାଗ୍ରାମ୍ ଷ୍ଟୋରୀ ପାଇଁ ଖବରରେ ଅଛନ୍ତି। ସେ କେନ୍ଦ୍ରମନ୍ତ୍ରୀ ସୁରେଶ ଗୋପୀଙ୍କ ରାଜନୀତି ଛାଡିବା ଇଚ୍ଛାକୁ ସମର୍ଥନ କରିଛନ୍ତି ଏବଂ ରାଜନୀତି ସବୁଠାରୁ କମ୍ ଦରମା ଦେଉଥିବା ପେଶା ବୋଲି କହିଛନ୍ତି।
କେନ୍ଦ୍ର ମନ୍ତ୍ରୀ ସୁରେଶ ଗୋପୀ ୨୦୨୪ ଜୁନ୍ ଠାରୁ ପେଟ୍ରୋଲିୟମ, ପ୍ରାକୃତିକ ଗ୍ୟାସ୍ ଏବଂ ପର୍ଯ୍ୟଟନ ମନ୍ତ୍ରୀ ଭାବେ କାର୍ଯ୍ୟ କରିଛନ୍ତି।
କଙ୍ଗନା ତାଙ୍କ ଇନଷ୍ଟାଗ୍ରାମ୍ ଷ୍ଟୋରୀରେ ଲେଖିଛନ୍ତି, “ରାଜନୀତି ଏକ ବହୁତ କଷ୍ଟକର ପେଶା ଏବଂ ସବୁଠାରୁ କମ ଦରମା ଦେଉଥିବା ପେଶା ମଧ୍ୟରୁ ଗୋଟିଏ। ଏଥିରେ ବହୁତ ଖର୍ଚ୍ଚ। ଯଦି କଳାକାର ମାନେ ରାଜନୀତିରେ ଥାଇ କଳା ପାଇଁ ସମୟ ଦିଅନ୍ତି ତାହାଲେ ତାଙ୍କୁ ନିନ୍ଦା ଏବଂ ସମାଲୋଚନାର ପାତ୍ର ହେବାକୁ ପଡିଥାଏ। କଙ୍ଗନା ଏହା ମଧ୍ୟ ଲେଖିଛନ୍ତି ଯଦି ଏଭଳି ସମସ୍ୟା ହୁଏ ତେବେ କୌଣସି ସଚ୍ଚୋଟ ସଫଳତା ହାସଲକାରୀ ଲୋକଙ୍କ କଲ୍ୟାଣ ପାଇଁ କାମ କରିବାକୁ ଚାହିଁବେ ନାହିଁ।
ଲୋକଙ୍କୁ ରାଜନୀତିରେ କାମ କରୁଥିବା ପେଶାଦାରମାନଙ୍କ ପ୍ରତି ସେମାନଙ୍କର ଧାରଣା ପରିବର୍ତ୍ତନ କରିବାକୁ ପଡିବ। ଆମେ ଯେକୌଣସି ପଦବୀ କିମ୍ବା ଗୁରୁତ୍ୱପୂର୍ଣ୍ଣ ପୋର୍ଟଫୋଲିଓ ଧାରଣ କରୁଥାଉ ନା କାହିଁକି, ଆମକୁ ଆମର ପେଶା ଅଭ୍ୟାସ କରିବାକୁ ଅନୁମତି ଦିଆଯିବା ଉଚିତ। ଏକ କାର୍ଯ୍ୟକ୍ରମରେ ସୁରେଶ ଗୋପୀ କହିଥିଲେ, “ମୁଁ ସମ୍ପୂର୍ଣ୍ଣ ସଚ୍ଚୋଟତାର ସହିତ କହୁଛି ଯେ ସଦାନନ୍ଦନ ମାଷ୍ଟରଙ୍କୁ ମୋ ସ୍ଥାନରେ (କେନ୍ଦ୍ର) ମନ୍ତ୍ରୀ କରାଯିବା ଉଚିତ। ମୁଁ ବିଶ୍ୱାସ କରେ ଏହା କେରଳର ରାଜନୈତିକ ଇତିହାସରେ ଏକ ନୂତନ ଅଧ୍ୟାୟ ହେବ। ଏଜେନ୍ସି ଅନୁଯାୟୀ, ସେ ଆହୁରି କହିଥିଲେ, “ମୁଁ କେବେ ମୋର ଫିଲ୍ମ କ୍ୟାରିଅର ଛାଡି ମନ୍ତ୍ରୀ ହେବାକୁ ଚାହୁଁ ନଥିଲି।”
ଏକ ପଡକାଷ୍ଟରେ, କଙ୍ଗନା ତାଙ୍କ ନୂତନ ଭୂମିକାର ଚ୍ୟାଲେଞ୍ଜ ଗୁଡ଼ିକ ବିଷୟରେ କହିଥିଲେ। ସେ ସ୍ୱୀକାର କରିଥିଲେ ଯେ ରାଜନୀତି ତାଙ୍କୁ ପ୍ରକୃତରେ ଆନନ୍ଦ ଦେଇନାହିଁ। ସେ କହିଥିଲେ, “ମୁଁ ଏଥିରେ ଅଭ୍ୟସ୍ତ ହୋଇଯାଉଛି। କଙ୍ଗନା ୨୦୨୪ ଲୋକସଭା ନିର୍ବାଚନ ହିମାଚଳ ପ୍ରଦେଶର ମଣ୍ଡିରୁ ବିଜେପି ଟିକେଟରେ ଲଢ଼ିଥିଲେ। ସେ ତାଙ୍କର କଂଗ୍ରେସ ପ୍ରତିଦ୍ୱନ୍ଦ୍ୱୀ ବିକ୍ରମାଦିତ୍ୟ ସିଂହଙ୍କୁ ପରାସ୍ତ କରି ସାଂସଦ ହୋଇଥିଲେ।