Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଗଂଜେଇ ଚାଲାଣରେ ଫସିଲେ ବିଜେଡି ନେତା, ୨ ଗିରଫ

ଭୁବନେଶ୍ୱର: ନୂଆପଡା ନିର୍ବାଚନକୁ ନେଇ ଏବେ ରାଜନୀତି ସରଗରମ ଥିବା ବେଳେ ଗଂଜେଇ ଚାଲାଣର ଅଭିଯୋଗରେ ଦୁଇ ବିଜେଡି ନେତା ଫସିଛନ୍ତି। ଏହି ଭଳି ଘଟଣା ବୌଦ୍ଧ ଜିଲ୍ଲାରେ ଦେଖିବାକୁ ମିଳିଛି।

ଗଂଜେଇ ମାଫିଆ ଖୋଲତାଡ ସମୟରେ ଏକ ବଡ ଖବର ସାମ୍ନାକୁ ଆସିଛି। ସୂଚନା ଅନୁଯାୟୀ, ଏହି ଗଂଜେଇ ଚାଲାଣରେ ଦୁଇଜଣ ବିଜେଡିର ଖାସ ଲୋକ ମଧ୍ୟ ସାମିଲ ଥିବା ଜଣାପଡିଛି। ତେବେ ଏହି ଗଂଜେଇ ଚାଲାଣରେ ଗିରଫ ହୋଇଛନ୍ତି ଦୁଇଜଣ ବିଜେଡି ନେତା । ଜଣେ ହେଉଛନ୍ତି ବୌଦ୍ଧ ଜିଲ୍ଲା କଣ୍ଟାମାଳର ପୂର୍ବତନ ଜିଲ୍ଲା ପରିଷଦ ପ୍ରାର୍ଥୀନୀଙ୍କ ସ୍ୱାମୀ ବିପିନ ପ୍ରଧାନ। ଆଉ ଜଣେ ରେଙ୍ଗାଲି ସରପଞ୍ଚଙ୍କ ସ୍ୱାମୀ ପ୍ରମୋଦ ରଣା। ଗଂଜେଇ ଚାଲାଣ ଅଭିଯୋଗରେ ଉଭୟଙ୍କୁ ଗିରଫ କରିଛି ବୌଦ୍ଧ ପୋଲିସ। ଉଭୟ ହେଉଛନ୍ତି ପୂର୍ବତନ ବିଜେଡି ବିଧାୟକ ମହୀଧର ରଣାଙ୍କ ଖାସ୍ ଲୋକ। ଦୁଇ ବିଜେଡି ନେତା ଗଂଜେଇ ଚାଲାଣ ଅଭିଯୋଗରେ ଗିରଫ ହେବା ପରେ ଜୋର ଧରିଛି ରାଜନୀତି।

ବିଜେଡି ଏବେ ନିଜର ଇମେଜ ବଂଚେଇବା ପାଇଁ ଚେଷ୍ଟା କରୁଥିବା ବେଳେ ସେପଟେ ନୂଆପଡା ଉପନିର୍ବାଚନ ପାଇଁ ନୂଆ ନୂଆ ସ୍ଟ୍ରାଟେଜି ଆପଣାଇବାରେ ଲାଗିଛି। ଏହି ଖବର ଦଳ ପାଇଁ ଏକ ବଡ ଚିନ୍ତାର କାରଣ ହୋଇପାରେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ