ୟୁକେରେ ଭାରତୀୟ ବଂଶୋଦ୍ଭବ ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗ
ନୂଆଦିଲ୍ଲୀ: ୟୁକେରେ ୨୦ ବର୍ଷୀୟା ଭାରତୀୟ ବଂଶୋଦ୍ଭବ ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗ। ବ୍ରିଟେନରେ ଘଟିଛି ଏଭଳି ଅଭାବନୀୟ ଘଟଣା। ସୂଚନା ମୁତାବକ ଉତ୍ତର ଇଂଲଣ୍ଡରେ ଜଣେ ଭାରତୀୟ ବଂଶୋଦ୍ଭବ ମହିଳାଙ୍କୁ ଦୁଷ୍କର୍ମ କରାଯାଇଛି। ପୋଲିସ କହିବା ଅନୁସାରେ ଜାତିଗତ ଭେଦଭାବକୁ ନେଇ ଏଭଳି ଘଟଣା ଘଟିଛି।
ପୁଲିସ କହିବା ଅନୁସାରେ, ଶନିବାର ସନ୍ଧ୍ୟାରେ ୱାଲସଲର ପାର୍କ ହଲ୍ ଅଞ୍ଚଳରୁ ଜଣେ ମହିଳା ଫୋନ କରି ଦୁଷ୍କର୍ମ କରାଯାଇଥିବା ନେଇ ଅଭିଯୋଗ କରିଥିଲେ। ପାର୍କରେ ବୁଲୁଥିବା ସମୟରେ ଜଣେ ଅଜଣା ଯୁବକ ଏଭଳି ଘଟଣା ଘଟେଇଛନ୍ତି। ପଶ୍ଚିମ ମିଡଲ୍ୟାଣ୍ଡସ୍ ପୁଲିସ ଏହି ଘଟଣାର ସିସିଟିଭି ଫୁଟେଜ୍ ଜାରି କରିଛି ଏବଂ ସିସିଟିଭିରେ ନଜର ଆସୁଥିବା ଜଣେ ଅଜଣା ଯୁବକଙ୍କର ସନ୍ଧାନ ପାଇଁ ଜନସାଧାରଣଙ୍କୁ ଅନୁରୋଧ କରିଛି।
ପୋଲିସ ସୂଚନା ଅନୁସାରେ, ଆକ୍ରମଣକାରୀ ଜଣେ ଗୋରା ବ୍ୟକ୍ତି, ୩୦ ବର୍ଷ ବୟସ୍କ, ଛୋଟ କେଶ ଏବଂ ସେ କଳାରଙ୍ଗର ପୋଷାକ ପିନ୍ଧିଥିଲେ। “ଆଜି ସନ୍ଧ୍ୟାରେ ଆମେ ସନ୍ଦିଗ୍ଧ ବ୍ୟକ୍ତିଙ୍କର CCTV ଫୁଟେଜ୍ ଜାରି କରୁଛୁ। ଯଦି ଆପଣ ଜାଣନ୍ତି ସେ କିଏ, ତେବେ ତୁରନ୍ତ କଲ୍ ମାଧ୍ୟମରେ ଜଣାଇବାକୁ କୁହାଯାଇଛି।
ସୂଚନା ଅନୁଯାୟୀ, ତଦନ୍ତ ତଦାରଖ କରୁଥିବା ଡିଟେକ୍ଟୋଭ୍ ସୁପରିଣ୍ଟେଣ୍ଡେଣ୍ଟ୍ ରୋନାନ୍ ଟାଇରର୍ କହିଛନ୍ତି, “ଏହା ଜଣେ ଯୁବତୀଙ୍କ ଉପରେ ଏକ ଭୟଙ୍କର ଆକ୍ରମଣ ଥିଲା, ଏବଂ ଆମେ ଦୋଷୀକୁ ଗିରଫ କରିବା ପାଇଁ ସମସ୍ତ ପ୍ରକାରର ପ୍ରୟାସ କରୁଛୁ।”
“ଆମ ପାଖରେ ଅଧିକାରୀମାନଙ୍କର ଏକ ଦଳ ଅଛନ୍ତି ଯେଉଁମାନେ ପ୍ରମାଣ ସଂଗ୍ରହ କରୁଛନ୍ତି ଏବଂ ଆକ୍ରମଣକାରୀଙ୍କ ଏକ ପ୍ରୋଫାଇଲ୍ ତିଆରି କରୁଛନ୍ତି ଯାହା ଦ୍ୱାରା ତାଙ୍କୁ ଯଥାଶୀଘ୍ର ହେପାଜତକୁ ଅଣାଯାଇପାରିବ। ଏହା ବ୍ୟତୀତ, ୱାଲସଲ୍ ପୋଲିସର ଚ୍ୟାଡ୍ ସୁପିଟ୍ ଫିଲ୍ ଡଲବି କହିଛନ୍ତି, “ଆମର ଧ୍ୟାନ ବର୍ତ୍ତମାନ ଆକ୍ରମଣକାରୀଙ୍କୁ ଚିହ୍ନଟ ଏବଂ ଗିରଫ କରିବା ଉପରେ ରହିବ। ଯେହେତୁ “ୱାଲସଲ୍ ଏକ ବିବିଧ ଅଞ୍ଚଳ, ଏବଂ ଆମେ ଜାଣୁ ଯେ ଏହି ଭୟଙ୍କର ଆକ୍ରମଣ ଲୋକଙ୍କ ମଧ୍ୟରେ ଭୟ ଏବଂ ଚିନ୍ତା ସୃଷ୍ଟି କରିବ।”
ବର୍ମିଂହାମ୍ ଏଜବାଷ୍ଟନ୍ ପାଇଁ ଲେବର ସାଂସଦ ପ୍ରୀତ କୌର ଗିଲ୍ Xରେ ଏକ ପୋଷ୍ଟରେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି।

